Mulayam Singh Yadav health update: ICUରେ 'ନେତାଜୀ'ଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଅ ଅଖିଳେଶ ଦେଲେ ଏମିତି ବୟାନ
Advertisement
Article Detail0/zeeodisha/odisha1377920

Mulayam Singh Yadav health update: ICUରେ 'ନେତାଜୀ'ଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଅ ଅଖିଳେଶ ଦେଲେ ଏମିତି ବୟାନ

Mulayam Singh Yadav health update: ସୁସ୍ଥ ଅଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। 

 Mulayam Singh Yadav health update: ICUରେ 'ନେତାଜୀ'ଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଅ ଅଖିଳେଶ ଦେଲେ ଏମିତି ବୟାନ

Mulayam Singh Yadav health update, ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲର ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୮୨ ବର୍ଷୟ ମୁଲାୟମ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର କିନ୍ତୁ ସେ ଏବେ ମଧ୍ୟ ଆଇସିୟୁରେ ଅଛନ୍ତି। ସେ ଅଗଷ୍ଟ ୨୨ ତାରିଖରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନେତାଜୀଙ୍କର ପରିବାର ସଦସ୍ୟମାନେ ଗୁରୁଗ୍ରାମ ପହଞ୍ଚିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଅନେକ ନେତାମନ୍ତ୍ରୀ ମୁଲାୟମଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି।

ନେତାଙ୍କ ହସ୍ପିଟାଲ ଭାବେ ପରିଚିତ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଚିକିତ୍ସା ଚାଲିଛି। ସେ ଆଇସିୟୁରେ ଅଛନ୍ତି କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି। ହସ୍ପିଟାଲରେ ମୁଲାୟମଙ୍କ ସହ ଭାଇ ଶିବପାଲ ସିଂହ ଯାଦବ ଥିବାବେଳେ ପୁଅ ଅଖିଳେଶ ଯାଦବ ମଧ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଦଳୀୟ କର୍ମୀଙ୍କୁ ଗୁରୁଗ୍ରାମକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ କୁହାଯାଇଛି ଯେ,  ଅଙ୍କୋଲୋଜିଷ୍ଟ ଡ. ନିତିନ ସୁଦ ଏବଂ ଡ. ସୁଶୀଲ କାଟରିଆଙ୍କ ତତ୍ତ୍ୱାବଧାନରେ ଭେଟେରାନ ନେତା ଚିକିତ୍ସିତ ହେଉଛନ୍ତି। ରବିବାର ତାଙ୍କର ଅମ୍ଳଜାନ ସ୍ତର କମ ହୋଇଯାଇଥିବା ଅଖିଳେଶ ସୂଚନା ଦେଇଛନ୍ତି।

Also Read: ଗୁଜରାଟରେ କିଏ ଗଢ଼ିବ ସରକାର? ବିଜେପି ନା କଂଗ୍ରେସ, ଜାଣନ୍ତୁ ଆପକୁ ମିଳିବ କେତୋଟି ଆସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଟୁଇଟ୍ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ପାଇବା ପରେ ମୁଁ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ସହ ଫୋନରେ କଥା ହୋଇ ତାଙ୍କ ମଙ୍ଗଳ ବିଷୟରେ ପଚାରିଥିଲି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ସେ ଶୀଘ୍ର ଭଲ ହୋଇଯିବେ।"

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ୟୁପି ସରକାର ପ୍ରଦାନ କରିଥିବା ସୂଚନା ଅନୁଯାୟୀ, ଆଦିତ୍ୟନାଥ ଡାକ୍ତରଖାନାର ଡାକ୍ତରମାନଙ୍କୁ ଡାକି ମୁଲାୟମ ସିଂହଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରଶାଦ ମୌର୍ଯ୍ୟ ଓ ବ୍ରିଜେଶ ପାଠକ ମଧ୍ୟ ନେତଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏକ ଟ୍ୱିଟ କରି ଉପ-ମୁଖ୍ୟମନ୍ତ୍ରୀ ପାଠକ କହିଛନ୍ତି ଯେ, ମୁଲାୟମ ସିଂହ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋସି ସେ ଭଗବାନ ରାମଙ୍କ ଠାରେ ପ୍ରାର୍ଥନା କରିଛନ୍ତି।

Also Read: Dharmendra Sahu Death Case: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ନାୟକ କଲେ ବଡ଼ ଖୁଲାସା

ସମାଜବାଦି ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ 'ନେତାଜୀ' ନାମରେ ପରିଚିତ। ସେ ବର୍ତ୍ତମାନ ମେନପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ୮୩ ବର୍ଷିୟ ନେତାଜୀ ୧୦ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଉତ୍ତର ପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଛି। ୨୦୦୩ରେ ତାଙ୍କର ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମାତା ମାଲତି ଦେବୀଙ୍କ ମୃତ୍ୟୁ ହୋଇଥିଲା।