Dharmendra Sahu Death Case: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ନାୟକ କଲେ ବଡ଼ ଖୁଲାସା
Advertisement
Article Detail0/zeeodisha/odisha1376895

Dharmendra Sahu Death Case: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ନାୟକ କଲେ ବଡ଼ ଖୁଲାସା

Dharmendra Sahu Death Case: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ବିଜେଡ଼ିର ଜଣେ ବରିଷ୍ଠ ନେତାଙ୍କ ପରୋକ୍ଷରେ ହାତ ରହିଥିବା ନେଇ ରାଜନୈତିକ ମାହୋଲରେ ଆଲୋଚନା ହେଉଛି। ଧର୍ମେନ୍ଦ୍ରଙ୍କ ପରିବାର ସହିତ ଉକ୍ତ ବରିଷ୍ଠ ବିଜେଡ଼ି ନେତାଙ୍କ ସହିତ ଘରୋଇ ସମ୍ପର୍କ ରହିଛି। ଯାହାକୁ ନେଇ ଧର୍ମେନ୍ଦ୍ର ଚିନ୍ତାରେ ରହୁଥିବା ନେଇ ଆଲୋଚନା ହେଉଛି। ପୂର୍ବରୁ ଅଧିକାଂଶ ସମୟରେ ତାଙ୍କ ପତ୍ନୀଙ୍କୁ ପ୍ରମାଣ ସହ ଧରିଥିବା ନେଇ ମଧ୍ୟ ଧର୍ମେନ୍ଦ୍ର ଇଙ୍ଗିତ ଦେଇଥିଲେ। ଏପରିକି ଧର୍ମେନ୍ଦ୍ର ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟରେ ମଧ୍ୟ ଅନେକ ଗୁମର ଲୁଚିଥିବା ନେଇ ଇଙ୍ଗିତ କରିଥିଲେ। 

Dharmendra Sahu Death Case: ଫସିଗଲେ ମନ୍ତ୍ରୀ ସମୀର ଦାସ! ଅକ୍ଷୟ ନାୟକ କଲେ ବଡ଼ ଖୁଲାସା

Dharmendra Sahu Death Case, ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ମନ୍ତ୍ରୀଙ୍କ ବିରୋଧରେ ପୋଲିସ ହାତରେ ଏକ ମଜଭୁତ ପ୍ରମାଣ ଲାଗିଛି। ମୃତ ଧର୍ମେନ୍ଦ୍ର ସାହୁଙ୍କ ସାଙ୍ଗ ଅକ୍ଷୟ ନାୟକ ରବିବାର ସକାଳେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି। ଶନିବାର ଏସିପି ତାଙ୍କୁ ହାଜର ହେବାକୁ ନୋଟିସ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଶେଷ ଥର ପାଇଁ ଅକ୍ଷୟଙ୍କ ସହ କଥା ହୋଇଥିଲେ। ତେବେ ଏନେଇ ଡିସିପି ଅଫିସରେ ତାଙ୍କୁ ପଚରାଉଚରା କରାଯାଇଥିବା ଅକ୍ଷୟ ନାୟକ ଗଣମାଧ୍ୟମକୁ କହିଛନ୍ତି।

ଏସିପିଙ୍କ ସମନ ପରେ ରିବାବର ମୃତ ଧର୍ମେନ୍ଦ୍ର ସାହୁଙ୍କ ସାଙ୍ଗ ଅକ୍ଷୟ ନାୟକ, ଭୁବନେଶ୍ୱରସ୍ଥିତ ଡିସିପି ଅଫିସରେ ହାରଜ ହୋଇଛନ୍ତି। ପୋଲିସର ପଚରାଉଚରା ପରେ ଅକ୍ଷୟ ଗଣମାଧ୍ୟମ ଆଗରେ ଅନେକ ଚାଞ୍ଚଲ୍ୟକର ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଅକ୍ଷୟ ତାଙ୍କୁ କଲ୍ କରି ସବୁ କଥା ରେକଡିଂ କରିବାକୁ କହିଥିଲେ। ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସମେତ ଅନ୍ୟମାନେ କିଭଳି ଦାୟୀ ତାହା କହିଥିଲେ। ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଓ ଅକ୍ଷୟ କଥା ହୋଇଥିଲେ। ଯାହାର ଅଡିଓ ରେକର୍ଡ଼ ରହିଛି। ଯେଉଁଛିରେ ଧର୍ମେନ୍ଦ୍ର ଅନେକ ଥର ମନ୍ତ୍ରୀ ସମୀର ଦାସଙ୍କ ନାମ ନେଇଛନ୍ତି। ମାମଲାରେ ମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ନାମ ମଧ୍ୟ ରହିଛି। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଅନେକ ଘଟଣା ଉପରୁ ପରଦା ହଟିପାରିବ ବୋଲି ବରିଷ୍ଠ ସାମ୍ବାଦିକ ଅକ୍ଷୟ ନାୟକ କହିଛନ୍ତି।

Also Read: Dharmendra Sahoo suicide case: ସମସ୍ତେ ଚୁପ, ବାଟବଣା ହେଉଛି କି ତଦନ୍ତ !

ସେ ପୁଣି କହିଛନ୍ତି ଯେ, ତାଙ୍କ ପାଖରେ ଯେତିକି ପ୍ରମାଣ ଅଛି, ତାହା ଅଭିଯୁକ୍ତମାନଙ୍କୁ ଜେଲ ପଠାଇବାକୁ ଯଥେଷ୍ଟ। ତଦନ୍ତରେ ପୋଲିସକୁ ସେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ। ତାଙ୍କ ପାଖରେ ଯେଉଁ ଅଡିଓ ରେକର୍ଡିଂ ଅଛି ତାହାକୁ ସେ ପୋଲିସକୁ ହସ୍ତାନ୍ତର କରିବେ। ନିରପେକ୍ଷ ତଦନ୍ତ କଲେ ସବୁ ସତ ଜଣାପଡିବ। ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକଙ୍କର ମଧ୍ୟ ସମ୍ପୃକ୍ତି ଥାଇପାରେ। ସେଥିପାଇଁ ବୋଧେ ସେମାନେ ନିରବ ରହିଛନ୍ତି ବୋଲି ଅକ୍ଷୟ କହିଛନ୍ତି। ନିମାପଡାରେ ଉତ୍ତେଜନା ଲାଗିରହିଥିବା ବେଳେ ସମୀର ଦାସ ବାଣ ଫୁଟାଇ ଉତ୍ସବ କରୁଛନ୍ତି। କିନ୍ତୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନେ କଦାପି ଭଗବାନଙ୍କ କୋର୍ଟରୁ ମୁକୁଳି ପାରିବେ ନାହିଁ ବୋଲି ଅକ୍ଷୟ କହିଛନ୍ତି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ଧର୍ମେନ୍ଦ୍ର ସାହୁ ମୃତ୍ୟୁର ୧୫ ଦିନ ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସ୍ୱାଭାବିକ ଜୀବନ ବଞ୍ଚିବାକୁ ପ୍ରୟାସ କରୁଥିବା ଧର୍ମେନ୍ଦ୍ର କିନ୍ତୁ କୌଣସି ଏକ ଅଦୃଶ୍ୟ ଚାପରେ ଜର୍ଜରିତ ହୋଇ ପଡ଼ିଥିଲେ। ସବୁବେଳେ ସେ ଅସ୍ତବ୍ୟସ୍ତ ରହୁଥିବା ତାଙ୍କ ନିକଟତମ ସମ୍ପର୍କୀୟମାନେ କହିଛନ୍ତି। ୨୪ ତାରିଖରେ ଭୁବନେଶ୍ୱର ବାସଭବନରୁ ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା।

Also Read: Dharmendra Sahu Death Case: 'ହାତୀ ମାରି କୁଲା ଘୋଡାଇବାକୁ ଚେଷ୍ଟା କରୁଛି ସରକାର'

 

ସେପଟେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ଥିଲେ। ସୋସିଆଲ ମିଡ଼ିଆରେ ଶେଷ ପୋଷ୍ଟ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଶେଷ ଥର ପାଇଁ ସେ ଫେସବୁକରେ ମୋ ଫୋନ ଦୁଇଟାରେ ସବୁ ଭିଡ଼ିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ। ସେ ଏଭଳି କାହିଁକି ଲେଖିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଫୋନରେ କେଉଁ ଭିଡ଼ିଓ ରହିଛି ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଚି। ତାଙ୍କର ଏହି ପୋଷ୍ଟ ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମୃତ୍ୟୁ ସ୍ୱାଭାବିକ ନା ହତ୍ୟା ତାହା ଉପରେ ମଧ୍ୟ ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି। ଏପରିକି କରିଥିବା ଭିଡ଼ିଓରେ ତାଙ୍କର ଆତ୍ମସମ୍ମାନହାନୀ ପାଇଁ ଜଣେ ସାମ୍ବାଦିକଙ୍କୁ ଦାୟୀ କରିଥିବା ନେଇ ଧର୍ମେନ୍ଦ୍ର କହିଛନ୍ତି।