ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା
Advertisement
Article Detail0/zeeodisha/odisha1149543

ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା

PCC President Niranjan Patnaik: ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ, ପୌର ନିର୍ବାଚନରେ ଶୋଚନୀୟ ପରାଜୟକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫା ପତ୍ର ଦେଇସାରିଥିବା ଜଣାପଡିଛି । ପୂର୍ବରୁ ନିରଞ୍ଜନ (Niranjan Patnaik) ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ । ହେଲେ ଏଥର ନିରଞ୍ଜନଙ୍କ ଇସ୍ତଫାପତ୍ର ହୋଇ ସାରିଛି ଗ୍ରହଣ । ଖୁବଶୀଘ୍ର ନୂତନ ପିସିସି ସଭାପତି (PCC President) ଙ୍କ ନାମ ହେବ ଘୋଷଣା । ତେବେ ପିସିସି ସଭାପତି ରେସରେ ଏବେ ୪ ବିଧାୟକ ସମେତ ୧୧ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି । 

ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା

ଭୁବନେଶ୍ୱର: PCC President Niranjan Patnaik: ପୁଣି କଂଗ୍ରେସ (Congress) ହେବ ସଂଗଠିତ । ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ହେବ ଅନ୍ତ । ବଦଳିବେ ଓଡିଶା ପିସିସି ସଭାପତି (PCC President) । ନିରଞ୍ଜନ ପଟ୍ଟନାୟକ (Niranjan Patnaik) ଙ୍କ ନେତୃତ୍ୱରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ୱକୁ ନେଇ ତୃଣମୂଳ ସ୍ତରର କର୍ମୀ ମୁହଁ ଫେରାଇଲେଣି । ଯେଉଁଥି ପାଇଁ ନେତୃତ୍ୱ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସାରିଥିବା ଜଣାପଡିଛି । ଏପ୍ରିଲ ଶେଷ ସୁଦ୍ଧା ହେବ ଓଡିଶା ପିସିସି ସଭାପତି (PCC President) ପରିବର୍ତ୍ତନ । ଦିଲ୍ଲୀରୁ ଆସିଲାଣି ସଂକେତ । ହାଇକମାଣ୍ଡ (Congress High Command) ଙ୍କ ମୋହରକୁ ଅପେକ୍ଷା । ୧୧ ଆଶାୟୀଙ୍କ ମଧ୍ୟରେ ୨ ଜଣଙ୍କ ନାମ ଆଗରେ ରହିଛି । ପିସିସି ସଭାପତି ରେସରେ ଶରତ ପଟ୍ଟନାୟକ, ଜୟଦେବ ଜେନା ଆଗରେ ଅଛନ୍ତି । ଟ୍ରାକକୁ ଫେରି ଦଳ ସଶକ୍ତ ହେବା ନେଇ ସମସ୍ତେ ଆଶାବାଦୀ ।

ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ, ପୌର ନିର୍ବାଚନରେ ଶୋଚନୀୟ ପରାଜୟକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫା ପତ୍ର ଦେଇସାରିଥିବା ଜଣାପଡିଛି । ପୂର୍ବରୁ ନିରଞ୍ଜନ (Niranjan Patnaik) ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ । ହେଲେ ଏଥର ନିରଞ୍ଜନଙ୍କ ଇସ୍ତଫାପତ୍ର ହୋଇ ସାରିଛି ଗ୍ରହଣ । ଖୁବଶୀଘ୍ର ନୂତନ ପିସିସି ସଭାପତି (PCC President) ଙ୍କ ନାମ ହେବ ଘୋଷଣା । ତେବେ ପିସିସି ସଭାପତି ରେସରେ ଏବେ ୪ ବିଧାୟକ ସମେତ ୧୧ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି । 

ତେବେ ଆଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା (Former PCC president Jaydev Jena) ଓ ପୂର୍ବତନ ଉପସଭାପତି ଶରତ ପଟ୍ଟନାୟକ (former vice-president Sarat Patnaik) ଙ୍କ ନାମ ଆଗରେ ରହିଛି । ଯାହାକୁ ନେଇ ଏବେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଜାରି ରହିଛି । ତେବେ ଏନେଇ ଶରତ ପଟ୍ଟନାୟକ କହିଛନ୍ତି ଯେ, ସେ କୌଣସି ଲବି କରି ନାହାନ୍ତି । ତଥାପି ମଧ୍ୟ ଯଦି କୌଣସି ଦାୟିତ୍ୱ ମିଳେ ତେବେ ଦଳକୁ ସଂଗଠିତ କରିବା ସହ ଦଳ ପୁଣିଥରେ ସଂଗଠିତ ହୋଇ ଶାସନକୁ ଫେରିବ ବୋଲି ଦାବି କରିଛନ୍ତି । 

ଏହା ବି ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ

ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା

ଏହା ବି ପଢ଼ନ୍ତୁ:-ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

ସେପଟେ ପିସିସି ସଭାପତି ରେସରେ ଥିବା ଜୟଦେବ ଜେନା କହିଛନ୍ତି ଯେ, ସେ ମାନସିକ ସ୍ତରରେ ପ୍ରସ୍ତୁତ ନାହାଁନ୍ତି । 5ଟି ରାଜ୍ୟର ଫଳାଫଳ ଉପରେ ନଜର ଥିଲା । ତାପରେ ସୋନିଆ ଗାନ୍ଧୀ (Sonia Gandhi)  ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେଗୁଡିକରେ ଫଳ ଖରାପ ହେଲା ତେଣୁ ସଭାପତି ପରିବର୍ତ୍ତନ ହେଲା । ସେ ଯାହା ଚାହିଁବେ ପରିବର୍ତ୍ତନ କରିବେ । ଓଡିଶାରେ ମଧ୍ୟ ପିସିସି ପରିବର୍ତ୍ତନ ହୋଇପାରେ । ସେ ବିଷୟରେ କେବଳ ସୋନିଆ ଓ ରାହୁଲ (Rahul Gandhi)  କହିପାରିବେ । ଯଦି ହାଇକମାଣ୍ଡ ଦାୟିତ୍ୱ ଦେବେ ତାହେଲେ ଗ୍ରହଣ କରିବି । କିନ୍ତୁ ମୋର ପିସିସି ସଭାପତି ହେବା ପାଇଁ ଇଚ୍ଛା ନାହିଁ । ବିଧାୟକ ମାନଙ୍କ ମଧ୍ୟରୁ ଜଣଙ୍କୁ କଲେ ମଧ୍ୟ କୌଣସି ଅସୁବିଧା ନାହିଁ । ଯିଏ ଦିନରାତି ୨୪ ଘଣ୍ଟା ପରିଶ୍ରମ କରିବ । ସେ ହିଁ ବିଜେପି (BJP) ଓ ବିଜେଡି (BJD) ସହ ମୁକାବିଲା କରିପାରିବ । ନିରଞ୍ଜନ ସଫଳ ହୋଇଛନ୍ତି କି ନାହିଁ । ସେ ନିଜେ ହିଁ କହିପାରିବେ । ନିକଟ ଅତୀତରେ ରାହୁଲ ଗାନ୍ଧୀଙ୍କୁ ଭେଟିଲା ବେଳେ କହିଥିଲି, କଂଗ୍ରେସ ଦଳର ମୁଁ ଜଣେ ସଚ୍ଚା ସୈନିକ । ଯାହା ଦାୟିତ୍ୱ ଦେବେ ତୁଲାଇବି । 

ସେପଟେ ପିସିସି ପଦ ପରିବର୍ତ୍ତନ ସହ ଦଳ ପୁଣିଥରେ ସଂଗଠନ ସୁଦୃଢ କରିବା ପାଇଁ କୌଣସି ନେତା ଏବେ ମଙ୍ଗ ଧରିପାରିବେ ସେ ନେଇ କେନ୍ଦ୍ରୀୟ ନେତା ବିଚାର ବିମର୍ଶ କରୁଛନ୍ତି ।