ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ପିଏମ ମୋଦି, ଅଗଷ୍ଟ ୧୫ରେ ରଚିବେ ଆଉ ଏକ ଇତିହାସ
Advertisement

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ପିଏମ ମୋଦି, ଅଗଷ୍ଟ ୧୫ରେ ରଚିବେ ଆଉ ଏକ ଇତିହାସ

ମୋଦି ଅଣ-କଂଗ୍ରେସ ସବୁଠାରୁ ଦୀର୍ଘ ସମୟ ଯାଏ ସେବା ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀର ରେକର୍ଡ ମଧ୍ୟ ମଧ୍ୟ ନିଜ ନାଁରେ କରି ନେଇଛନ୍ତି । ପିଏମ ମୋଦିଙ୍କ ପରେ ଅଟଳ ବିହାରୀ ବାଜପେୟୀ(Atal Bihari Vajpayee) ଏହି ତାଲିକାରେ ସ୍ଥାନ ରହିଛି, ଯିଏକି ନିଜର ସମସ୍ତ କାର୍ଯ୍ୟକାଳ ମିଶାଇ ପରେ ୨୨୬୮ ଦିନ ଦେଶ ସେବା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ସେହି କାର୍ଯ୍ୟକାଳଠାରୁ ପଛରେ ପକାଇ ଆଗକୁ ବଢ଼ି ଯାଇଛନ୍ତି ।

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ପିଏମ ମୋଦି, ଅଗଷ୍ଟ ୧୫ରେ ରଚିବେ ଆଉ ଏକ ଇତିହାସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ(Independence Day)ର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi) ଆଜି ନିଜ ନାଁରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ମୋଦି ଭାରତୀୟ ଇତିହାସରେ ଚତୁର୍ଥ ସବୁଠାରୁ ଅଧିକ ସମୟ ଯାଏ ସେବା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି । ଏହାପୂର୍ବରୁ ଏହି ଯେଉଁ ୩ ଜଣ ପ୍ରଧାନମନ୍ତ୍ରୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ସେମାନେ ସମସ୍ତେ କଂଗ୍ରେସରୁ ଥିଲେ । ପ୍ରଧାନମନ୍ତ୍ରୀ ମୋଦି(PM Modi) ହେଉଛନ୍ତି ଏପରି ରେକର୍ଡ କରିଥିବା ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ।

ମୋଦି ଅଣ-କଂଗ୍ରେସ ସବୁଠାରୁ ଦୀର୍ଘ ସମୟ ଯାଏ ସେବା ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀର ରେକର୍ଡ ମଧ୍ୟ ମଧ୍ୟ ନିଜ ନାଁରେ କରି ନେଇଛନ୍ତି । ପିଏମ ମୋଦିଙ୍କ ପରେ ଅଟଳ ବିହାରୀ ବାଜପେୟୀ(Atal Bihari Vajpayee) ଏହି ତାଲିକାରେ ସ୍ଥାନ ରହିଛି, ଯିଏକି ନିଜର ସମସ୍ତ କାର୍ଯ୍ୟକାଳ ମିଶାଇ ପରେ ୨୨୬୮ ଦିନ ଦେଶ ସେବା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ସେହି କାର୍ଯ୍ୟକାଳଠାରୁ ପଛରେ ପକାଇ ଆଗକୁ ବଢ଼ି ଯାଇଛନ୍ତି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ, ଏହା ପୂର୍ବରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ(Pandit Jawaharlal Nehru) ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଯାଇଛନ୍ତି । ତାଙ୍କ ପରେ ଏହି ତାଲିକାରେ ଇନ୍ଦିରା ଗାନ୍ଧୀ(Indira Gandhi) ଏବଂ ମନମୋହନ ସିଂ(Manmohan Singh)ଙ୍କ ନାମ ସାମିଲ ରହିଛି । ବର୍ତ୍ତମାନ ପିଏମ ମୋଦି ଚତୁର୍ଥ ସବୁଠାରୁ ଅଧିକ ଦିନ ପାଇଁ ଦେଶକୁ ସମ୍ଭାଳୁ ଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଅଗଷ୍ଟ ୧୫ରେ ବି ପିଏମ ମୋଦି କରିବେ ଆଉ ଏକ ରେକର୍ଡ 

ପିଏମ ମୋଦି ଚଳିତ ବର୍ଷ ଅଗଷ୍ଟ ୧୫ରେ ଯେତେବେଳେ ଲାଲକିଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିବେ । ସେତେବେଳେ ଏକ ନୂତନ ରେକର୍ଡ ସୃଷ୍ଟି ହେବ । ଅଗଷ୍ଟ ୧୫ରେ ପିଏମ ମୋଦି ସପ୍ତମ ଥର ପାଇଁ ଲାଲକିଲାରୁ ପତାକା ଉତ୍ତୋଳନ କରିବେ । ଏହା ସହିତ ଏପରି କରିଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ସେ ଚତୁର୍ଥ ନମ୍ବରରେ ଆସିବେ ।

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ କଂଗ୍ରେସକୁ ଫେରିବା ପଛରେ ବିଜେପିର ଏହି ବଡ଼ ନେତାଙ୍କ ହାତ !

ସୂଚନାଯୋଗ୍ୟ, ଲାଲକିଲାରୁ  ଅଧିକ ଥର ଜାତୀୟ ପତାକା ଉତ୍ତୋଳନ କରିବାର ରେକର୍ଡ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାଁରେ ରହିଛି । ଏହା ପରେ ଇନ୍ଦିରା ଗାନ୍ଧୀ ଦ୍ୱିତୀୟରେ ଅଛନ୍ତି ଏବଂ ମନମୋହନ ସିଂଙ୍କ ନାଁ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି । ପଣ୍ଡିତ ନେହେରୁ କ୍ରମାଗତ ୧୭ ଥର ଲାଲକିଲାରୁ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଇନ୍ଦିରା ଗାନ୍ଧୀ ୧୧ ଥର ଏହା କରିଛନ୍ତି । ମନମୋହନ ସିଂ କ୍ରମାଗତ ୧୦ ଥର ଲାଲକିଲାରୁ ପତାକା ଉତ୍ତୋଳନ କରିଥିଲେ ।