କଂଗ୍ରେସ ଛାଡିବାକୁ ନେଇ ପ୍ରଦୀପଙ୍କ ଉପରେ ବର୍ଷିଲେ ସୁରେଶ ରାଉତରାୟ, କହିଲେ ଏପରି କିଛି
Advertisement

କଂଗ୍ରେସ ଛାଡିବାକୁ ନେଇ ପ୍ରଦୀପଙ୍କ ଉପରେ ବର୍ଷିଲେ ସୁରେଶ ରାଉତରାୟ, କହିଲେ ଏପରି କିଛି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress president Sonia Gandhi) ଙ୍କୁ ଲେଖାଯାଇଥିବା ଚିଠିରେ ପୂର୍ବତନ ସାଂସଦ ପୁରୁଣା ଦଳ ଛାଡିବା ପଛର କାରଣ ଭାବରେ ଦଳର ହଜିଯାଇଥିବା ବିଶ୍ୱସନୀୟତା କଥା ଉଲ୍ଲେଖ କରିଛନ୍ତି । ସେପଟେ ପ୍ରଦୀପ ବିଜେଡି (BJD) ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । 

କଂଗ୍ରେସ ଛାଡିବାକୁ ନେଇ ପ୍ରଦୀପଙ୍କ ଉପରେ ବର୍ଷିଲେ ସୁରେଶ ରାଉତରାୟ, କହିଲେ ଏପରି କିଛି

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝୀ (Pradeep Majhi) ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress president Sonia Gandhi) ଙ୍କୁ ଲେଖାଯାଇଥିବା ଚିଠିରେ ପୂର୍ବତନ ସାଂସଦ ପୁରୁଣା ଦଳ ଛାଡିବା ପଛର କାରଣ ଭାବରେ ଦଳର ହଜିଯାଇଥିବା ବିଶ୍ୱସନୀୟତା କଥା ଉଲ୍ଲେଖ କରିଛନ୍ତି । ସେପଟେ ପ୍ରଦୀପ ବିଜେଡି (BJD) ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । 

ଅନ୍ୟପଟେ ପ୍ରଦୀପ ମାଝୀ (Pradeep Majhi) କଂଗ୍ରେସ (Congress ) ଛାଡିବାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (Sura Routray) । ଯାହାର ମନ ସ୍ଥିର ନାହିଁ ଯାହାର ପାୱାର ଦରକାର ଯାହାର ମନୀ ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ । କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି । ଏଭଳି କାଯ୍ୟ ନିଶ୍ଟିନ୍ତ ରୂପରେ ଧୋକାବାଜ କାମ। ସ୍ୱାର୍ଥ ପାଇଁ ପ୍ରଦୀପ ମାଝୀ ଦଳ ଛାଡିଛନ୍ତି । ନିଜର ସ୍ୱାର୍ଥ ପାଇଁ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୁର କହିଛନ୍ତି । 

ସେ ଆଗକୁ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛି ବି ପ୍ରଭାବ ପଡ଼ିନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଲେ ସୁର ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ଋଷରେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା, ଚିହ୍ନଟ ହେଲା ଡେଲ୍ଟା ଅପେକ୍ଷା ଅଧିକ ମାରାତ୍ମକ ସବ୍-ଭାରିଆଣ୍ଟ ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍