ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ
Advertisement

ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ

Presidential Election 2022: ସେପଟେ ଗତକାଲି ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ମୁର୍ମୁ ଏକ ଦିନିଆ ଗସ୍ତରେ ରାଞ୍ଚିରେ ଥିଲେ । ସେଠାରେ ସେ ଜେଏମଏମ ମୁଖିଆ ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସାକ୍ଷାତ କରି ରାଷ୍ଟ୍ରପତି ନିର୍ବାଚନରେ ​​ସମର୍ଥନ ଲୋଡିଛନ୍ତି ।

ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ

ପାଟନା: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ହୋଇଉଠିଛି । ଉଭୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ନିଜ ନିଜର ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଉଭୟ ପ୍ରାର୍ଥୀ ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ଦଳ ଠାରୁ ନିଜ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୫) ପାଟନା ଗସ୍ତରେ ଅଛନ୍ତି । ଏଠାରେ ସେ ପାଟଣାର ହୋଟେଲ ମୌର୍ଯ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ସାକ୍ଷାତ କରିଛନ୍ତି । ନୀତିଶ କୁମାର ଘଟଣାସ୍ଥଳରେ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ୍ ସହିତ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବେ ।

ସେପଟେ ଗତକାଲି ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ମୁର୍ମୁ ଏକ ଦିନିଆ ଗସ୍ତରେ ରାଞ୍ଚିରେ ଥିଲେ । ସେଠାରେ ସେ ଜେଏମଏମ ମୁଖିଆ ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସାକ୍ଷାତ କରି ରାଷ୍ଟ୍ରପତି ନିର୍ବାଚନରେ ​​ସମର୍ଥନ ଲୋଡିଛନ୍ତି ।

ଆଜି ପାଟନାରେ ପହଞ୍ଚିଥିବା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ସାକ୍ଷାତ କରିଛନ୍ତି । ଏବି ଅବସରରେ ଜେଡିୟୁ ଜାତୀୟ ସଭାପତି ଲାଲନ ସିଂ ମଧ୍ୟ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ବିମାନ ଯୋଗେ ପାଟନାରେ ପହଞ୍ଚିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ନେତାମାନେ ସ୍ୱାଗତ କରିଥିଲେ । ପାଟନା ବିମାନବନ୍ଦରରେ ବିହାର ଏନଡିଏର ସହଯୋଗୀ ଦଳରୁ ଜିତନ ରାମ ମାଞ୍ଝୀ, ପଶୁପତୀ ପାରସ ଏବଂ ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା ମଧ୍ୟ ଉପସ୍ଥିତ ଥିଲେ ।

କେଉଁ କେଉଁ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି?

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶନିବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ବିଜେପି ବ୍ୟତୀତ ମୁର୍ମୁଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି, YSR କଂଗ୍ରେସ, ଜନତା ଦଳ ସେକୁଲାର, ଶିରୋମନି ଅକାଳୀ ଦଳ, ଜେଡିୟୁ, ଏଆଇଏଡିଏମକେ, ଲୋକ ଜନ ଶକ୍ତି ପାର୍ଟି, ଆପନା ଦଳ (ସୋନେଲାଲ), ନିଷାଦ ପାର୍ଟି, ବହୁଜନ ସମାଜ ପାର୍ଟି, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ), NPP, NPF, MNF, NDPP, SKM, AGP, PMK, AINR କଂଗ୍ରେସ, ଜନନାୟକ ଜନତା ପାର୍ଟି, UDP, IPFT, UPPL ପରି ଦଳଗୁଡିକ ସମର୍ଥନ ଦେଇଛନ୍ତି । ବିରୋଧୀ ସତ୍ତ୍ୱେ ବିଜେଡି, YSR କଂଗ୍ରେସ, ଜନତା ଦଳ ସେକୁଲାର, ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଏହି ସମସ୍ତଙ୍କ ପାଖରେ ୬ ଲକ୍ଷରୁ ଅଧିକ ମୂଲ୍ୟର ଭୋଟ୍ ଅଛି ।

ଏହା ବି ପଢ଼ନ୍ତୁ:-ରାସନ ବାଣ୍ଟିବାରେ ଟପରେ ଓଡ଼ିଶା, ଜାଣନ୍ତୁ ୟୁପି ଓ ଗୁଜୁରାଟ ପରି ବିଜେପି ଶାସିତ ରାଜ୍ୟର ସ୍ଥିତି; ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-ଏଜବାଷ୍ଟନ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରୁଟ୍-ବେୟାରଷ୍ଟୋ ଯୋଗୁଁ ଇଂଲଣ୍ଡକୁ ମିଳିଲା ଐତିହାସିକ ବିଜୟ

ଏହା ବି ପଢ଼ନ୍ତୁ:-ଏକାନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ, କହିଲେ-ଗତକାଲି ରିକ୍ସା ଚାଳକଙ୍କ ରିକ୍ସା ଦ୍ରୁତ ବେଗରେ ଚାଲୁଥିଲା, କିନ୍ତୁ...

 

ଯଶୱନ୍ତ ସିହ୍ନାଙ୍କୁ କେଉଁ କେଉଁ ଦଳ କରୁଛନ୍ତି ସମର୍ଥନ?

କଂଗ୍ରେସ, ଏନସିପି, ଟିଏମସି, ସିପିଆଇ, ସିପିଆଇ (ଏମ) ସମାଜବାଦୀ ପାର୍ଟି, ଆରଏଲଡି, ଆରଏସପି, ଟିଆରଏସ, ଡିଏମକେ, ନ୍ୟାସନାଲ କନଫରେନ୍ସ, ସିପିଆଇ, ଆରଜେଡି, କେରଳ କଂଗ୍ରେସ (ଏମ) ଭଳି ଅନେକ ଦଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି । ଅର୍ଥାତ ଯଶୱନ୍ତଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୮୯ ହଜାର ମୂଲ୍ୟର ଭୋଟ୍ ଅଛି । କେରଳର ବଡ଼ ଓ ଛୋଟ ସମସ୍ତ ଦଳ କେବଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି । ଏଭଳି ପରିସ୍ଥିତିରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏଠାରୁ ଗୋଟିଏ ବି ଭୋଟ୍ ପାଇ ନ ପାରନ୍ତି ।