President Election 2022: ବିରୋଧି ପକ୍ଷକୁ ଲାଗିଲା ଝଟକା
Advertisement
Article Detail0/zeeodisha/odisha1226925

President Election 2022: ବିରୋଧି ପକ୍ଷକୁ ଲାଗିଲା ଝଟକା

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ବିରୋଧି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସୋମବାର ଅସ୍ୱୀକାର କରିଛନ୍ତି ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ। 

President Election 2022: ବିରୋଧି ପକ୍ଷକୁ ଲାଗିଲା ଝଟକା

President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ନେଇ ବିରୋଧି ଦଳ ପକ୍ଷରୁ ଜାରି ରହିଛି ମନ୍ଥନ। ମାତ୍ର ଏହି ନିର୍ବାଚନରେ ନା ଶାସକ ନା ବିରୋଧ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ  ନେଇ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ହେବା ଲାଗି ରଖାଯାଇଖିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ। 

ତାଙ୍କ ପୂର୍ବରୁ ଏନସି ନେତା ଫରୁକ ଅବଦୁଲ୍ଲା ଏବଂ ଏନସିପି ସୁପ୍ରିମୋ ଶରଦ ପାୱର ପ୍ରାର୍ଥୀ ହେବା ଲାଗି ବିରୋଧି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ବିରୋଧି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସୋମବାର ଅସ୍ୱୀକାର କରିଛନ୍ତି ଗୋପାଳକୃଷ୍ଣ ଗାନ୍ଧୀ। 

ଏହି ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିରୋଧି ପକ୍ଷର ପ୍ରାର୍ଥୀ ଏପରି ହେବା ଆବଶ୍ୟକ  ଯେ ଯାହାଙ୍କୁ ନେଇ ରାଷ୍ଟ୍ରୀୟ ସ୍ତରରେ ସହମତି ହୋଇପାରିବା ସହ ବିରୋଧୀ ଏକତା ନିଶ୍ଚିତ ହୋଇପାରିବ। ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ବିରୋଧ ଦଳ ପକ୍ଷରୁ ମୋ ନାଁ ଉପରେ ବିଚାର କରାଯାଇ ଥିବାରୁ ଏହା ମୋ ପାଇଁ  ସମ୍ମାନର ବିଷୟ।

ଗୋପାଳକୃଷ୍ଣ ଗାନ୍ଧୀ କହିଛନ୍ତି ମୁଁ ସେମାନଙ୍କ ପାଇଁ ଅତ୍ୟଧିକ କୃତଜ୍ଞ। ହେଲେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ଗଭୀର ଭାବେ ବିଚାର କରିବା ପରେ ମୁଁ ଦେଖିବାକୁ ପାଇଛି ଯେ  ବିରୋଧି ପକ୍ଷର ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯେ ଯାହାଙ୍କୁ ନେଇ ରାଷ୍ଟ୍ରୀୟ ସ୍ତରରେ ସହମତି ହୋଇପାରିବା ସହ ବିରୋଧୀ ଏକତା ନିଶ୍ଚିତ ହୋଇପାରିବ। ମୁଁ ଭାବୁଛି ଆହୁରି ଅଧିକ ଲୋକ ଅଛନ୍ତି ଯେଉଁମାନେ ମୋ ଅପେକ୍ଷା ଭଲ କାମ କରିପାରିବେ। ସେଥିପାଇଁ ମୁଁ ବିରୋଧି ନେତାଙ୍କୁ ଅନୁରୋଧ କରିଛି ଯେ ଏପରି ଜଣେ ବ୍ୟକ୍ତିଙ୍କୁ ଏକ ସୁଯୋଗ ପ୍ରଦାନ କରନ୍ତୁ। ଦେଶକୁ ଏପରି ଜଣେ ରାଷ୍ଟ୍ରପତି ମିଳନ୍ତୁ ଯିଏ ଦେଶର  ଅନ୍ତିମ ଗଭର୍ଣ୍ଣର ଜେନେରାଲ ରୂପେ ସି. ରାଜାଗୋପାଳଚାରିଭଙ୍କ ଭଳି ହୋଇଥିବେ ଏବଂ ଏହି ପଦର ଗାରିମା ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବଢାଇଥିଲେ।

Also Read: President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର