President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର
Advertisement
Article Detail0/zeeodisha/odisha1226556

President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର

President Election 2022: ରାଷ୍ଟ୍ରପତି ନିର୍ବାଚନ ନିର୍ବାଚନ ଯେତେ  ପାଖେଇ ଆସୁଛି ବିରୋଧି ଦଳରେ ଫାଟ ସେତିକି ବଢିବାରେ ଲାଗିଛି।

President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର

President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ନେଇ ବିରୋଧି ଦଳ ପକ୍ଷରୁ ଜାରି ରହିଛି ମନ୍ଥନ। ମାତ୍ର ଏହି ନିର୍ବାଚନରେ ନା ଶାସକ ନା ବିରୋଧ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେ  ନେଇ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆସିଛି ଏକ ବଡ଼ ଖବର। ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ହେବା ଲାଗି ରଖାଯାଇଖିବା ପ୍ରସ୍ତାବକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ଏନସି ନେତା ଫରୁକ ଅବଦୁଲ୍ଲା ଏବଂ ଏନସିପି ସୁପ୍ରିମୋ ଶରଦ ପାୱର। 

ରାଷ୍ଟ୍ରପତି ନିର୍ବାଚନରେ ବିରୋଧ ପକ୍ଷକୁ ଏକାଠି କରିବା ଲାଗି  ଟିଏମସି ପ୍ରୟାସ ଜାରି ରଖିଛି। ଏନେଇ ଜୁନ ୧୫ ତାରିଖ ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଏକ ବୈଠକ ଆୟୋଜନ କରିଥିଲା ଦଳ। ମାତ୍ର ଏହି ବୈଠକରୁ ବିଜେଡି, ଟିଆରଏସ, ଆମ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ, ୱାଇଏସଆର କଂଗ୍ରେସ ଦୂରେଇ ରହିଥିଲେ। ଅନ୍ୟପଟେ ବିଏସପି, ଏଆଇଏମଆଇଏମ ଭଳି ଦଳକୁ ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ମିଳି ନଥିଲା। ଅନ୍ୟପଟେ କଂଗ୍ରେସ, ସମାଜବାଦୀ ପାର୍ଟି, ଏନସିପି, ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ବାମଦଳ, ଶିବସେନା, ନ୍ୟାସନାଲ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି, ଜନତା ଦଳ ସେକ୍ୟୁଲାର, ରିଭୋଲ୍ୟୁସନାରୀ ସମାଜବାଦୀ ପାର୍ଟି, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍, ରାଷ୍ଟ୍ରୀୟ ଲୋକ ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଏହି ବୈଠକରେ ଯୋଗ ଦେଇଥିଲେ।

ବିରୋଧି ବୈଠକ ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଏନସିପି ସୁପ୍ରିମୋ ଶରଦ ପାୱର ସାମ୍ବାଦିକ ସମ୍ମିଳନୀ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରିଥିଲେ ଏନସିପି ସୁପ୍ରିମୋ ଶରଦ ପାୱର। ଏନେଇ ସେ କହିଥିଲେ ଖୁବ ଶୀଘ୍ର ବିରୋଧି ପକ୍ଷରୁ ପ୍ରାର୍ଥୀ ଚୟନ କରାଯିବ। ସେହିପରି ମମତା ବାନାର୍ଜୀ କହିଥିଲେ ଯଦି ଶରଦ ପାୱର ପ୍ରାର୍ଥୀ ହୁଅନ୍ତି ତାହେଲେ ତାଙ୍କୁ ବିରୋଧି ପକ୍ଷରୁ ସମର୍ଥନ ଦିଆଯିବ। ଅନ୍ୟପଟେ ନ୍ୟାସନାଲ କନଫରେନ୍ସ ନେତା ଫରୁକ ଅବଦୁଲ୍ଲା ମଧ୍ୟ ପ୍ରାର୍ଥୀ ହେବା ଲାଗି ରଖାଯାଇଖିବା ପ୍ରସ୍ତାବକୁ  ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ତାଙ୍କ ଦଳ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ମୁଁ  ପ୍ରତ୍ୟାହାର କରୁଛି। 

ନ୍ୟାସନାଲ କନଫରେନ୍ସ ନେତା ଫରୁକ ଅବଦୁଲ୍ଲା ଏବଂ ଏନସିପି ସୁପ୍ରିମୋ ଶରଦ ପାୱର ପ୍ରାର୍ଥୀ ହେବାକୁ ମନା କରିବା ପରେ ବିରୋଧି ପକ୍ଷରୁ ସମ୍ଭାବିତ ୩ ଜଣ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ସେମାନେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜସୱନ୍ତ ସିହ୍ନା, ପୂର୍ବତନ ପଶ୍ଚିମବଙ୍ଗ  ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ଏବଂ କେରଳର କୋଲାମ ସାଂସଦ ଏନ.କେ ପ୍ରେମଚନ୍ଦ୍ରନ।

 ରାଷ୍ଟ୍ରପତି ନିର୍ବାଚନ ନିର୍ବାଚନ ଯେତେ  ପାଖେଇ ଆସୁଛି ବିରୋଧି ଦଳରେ ଫାଟ ସେତିକି ବଢିବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ଉପରେ ଚର୍ଚ୍ଚା କରିବା ଲାଗି ଆସନ୍ତା ୨୧ ତାରିଖରେ ମୁମ୍ବାଇ ଠାରେ ଏନସିପି ନେତୃତ୍ୱରେ ଅନ୍ୟ ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ମାତ୍ର ଏହି ବୈଠକରେ ଯୋଗ ଦେଇପାରିବେ ନାହିଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କାରଣ ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ସେ ରାଷ୍ଟ୍ରପତି ନିର୍ବାଚନ ଲାଗି ମୁମ୍ବାଇ ଠାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେଇପାରିବେ ନାହିଁ। ମାତ୍ର ଜଣେ ବରିଷ୍ଠ ଟିଏମସି ନେତା ଏହି ବୈଠକରେ ଯୋଗ ଦେବେ। ଏ ସମ୍ପର୍କରେ ମମତା ବାନାର୍ଜୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଅବଗତ କରାଇଥିବା ରବିବାର ଦଳ ପକ୍ଷରୁ କୁହାଯାଇଛି।

Also  Read: President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ

Also Read: Presidential Election 2022: ବିରୋଧ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା

Also Read: Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ