ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍
Advertisement

ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍

 Presidential Election 2022: ବର୍ତ୍ତମାନ ଯାଏ ପ୍ରାୟ ସମସ୍ତ ରାଜନୈତିକ ଦଳ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ପ୍ରଦାନ କରିବେ, ତାହାକୁ ନେଇ ସ୍ଥିତି ସ୍ପଷ୍ଟ କରିସାରିଛନ୍ତି । ତଥାପି କିଛି ଆଞ୍ଚଳିକ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସ୍ଥିତିକୁ ସ୍ପଷ୍ଟ କରିନାହାଁନ୍ତି, ଯେମିତିକି ଆମ୍ ଆଦମୀ ପାର୍ଟି, ଟିଡିପି, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ଆଦି । 

ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍

ରାଞ୍ଚି: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ମୈଦାନରେ ଅଛନ୍ତି ଦୁଇ ପ୍ରାର୍ଥୀ । ବିଜେପି ନେତୃତ୍ୱାଧୀନ ଏନଡିଏ ତରଫରୁ ଦ୍ରୌପଦ୍ରୀ ମୁର୍ମୁ (Draupadi Murmu) ଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳ ତରଫରୁ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ପ୍ରାର୍ଥୀ କରାଯାଇଛି । ସେପଟେ ବର୍ତ୍ତମାନ ଯାଏ ପ୍ରାୟ ସମସ୍ତ ରାଜନୈତିକ ଦଳ ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ପ୍ରଦାନ କରିବେ, ତାହାକୁ ନେଇ ସ୍ଥିତି ସ୍ପଷ୍ଟ କରିସାରିଛନ୍ତି । ତଥାପି କିଛି ଆଞ୍ଚଳିକ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସ୍ଥିତିକୁ ସ୍ପଷ୍ଟ କରିନାହାଁନ୍ତି, ଯେମିତିକି ଆମ୍ ଆଦମୀ ପାର୍ଟି, ଟିଡିପି, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (Jharkhand Mukti Morcha) ଆଦି । ଝାରଖଣ୍ଡ ମୁଖୀ ମୋର୍ଚା (JMM) ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ, ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛି । 

ଅନ୍ୟପଟେ ଜେଏମଏମର କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଙ୍କ ଏକ ଟ୍ୱିଟ୍ ନିର୍ବାଚନକୁ ନେଇ ଏକ ବଡ଼ ସଙ୍କେତ ଦେଇଛି । ହେମନ୍ତ ସୋରେନଙ୍କ ଏହି ଟ୍ୱିଟ୍ ପରେ ଝାଡଖଣ୍ଡରେ ରାଜନୈତିକ ପାରା ବଢ଼ିଯାଇଛି । ସୋରେନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡରେ ପହଞ୍ଚିବା ପରେ ସ୍ୱାଗତ କରିଛନ୍ତି ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସୋମବାର ଝାଡଖଣ୍ଡରେ ପହଞ୍ଚିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି କହିଛନ୍ତି ଯେ, "ଦ୍ରୌପଦୀ ମୁର୍ମୁ ଆଜି ଝାଡଖଣ୍ଡକୁ ଆସୁଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଭମିକୁ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଦ୍ରୌପଦୀ ମୁର୍ମୁଙ୍କୁ ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଜୋହାର ।" ଏହି ସମୟରେ ମୁର୍ମୁ ନିଜ ସପକ୍ଷରେ ସମର୍ଥନ ପାଇଁ ଅପିଲ କରିଥିଲେ ।

କୁହାଯାଉଛି ଯେ, ଜେଏମଏମର ସ୍ଥିତି ଉପରେ କଂଗ୍ରେସ (Congress) ଓ ଆରଜେଡି (RJD) ନଜର ରଖିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବୋଧ କାନ୍ତ ସହାୟଙ୍କ ପର୍ଯ୍ୟନ୍ତ କହିସାରିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ସାଧାରଣ ନିର୍ବାଚନ ନୁହେଁ; ବରଂ ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହା ଏକ ନିର୍ବାଚନ । ଏହା ବିଚାରଧାରାର ଲଢ଼େଇ । ଏଭଳି ପରିସ୍ଥିତିରେ, ବୋଧହୁଏ ଏହି କାରଣରୁ ଶିବୁ ସୋରେନ୍ ଓ ହେମନ୍ତ ସୋରେନ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବାରେ କୌଣସି ତ୍ରୁଟି ରଖି ନଥିଲେ କିନ୍ତୁ ତାଙ୍କ ସମର୍ଥନକୁ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନଥିଲେ । ଏହାସହ ଗଣମାଧ୍ୟମକୁ ଏହି ବୈଠକରୁ ଦୂରେଇ ରଖିଥିଲେ ।

ଏହା ବି ପଢ଼ନ୍ତୁ:-ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାସନ ବାଣ୍ଟିବାରେ ଟପରେ ଓଡ଼ିଶା, ଜାଣନ୍ତୁ ୟୁପି ଓ ଗୁଜୁରାଟ ପରି ବିଜେପି ଶାସିତ ରାଜ୍ୟର ସ୍ଥିତି; ଦେଖନ୍ତୁ ପୁରା ତାଲିକା

ଏହା ବି ପଢ଼ନ୍ତୁ:-ଏଜବାଷ୍ଟନ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରୁଟ୍-ବେୟାରଷ୍ଟୋ ଯୋଗୁଁ ଇଂଲଣ୍ଡକୁ ମିଳିଲା ଐତିହାସିକ ବିଜୟ

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଜେଏମଏମ୍ ଆଧିକାରୀକ ଘୋଷଣା କରି ସିଧାସଳଖ କଂଗ୍ରେସ ବିରୋଧରେ ଯିବାକୁ ଚାହୁଁନାହିଁ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଓ ହାଇକୋର୍ଟରେ ହେଉଥିବା ଶୁଣାଣି ଫଳାଫଳକୁ ଅପେକ୍ଷା କରିବାକୁ ଜେଏମଏମ ଚାହୁଁଛି । ଏହା ସମ୍ଭବ ଯେ ଜେଏମଏମ୍ ଖୋଲାଖୋଲି ସମର୍ଥନ ନ କରିପାରେ ଓ ଦଳ ଏହି ବାର୍ତ୍ତା ଦେବାରେ ସଫଳ ହୋଇଛି ଯେ ଦ୍ରୌପଦୀ ମୁର୍ମୁଙ୍କୁ ହିଁ ସମର୍ଥନ ଦେଇଛି ।