ଏହି ନେତା ହୋଇପାରନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ଉଭୟ ବିଜେପି-କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ପୂର୍ବତନ ଆଇନ ମନ୍ତ୍ରୀ
Advertisement

ଏହି ନେତା ହୋଇପାରନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ଉଭୟ ବିଜେପି-କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ପୂର୍ବତନ ଆଇନ ମନ୍ତ୍ରୀ

Presidential Election 2022: ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।

ଏହି ନେତା ହୋଇପାରନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ଉଭୟ ବିଜେପି-କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ପୂର୍ବତନ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: Presidential Election 2022: ଆଉ ଗୋଟିଏ ମାସ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ (Presidential Election) ହେବାର ଅଛି । ଏହା ପୂର୍ବରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ଏହା ଅନ୍ତର୍ଗତ ବିଭିନ୍ନ ନାମ ସାମ୍ନାକୁ ଆସୁଛି । ବିଜେପି କୌଣସି ମହିଳା କିମ୍ୱା ଆଦିବାସୀ ଚେହେରାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ  (BJP Presidential Candidate) କରିବ । ସେପଟେ ବିରୋଧୀ ଦଳ ମଧ୍ୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସକ୍ରିୟ ହେବାରେ ଲାଗିଛି । ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେଇପାରନ୍ତି ବୋଲି ଅନେକ କଳ୍ପନାଜଳ୍ପନା ଚାଲିଛି । ବିରୋଧୀ ଦଳଗୁଡ଼ିକ ତରଫରୁ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ (Kapil Sibal) ରାଷ୍ଟ୍ରପତି ପ୍ରାର୍ଥୀ (Opposition Presidential Candidate) ହୋଇପାରନ୍ତି କିମ୍ୱା କୌଣସି ନାମକୁ ନେଇ ସହମତି କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି ।  

କଂଗ୍ରେସ (Congress) ରେ ଦୀର୍ଘ ସମୟ ଧରି ଶୀର୍ଷ ସ୍ତରରେ ରହିଆସିଥିବା ଓ ୟୁପିଏ ସରକାର (UPA Govt) ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳି ଥିବା କପିଲ ସିବଲ ରାଜନୀତିରେ ଏକ ନୂଆ ରାସ୍ତା ବାଛିଛନ୍ତି । ସିବଲଙ୍କ ଏହି ପଦକ୍ଷେପ ଉଭୟ ବିଜେପି (BJP) ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । କାରଣ କପିଲ ସିବଲଙ୍କ ନାମରେ ସମସ୍ତ ଅଣ-ବିଜେପି ଦଳ ଓ କ୍ଷେତ୍ରୀୟ ଦଳକୁ ବିରୋଧୀ ଗୋଷ୍ଠୀରେ ସାମିଲ କରାଇ ହେବ ଓ ଏହାସହ କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇପାରେ ଓ ଅନ୍ୟ ପଟେ ବିଜେପି ପାଇଁ ଏକ ନୂଆ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିପାରେ । 

କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟି (Samajwadi Party) ର ସମର୍ଥନରେ କପିଲ ସିବଲଙ୍କ ରାଜ୍ୟସଭାକୁ ଯିବାରୁ କଂଗ୍ରେସ ଭିତରେ ଥିବା ଜି-23 ଗୋଷ୍ଠୀ ଶେଷ ହୋଇଯାଇଛି । ସିବଲଙ୍କ ଏହି ପଦକ୍ଷେପ ସହିତ ସୋନିଆ ଗାନ୍ଧୀଙ୍କ କଂଗ୍ରେସ ଉପରେ ନିୟନ୍ତ୍ରଣ  ଅଧିକ ମଜଭୁତ ହୋଇଛି । ବର୍ତ୍ତମାନ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ କଂଗ୍ରେସ ଭିତରେ କୌଣସି ଗୋଷ୍ଠୀ ବାକି ନାହିଁ । କାରଣ ଏହି ଗୋଷ୍ଠୀର ନେତା କପିଲ ସିବଲ ଦଳ ଛାଡି ଏସପି କ୍ୟାମ୍ପକୁ ଯାଇଥିବା ବେଳେ ଅନ୍ୟ ନେତା ଗୁଲାମ ନାବି ଆଜାଦ, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଶଶି ଥରୁର, ଭୁପେନ୍ଦ୍ର ସିଂ ହୁଡ୍ଡା, ମୁକୁଲ ୱାସନିକ, ମନୀଷ ତିୱାରୀ ଦଳରେ ନିଜର ଭୂମିକାକୁ ସ୍ୱୀକାର କରିନେଇଛନ୍ତି । ଏହି ସମସ୍ତ ନେତା ନା କେବଳ ଉଦୟପୁର ନବ ସଂକଳ୍ପ ଚିନ୍ତନ ଶିବିରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି, ବରଂ କେତେକ ଗୁରୁତ୍ୱପୂର୍ଣ୍ଣ କମିଟି ଓ ଗୋଷ୍ଠୀରେ ମଧ୍ୟ ସ୍ଥାନ ପାଇଛନ୍ତି । 

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, କପିଲ ସିବଲଙ୍କ ନୂଆ ଇନିଂସରେ ଆଗକୁ କ'ଣ ହୋଇପାରେ । ବାସ୍ତବରେ, ସିବଲ କଂଗ୍ରେସ ଟିକେଟରେ ଲୋକସଭା ଓ ରାଜ୍ୟସଭାରେ ରହିଛନ୍ତି ଓ ଦଳ ଅନୁଶାସନରେ ବାନ୍ଧି ହୋଇଥିଲେ । ସେଥିପାଇଁ ଅନେକ ଥର ସେ ଘରେ କିମ୍ବା ଘର ବାହାରେ ନିଜ ମନ କଥା କହିପାରିନଥିଲେ । ଗତ କିଛି ମାସ ଧରି କଂଗ୍ରେସ ନେତୃତ୍ୱ ପ୍ରତି ତାଙ୍କର ମନୋଭାବ ଅତ୍ୟନ୍ତ ତୀକ୍ଷ୍ଣ ଥିଲା । ତାଙ୍କର ବିଜେପି ବିରୋଧୀ ତଥା ଧର୍ମନିରପେକ୍ଷତା ପ୍ରତି ତାଙ୍କର ପ୍ରତିବଦ୍ଧତା ଜଣାଶୁଣା, ତେଣୁ ତାଙ୍କୁ ବିଜେପି କିମ୍ବା ମୋଦି ସରକାରଙ୍କ ହାତର କଣ୍ଡେଇ କହିବା ଅଭିଯୋଗ ଲଗାଇ ହେବନାହିଁ । ଏକଦା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜଣେ ବିଶ୍ୱସ୍ତ ବିଶ୍ୱାସୀ ଥିବା କପିଲ ସିବଲ ସମସ୍ତ ଆଇନଗତ ବିବାଦରେ ଉଭୟ ପରିବାର ଓ ଦଳର ସମସ୍ୟାର ସମାଧାନ କରିଆସୁଛନ୍ତି । ସେହିଭଳି କପିଲ ପ୍ରାୟ ସମସ୍ତ ଅଣ-ବିଜେପି ଦଳର ନେତାଙ୍କ ଆଇନଗତ ମାମଲା ଦେଖୁଛନ୍ତି ।

ସେ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ, ନବାବ ମଲିକ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ମଧ୍ୟ ଓକିଲ ରହିସାରିଛନ୍ତି । ନବୀନ ପଟ୍ଟନାୟକ, ଜଗନ୍ ମୋହନ ରେଡ୍ଡୀ ଏବଂ ଚନ୍ଦ୍ରଶେଖର ରାଓଙ୍କ ସହ ତାଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି । ଏନସିପି ନେତା ଶରଦ ପାୱାର ମଧ୍ୟ କପିଲ ସିବଲଙ୍କୁ ଖାସ୍ ମନେ କରନ୍ତି । କଂଗ୍ରେସରୁ ଅଲଗା ହେବା ସତ୍ତ୍ୱେ କପିଲ ସିବଲ ଜି-23 ର ସମସ୍ତ ପ୍ରତିଷ୍ଠିତ ନେତାଙ୍କ ସହ ସମ୍ୱାଦ ଓ ଯୋଗାଯୋଗ ବଜାୟ ରଖିଛନ୍ତି । ଏସପିରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ରାମ ଗୋପାଳ ଯାଦବ, ଶିବପାଲ ସିଂ ଯାଦବ ଏବଂ ମହମ୍ମଦ ଆଜମ ଖାନ ମଧ୍ୟ କପିଲ ସିବଲଙ୍କ ନିକଟତର ଅଟନ୍ତି । ଅନେକ ପ୍ରସଙ୍ଗରେ ବାମ ଦଳର ନେତାଙ୍କ ସହ କପିଲ ସିବଲଙ୍କ ସହ ସହମତି ରହିଛି ।

କପିଲ ସିବଲଙ୍କ ସର୍ବଭାରତୀୟ ସ୍ୱୀକୃତି ହେଉଛି ତାଙ୍କର ସବୁଠାରୁ ବଡ଼ ଶକ୍ତି । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ​​ତାଙ୍କୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ କରାଯାଉ ବୋଲି ଏକ ମତ ସୃଷ୍ଟି ହେଉଛି । ଏଥିପାଇଁ ସମସ୍ତ ଅଣ-ବିଜେପି ଦଳର ନେତାଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟିରେ ଯୋଗଦେବା ପରିବର୍ତ୍ତେ କପିଲ ସିବଲ ଦଳର ସମର୍ଥନରେ ରାଜ୍ୟସଭାକୁ ଯିବା ପଛରେ ଏହା ହେଉଛି ରଣନୀତି । ଏହା ସହ କପିଲ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହଁନ୍ତି ବରଂ ସମସ୍ତ ବିରୋଧୀ ଦଳର ସାଧାରଣ ପ୍ରାର୍ଥୀ ହେବେ । ଯେତେବେଳେ କପିଲ ସିବଲଙ୍କ ପାଇଁ ବିଜେପି ବିରୋଧୀ ସମସ୍ତ ଆଞ୍ଚଳିକ ଦଳ ପ୍ରସ୍ତୁତ ହୋଇଯିବେ, ସେତେବେଳେ ତାଙ୍କୁ ସମର୍ଥନ କରିବା ବ୍ୟତୀତ କଂଗ୍ରେସ ପାଖରେ କୌଣସି ବିକଳ୍ପ ରହିବ ନାହିଁ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଗଣିତକୁ ବିଗାଡ଼ିବା ପାଇଁ ବିଜେପି କରୁଛି ପ୍ଲାନ, ଚର୍ଚ୍ଚାରେ କୁମାର ବିଶ୍ୱାସଙ୍କ ନାମ

ଏହା ବି ପଢ଼ନ୍ତୁ:-ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଗୋଟିଏ ମାମଲା ଲଢ଼ିବା ପାଇଁ କେତେ ଫି ନିଅନ୍ତି କପିଲ ସିବଲ? ଜାଣନ୍ତୁ ଏଠାରେ...

ସୂଚନାଯୋଗ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକଙ୍କ ଭୋଟ ମିଶି ୪୮.୯ ପ୍ରତିଶତ ରହିଛି । ଅନ୍ୟପଟେ ବିରୋଧୀ ଦଳ ଓ ଅନ୍ୟ ଦଳ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଛି । ଏଥିପାଇଁ ବିଜେପିକୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ବା କିମ୍ବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଛି । ସେହିପରି ବିହାରରେ ନୀତିଶ କୁମାରଙ୍କ ମନୋଭାବ ବଦଳୁଛି, ବିଜେପି ମଧ୍ୟ ଚାପରେ ରହିଛି । ବିଗତ ଦିନରେ ବିହାର ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ତେଣୁ କପିଲ ସିବଲ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ ଯିଏ ସମଗ୍ର ବିରୋଧୀଙ୍କୁ ଏକଜୁଟ କରି ଶାସକ-ବିଜେପି ମେଣ୍ଟର ପ୍ରାର୍ଥୀଙ୍କୁ କଡ଼ା ମୁକାବିଲା ଦେଇପାରବେ । କୁହାଯାଉଛି ଯେ କପିଲ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ।

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।