'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'
Advertisement

'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

Presidential Election 2022: ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ଜଣେ ଆଦିବାସୀ ନେତ୍ରୀ ଭାବେ ସେ ଓଡିଶାରୁ ଆସନ୍ତି । ସେ ବିଜେଡି ସରକାରରେ ମନ୍ତ୍ରୀ ରହିଆସିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ନାମ ଉପରେ ମୋହର ପରେ ବର୍ତ୍ତମାନ ନିର୍ବାଚନରେ ​​ବିଜୁ ଜନତା ଦଳର ସମର୍ଥନର ମଧ୍ୟ ଘୋଷଣା ହୋଇସାରିଛି । ଯାହା ପରେ ତାଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ବୋଲି କୁହାଯାଉଛି । 

'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

ନୂଆଦିଲ୍ଲୀ: Presidential Election 2022: ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଏହାପୂର୍ବରୁ ବିରୋଧୀଦଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ନାମ ଚୂଡାନ୍ତ କରିସାରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ।

ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ସମେତ ବହୁ ବଡ଼ ନେତା ଦୀର୍ଘ ସମୟ ମାନସ ମନ୍ଥନ ପରେ ଏହି ବଡ଼ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ଦ୍ରୌପଦୀ ମୁର୍ମୁଙ୍କ ନାମ ସର୍ବସମ୍ମତିରେ ଫାଇନାଲ କରାଯାଇଥିଲା ।

ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ଜଣେ ଆଦିବାସୀ ନେତ୍ରୀ ଭାବେ ସେ ଓଡିଶାରୁ ଆସନ୍ତି । ସେ ବିଜେଡି ସରକାରରେ ମନ୍ତ୍ରୀ ରହିଆସିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ନାମ ଉପରେ ମୋହର ପରେ ବର୍ତ୍ତମାନ ନିର୍ବାଚନରେ ​​ବିଜୁ ଜନତା ଦଳର ସମର୍ଥନର ମଧ୍ୟ ଘୋଷଣା ହୋଇସାରିଛି । ଯାହା ପରେ ତାଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ବୋଲି କୁହାଯାଉଛି । 

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, "ଦ୍ରୌପଦୀ ମୁର୍ମୁଜୀ ନିଜ ଜୀବନକୁ ସମାଜର ସେବାରେ ଉତ୍ସର୍ଗ କରିଛନ୍ତି ଓ ଗରିବ, ଦଳିତ ତଥା ବଞ୍ଚିତ ଲୋକଙ୍କୁ ସଶକ୍ତ କରିବାରେ ସମର୍ପିତ କରିଛନ୍ତି । ତାଙ୍କ ପାଖରେ ପ୍ରଶାସନିକ ଅଭିଜ୍ଞତା ରହିଛି ଓ ତାଙ୍କର ଏକ ଉତ୍ତମ କାର୍ଯ୍ୟକାଳ ରହିଛି । ମୋର ବିଶ୍ୱାସ ଯେ ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ।"

ଏହା ବି ପଢ଼ନ୍ତୁ:-କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ଫେଲ୍ ମାରିଲା ​​ବିରୋଧୀଙ୍କ ରଣନୀତି! ଏହି କାରଣରୁ ଆହୁରି ବଢ଼ିଲା ସଙ୍କଟ

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି ଯେ, "ଲକ୍ଷ ଲକ୍ଷ ଲୋକ, ବିଶେଷକରି ଯେଉଁମାନେ ଦାରିଦ୍ର୍ୟର ଓ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ଦ୍ରୌପଦୀ ମୁର୍ମୁ ଜୀଙ୍କ ଜୀବନରୁ ବହୁତ ଶକ୍ତି ମିଳୁଛି । ନୀତିଗତ ପ୍ରସଙ୍ଗରେ ତାଙ୍କର ବୁଝାମଣା ଓ କରୁଣ ପ୍ରକୃତି ଆମ ଦେଶକୁ ବହୁତ ଲାଭ ହେବ ।"

ଏଠାରେ କହି ରଖୁଛୁ ଯେ, ଏନଡିଏ ପାଖରେ କେବଳ ୪୩ ହଜାର ଭୋଟ ମୂଲ୍ୟର ଅଭାବ ରହିଛି । ବିଜେଡି ବିଷୟରେ କହିବାକୁ ଗଲେ ଏହାର ଭୋଟର ମୂଲ୍ୟ ହେଉଛି ୩୧,୬୮୬ । ଏଥି ସହିତ ଆନ୍ଧ୍ର ପ୍ରଦେଶର ଶାସକ ଦଳ YSR କଂଗ୍ରେସର ଭୋଟର ମୂଲ୍ୟ ୪୩,୪୫୦ ରହିଛି । YSR କଂଗ୍ରେସ ମଧ୍ୟ ସମର୍ଥନର ସଙ୍କେତ ଦେଇଛି । ଏହା ବ୍ୟତୀତ ବିରୋଧୀ ଗୋଷ୍ଠୀରେ ଏକତାର ଅଭାବ ରହିଛି, ତେଣୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜିତିବା ସହଜ ହୋଇଯିବ । ବାସ୍ତବରେ, ବିଜେପି ଆଦିବାସୀ ସମ୍ପ୍ରଦାୟରୁ ଜଣଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିଚ କରାଇଦେଇଛି, ଯାହାକୁ ବିରୋଧ କରିବା କୌଣସି ଦଳ ପାଇଁ କଷ୍ଟକର ହେବ । ଯାହା ଫଳରେ ବିରୋଧୀଙ୍କ ଗଣିତ ମଧ୍ୟ ବିଗିଡ଼ି ଯାଇଛି ।