ରାଷ୍ଟ୍ରପତି ନିର୍ବାଚନରେ ​​ଶିବସେନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ କରିବ ସମର୍ଥନ? ସାଂସଦଙ୍କ ଦାବି ପରେ ଉଦ୍ଧବ ଠାକରେ କହିଲେ ଏହି କଥା
Advertisement
Article Detail0/zeeodisha/odisha1253256

ରାଷ୍ଟ୍ରପତି ନିର୍ବାଚନରେ ​​ଶିବସେନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ କରିବ ସମର୍ଥନ? ସାଂସଦଙ୍କ ଦାବି ପରେ ଉଦ୍ଧବ ଠାକରେ କହିଲେ ଏହି କଥା

 Presidential Election 2022:  ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଘଟଣାକ୍ରମରେ ଶିବସେନା ଓ ବିଜେପି (BJP) ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନୁହେଁ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ସାଂସଦଙ୍କ ବିଦ୍ରୋହ ପରେ ଏଠାରେ ଥିବା ମହା ବିକାଶ ଅଘାଡ଼ି ମେଣ୍ଟ ସରକାରଙ୍କ ପତନ ହୋଇଥିଲା । 

ରାଷ୍ଟ୍ରପତି ନିର୍ବାଚନରେ ​​ଶିବସେନା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ କରିବ ସମର୍ଥନ? ସାଂସଦଙ୍କ ଦାବି ପରେ ଉଦ୍ଧବ ଠାକରେ କହିଲେ ଏହି କଥା

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ପ୍ରାର୍ଥୀ ​​ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସମର୍ଥନ କରିବାକୁ ଶିବସେନା (Shiv Sena) ପ୍ରସ୍ତୁତ ହେଉଛି । ଏହାର ସଙ୍କେତ ଶିବସେନାର ଦଳୀୟ ବୈଠକରୁ ମିଳିଛି । ଶିବସେନା ସାଂସଦ ଗଜାନନ କୀର୍ତ୍ତିକାର କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନେଇ ବୈଠକରେ ସାଂସଦମାନେ ଦାବି କରିଛନ୍ତି । ଉଦ୍ଧବ ଠାକରେ (Uddhav Thackeray) ସାଂସଦମାନଙ୍କୁ କହିଛନ୍ତି କି ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଏ ବିଷୟରେ ନିଷ୍ପତ୍ତି ନେବେ ଓ ସେମାନଙ୍କୁ ଜଣାଇବେ । ଯଦିଓ ମୁର୍ମୁ ଏନଡିଏ ପ୍ରାର୍ଥୀ, କିନ୍ତୁ ସେ ଜଣେ ଆଦିବାସୀ ସମ୍ପ୍ରଦାୟର ଓ ସେ ଜଣେ ମହିଳା । ସେଥିପାଇଁ ଶିବସେନା ସାଂସଦମାନେ ମତ ଦେଇଛନ୍ତି ଯେ ସେମାନେ ମୁର୍ମୁଙ୍କୁ ସମର୍ଥନ କରିବା ଉଚିତ୍ ।

ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଘଟଣାକ୍ରମରେ ଶିବସେନା ଓ ବିଜେପି (BJP) ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନୁହେଁ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ସାଂସଦଙ୍କ ବିଦ୍ରୋହ ପରେ ଏଠାରେ ଥିବା ମହା ବିକାଶ ଅଘାଡ଼ି ମେଣ୍ଟ ସରକାରଙ୍କ ପତନ ହୋଇଥିଲା । ଏହା ପରେ ବିଜେପି ଓ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକତ୍ର ସରକାର ଗଠନ କରିଛନ୍ତି । ଏହି ପରିବର୍ତ୍ତିତ ରାଜନୈତିକ ସମୀକରଣ ମଧ୍ୟରେ ଯଦି ଶିବସେନା ସାଂସଦମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନର ହାତ ବଢାନ୍ତି, ତେବେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହେବ । ସୂଚନାଯୋଗ୍ୟ, ଆଜି ଶିବସେନା ସାଂସଦଙ୍କ ବୈଠକରେ ଏ ସମ୍ପର୍କରେ ଏକ ଦାବି କରାଯାଇଛି ।

ଏହା ବି ପଢ଼ନ୍ତୁ:-ଗୋଆରେ ଆକ୍ସନ ମୁଡରେ କଂଗ୍ରେସ, ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ଯିବ ବିଧାୟକ ପଦ!

ଏହା ବି ପଢ଼ନ୍ତୁ:-ଗୋଆ ପରେ ବର୍ତ୍ତମାନ ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିଲେ ଏହି ତିନି ବରିଷ୍ଠ ନେତା

ଏହା ବି ପଢ଼ନ୍ତୁ:-ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!

ସୂଚନାଯେଗ୍ୟ, ଦ୍ରୌପଦୀ ମୁର୍ମୁ ଆଦିବାସୀ ପୃଷ୍ଠଭୂମି ଓ ମହିଳା ପ୍ରାର୍ଥୀ ଯୋଗୁଁ ବିଭିନ୍ନ ଦଳରୁ ସମର୍ଥନ ମିଳୁଛି । ଏଥିରେ ସେହି ଦଳ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କର ବିଜେପି ସହିତ ଆଦର୍ଶଗତ ମତଭେଦ ରହିଛି । ଏପରିକି ମମତା ବାନାର୍ଜୀ କହିଛନ୍ତି ଯେ ଯଦି ବିଜେପି ତାଙ୍କୁ ପୂର୍ବରୁ ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ମୈଦାନରେ ଓହ୍ଲାଇବାକୁ ଯାଉଛି ବୋଲି କହିଥାନ୍ତେ ତେବେ ସେ ସମର୍ଥନ କରିବାକୁ ଚିନ୍ତା କରିଥାନ୍ତେ ।

ଆପଣଙ୍କୁ କହି ରଖୁଛୁ ଯେ ଶିବସେନାର ଲୋକସଭାରେ ୧୮ ଜଣ ଓ ରାଜ୍ୟସଭାରେ ୩ ଜଣ ସଦସ୍ୟ ଅଛନ୍ତି । ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ଶିବସେନା ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ, ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ରାଜ୍ୟର ବିଧାୟକ ତଥା ସାଂସଦମାନେ ଏକଜୁଟ ହେବା ଆବଶ୍ୟକ ।