୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ
Advertisement

୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ (Lakhimpur Kheri) ରେ ହିଂସା ପରେ ରାଜନୈତିକ ଝଡ଼ ବନ୍ଦ ହେବା ଭଳି ମନେ ହେଉନାହିଁ । ଗତକାଲି ଅର୍ଥାତ ସୋମବାର ପୀଡ଼ିତାଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କୁ ପୋଲିସ ହେପାଜତକୁ ନେଇଥିଲା । ବର୍ତ୍ତମାନ ତାଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଂଘନ ଓ ଶାନ୍ତି ଭଙ୍ଗର ଆଶଙ୍କା

୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ

ସୀତାପୁର: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ (Lakhimpur Kheri) ରେ ହିଂସା ପରେ ରାଜନୈତିକ ଝଡ଼ ବନ୍ଦ ହେବା ଭଳି ମନେ ହେଉନାହିଁ । ଗତକାଲି ଅର୍ଥାତ ସୋମବାର ପୀଡ଼ିତାଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କୁ ପୋଲିସ ହେପାଜତକୁ ନେଇଥିଲା । ବର୍ତ୍ତମାନ ତାଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଂଘନ ଓ ଶାନ୍ତି ଭଙ୍ଗର ଆଶଙ୍କା ଭଳି ବିଭିନ୍ନ ଧାରା ଅନ୍ତର୍ଗତରେ ମାମଲା ରୁଜୁ ହୋଇଛି ।

ଯାହା ପରେ ବର୍ତ୍ତମାନ ପୋଲିସ ପ୍ରିୟଙ୍କା (Priyanka Gandhi Vadra) ଙ୍କୁ ଗିରଫ କରିଛି । ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ନିଆଯାଉଛି । ସେପଟେ କଂଗ୍ରେସ ନେତାମାନେ (Congress Leaders) ପ୍ରିୟଙ୍କାଙ୍କ ଗିରଫଦାରୀ ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି ।

ଶତାଧିକ କଂଗ୍ରେସ କର୍ମୀ ପହଞ୍ଚିଛି

ପ୍ରିୟଙ୍କାଙ୍କ ଅଟକ ସମ୍ପର୍କରେ ସୂଚନା ପାଇବା ପରେ ଶତାଧିକ କଂଗ୍ରେସ କର୍ମୀ ସୀତାପୁରର PAC ଫାଟକରେ ପହଞ୍ଚିଛି । ଯେଉଁଠାରେ ପ୍ରିୟଙ୍କାଙ୍କୁ ଅଟକ ପରେ ରଖାଯାଇଥିଲା । କଂଗ୍ରେସ ନେତାମାନେ ନାରାବାଜୀ କରୁଛନ୍ତି । ପୋଲିସ-ପ୍ରଶାସନ ଏହି ଘଟଣାକୁ ଦେଖି ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରିଛି ।

ନେତାମାନଙ୍କୁ କରାଯାଇଛି ନଜରବନ୍ଦ

ଗିରଫ ଦେବା ପାଇଁ କଂଗ୍ରେସ ବିଧାୟକ ଆରାଧନା ମିଶ୍ରା ମଧ୍ୟ ସେଠାରେ ପହଞ୍ଚିଛି । ସେମାନଙ୍କୁ ଅଟକାଇବା ପାଇଁ ଭାରୀ ମହିଳା ଫୋର୍ସ ମୁତୟନ କରାଯାଇଛି ।  ସୀତାପୁର କିମ୍ବା ଅନ୍ୟାନ୍ୟ ଜିଲ୍ଲାର କଂଗ୍ରେସ କର୍ମୀଙ୍କୁ ଅଟକାଇ ଦିଆଯାଇଛି, ଯେଉଁମାନେ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିଲେ । ଅନେକ ନେତାଙ୍କୁ ନଜରବନ୍ଦ ରଖାଯାଇଛି ।

ଏହି ନେତାଙ୍କ ନାମରେ ମାମଲା

କୁହାଯାଉଛି ଯେ ଯେଉଁ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ, ଅଜୟ କୁମାର ଲଲ୍ଲୁ ଏବଂ ଦୀପେନ୍ଦ୍ର ହୁଡ୍ଡା ଅଛନ୍ତି । କଂଗ୍ରେସର ଅନ୍ୟାନ୍ୟ ନେତା ତଥା କର୍ମୀଙ୍କ ନାମ ମଧ୍ୟ ଧାରା 151 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଅଧିକ ପଢ଼ନ୍ତୁ:-ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର