ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା
Advertisement

ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା (Priyanka Gandhi) ତାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି କିଛିଟା  ଦେଖାଯାଆନ୍ତି । କିନ୍ତୁ ରାଜନୈତିକ ଶୈଳୀରେ ସେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରି ନଜରକୁ ଆସନ୍ତି । 

ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ କଂଗ୍ରେସ (Congress) ଧୀରେ ଧୀରେ ନିଜକୁ ମଜଭୁତ କରିବାରେ ଲାଗିଛି । ଗଣମାଧ୍ୟମରେ ବିନା ଚର୍ଚ୍ଚାରେ ଦଳ ନିଜର ସ୍ଥିତିକୁ ସୁଧାରିବାରେ ଲାଗିଛି । ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାୟଜ ପରେ ଏବେ ବିଧାନସଭା ନିର୍ବାଚନରେ ନିଜର ସ୍ଥିତିକୁ ମଜଭୁତ କରୁଛି କଂଗ୍ରେସ । ଏହି ପ୍ରକ୍ରିୟା ପଛରେ କୌଣସି ଏଜେଣ୍ଟ ନାହାଁନ୍ତି, ବରଂ ଦଳର ସାଧାରଣ ସମ୍ପାଦକ ତଥା ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ମୁଣ୍ଡ କାମ କରୁଛି । ୟୁପିର କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ 'ଦିଦି' ବୋଲି ଡାକନ୍ତି ।

ପ୍ରିୟଙ୍କା (Priyanka Gandhi) ତାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି କିଛିଟା  ଦେଖାଯାଆନ୍ତି । କିନ୍ତୁ ରାଜନୈତିକ ଶୈଳୀରେ ସେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରି ନଜରକୁ ଆସନ୍ତି । ତାଙ୍କ ପିତାଙ୍କ ପରି ପ୍ରିୟଙ୍କା ମଧ୍ୟ ସାଧାରଣ କଂଗ୍ରେସ ଲୋକଙ୍କ ପାଇଁ ଦ୍ୱାର ଖୋଲି ଦେଇଛନ୍ତି । ୨୦୧୯ରେ ଦଳର ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ୟୁପିର ପାଞ୍ଚ ହଜାର ଦଳର ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିସାରିଛନ୍ତି । ପ୍ରାର୍ଥୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବା ବ୍ୟତୀତ ସେ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିକମରେ ଦଶଜଣ ସଦସ୍ୟଙ୍କୁ ଭେଟିଛନ୍ତି । ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନରେ ​​ଦଳକୁ ଦୃଢ଼ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟ କ’ଣ ?

ପ୍ରିୟଙ୍କାଙ୍କ ପ୍ରଥମ ଉଦ୍ଦେଶ୍ୟ ହେଉଛି ସହର କମିଟିରେ ନୂତନ ଉତ୍ସାହ ସୃଷ୍ଟି କରିବା । ପାର୍ଟି କମିଟି ପାଇଁ ସେ ଆଗ୍ରହୀ ପ୍ରାର୍ଥୀଙ୍କ ନାମ ଆଗକୁ ଆସିଥିବା ଓ ପ୍ରତ୍ୟେକ ଜିଲ୍ଲାରୁ ୧୦ ଜଣ ପ୍ରାର୍ଥୀଙ୍କୁ ପ୍ରିୟଙ୍କାଙ୍କସ ସହ ସାକ୍ଷାତ କରିବାକୁ ଚୟନ କରାଯାଇଛି । ଏହା ପରେ ତିନୋଟି ନାମ ସର୍ଟଲିଷ୍ଟ କରାଯାଇଛି ଏବଂ ସେଠାରୁ ରାଜ୍ୟରେ ଦଳର ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କ ଟିମ୍ ସହିତ ଆଲୋଚନା କରାଯାଇଛି । ଯେଉଁଥିରେ ନାଁକୁ ଅନ୍ତିମ ରୂପ ଦିଆଯାଇଥିଲା ।

ସଂଗଠନରେ କରାଯାଇଛି ପରିବର୍ତ୍ତନ 

କଂଗ୍ରେସ ଦଳ ସଂଗଠନରେ ଛଟେଇ ଓ ଉତ୍ତରଦାୟିତ୍ୱ ସ୍ଥିତ କରିବା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ଏଜେଣ୍ଡା ପାଲଟିଛି । ପ୍ରିୟଙ୍କା ଗାନ୍ଧୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, କିପରି ସାଧାରଣ ନିର୍ବାଚନ ପରେ ସଂଗଠନର ଦୁର୍ବଳତା  ସାମ୍ନାକୁ ଆସିଥିଲା । ସୋନଭଦ୍ରରେ ଦଳିତ ଆଦିବାସୀଙ୍କ ହତ୍ୟା ମାମଲାକୁ ପ୍ରିୟଙ୍କା ଜୋରସୋରରେ ଉଠାଇଥିଲେ ।

ଅଧିକ ପଢ଼ନ୍ତୁ:-ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା

ପ୍ରତ୍ୟେକ ମଡେଲ ଉପରେ କରାଯାଉଛି କାମ 

ୟୁପି କଂଗ୍ରେସର ସୋସିଆଲ ମିଡିଆ ୱିଙ୍ଗର ମୁଖ୍ୟ ମୋହିତ ପାଣ୍ଡେ କହିଛନ୍ତି ଯେ, ଆମେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଯୋଗାଯୋଗର ଏକ ସଂଯୁକ୍ତ ମଡେଲ ଉପରେ କାମ କରୁଛୁ । ଆଭ୍ୟନ୍ତରୀଣ ମଡେଲ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହ ଜଡିତ ହେବା ଉପରେ କେନ୍ଦ୍ରିତ ରହିଛି । ଏବଂ ବାହ୍ୟ ମଡେଲ ଜନସାଧାରଣଙ୍କ ସହ ଯୋଗାଯୋଗ ଉପରେ କେନ୍ଦ୍ରିତ ରହିଛି । ସେଥିପାଇଁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭିଡିଓ ବାର୍ତ୍ତା ଏବଂ ଟ୍ୱିଟ୍ ୨୩ ହଜାରରୁ ଅଧିକ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ସେୟାର କରାଯାଇଥାଏ ।

ପ୍ରିୟଙ୍କାଙ୍କୁ ଲୋକଙ୍କ ସହ ଯୋଡିବା ପାଇଁ ରଣନୀତି 

ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ଟିମର ରଣନୀତିକୁ ସେମାନଙ୍କର 'ମାସ୍ କନେକ୍ଟ' କାର୍ଯ୍ୟକ୍ରମ ସହିତ ଯୋଡ଼ା ଯାଇପାରିବ | ଇତିହାସରେ ପ୍ରଥମ ଥର ପାଇଁ ଦଳ ୭୦ ଲକ୍ଷରୁ ଅଧିକ ମୋବାଇଲ୍ ନମ୍ବରର ଆଧାର ଗଠନ କରିଛି ଏବଂ ଏହାର ତଥ୍ୟରେ ଆହୁରି ଅଧିକ ଲୋକଙ୍କୁ ଯୋଡିବାରେ ଲାଗିଛି । ଏହାର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ପ୍ରାୟ ୧୩ କୋଟି ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୭୦ ପ୍ରତିଶତକୁ ନିଜ ସହ ସଂଯୋଗ କରିବା ।

ଅଧିକ ପଢ଼ନ୍ତୁ:-ଜମ୍ମୁ-କଶ୍ମୀରରେ ବିଜେପି-ପିଡିପି ସରକାରରେ ହୋଇଛି ୧୦ ହଜାର କୋଟି ଟଙ୍କାର ହେରଫେର ! CAG ରିପୋର୍ଟରେ ଖୁଲାସା

ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ସମ୍ପର୍କ 

ଦଳ ଆଗକୁ ବଢ଼ୁଥିବାବେଳେ ଭୁଲଗୁଡ଼ିକ କମିବାରେ ଲାଗିଛି । ନିର୍ବାଚନୀ ରଣନୀତି ମଧ୍ୟ ଚାଲୁଛି । ଦୁଇ ମାସ ପୂର୍ବେ ଲୋଧି ରୋଡ ସ୍ଥିତ ଘର ଖାଲି କରିବା ପରେ ପ୍ରିୟଙ୍କା ଭଡା ଘରକୁ ଆସି ଜୁମ୍ ମିଟିଂ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ସମ୍ପର୍କ କରିବାରେ ଲାଗିଛି । ଭର୍ଚୁଆଲ୍ ବାର୍ତ୍ତାଳାପରେ ବେକାର ଯୁବକ ଠାରୁ ଆରମ୍ଭ କରି କୃଷକ ଏବଂ ମହିଳା ପ୍ରବାସୀ ଶ୍ରମିକ ପର୍ଯ୍ୟନ୍ତ ସବୁକିଛି ପ୍ରସଙ୍ଗ ସାମିଲ ରହିଥାଏ । ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଏବଂ ବେକାର ଯୁବକମାନଙ୍କ ସହ ସେ ଗତ ମାସରେ ୯ଟି ଭର୍ଚୁଆଲ୍ ମିଟିଂ କରିଛନ୍ତି । ଏହା ବ୍ୟତୀତ ସେ ଦଳର ପଦାଧିକାରୀ ଓ ଫ୍ରଣ୍ଟରେ କାମ କରୁଥିବା ସଙ୍ଗଠନ ସହ ମଧ୍ୟ ବୈଠକ କରିଛନ୍ତି । ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରସାରଣର ଉଦ୍ଦେଶ୍ୟ ହେଉଛି ନୂତନ ସମ୍ଭାବନା ଏବଂ ଆଧାର ଆବିଷ୍କାର କରିବା ।

ଅଧିକ ପଢ଼ନ୍ତୁ:-ରାଫେଲ ଚୁକ୍ତିକୁ ନେଇ ଅଡୁଆରେ ମୋଦି ସରକାର, CAG କଲା ଏହି ଖୁଲାସା

ପ୍ରତ୍ୟେକ ୱିଙ୍ଗ ପାଇଁ ସ୍ପଷ୍ଟ ରହିଛି ତାଙ୍କ ଭୂମିକା

ୟୁପିରେ ଦଳର ଏସସି-ଏସଟି ୱିଙ୍ଗର AICC ସଂଯୋଜକ ପ୍ରିୟଙ୍କାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଏସସି-ଏସଟି ୱିଙ୍ଗର AICC ସଂଯୋଜକ ତଥା ଦଲିତ ନେତା ପ୍ରଦୀପ ନରୱାଲ କହିଛନ୍ତି ଯେ, ପ୍ରିୟଙ୍କାଙ୍କ ମାର୍ଗଦର୍ଶନରେ ଆମ ପାଇଁ ଆଗାମୀ କାର୍ଯ୍ୟ କାଚ ପରି ସ୍ପଷ୍ଟ ହୋଇଛି । ଆମେ ସମାଜର ସମସ୍ତ ବର୍ଗ ପ୍ରତି ଧ୍ୟାନ ଦେଉଛୁ, ସେମାନଙ୍କର ଅଭିଯୋଗ ଶୁଣୁଛୁ ଏବଂ ଏକ ନୂତନ ନେତୃତ୍ୱ ବିକାଶ କରୁଛୁ । ଆମେ ସେମାନଙ୍କ ପ୍ରସଙ୍ଗରେ ହସ୍ତକ୍ଷେପ କରୁ ଯିଏ ଆମକୁ ଏକ ନୂତନ ଦୃଢ଼ତା ପ୍ରଦାନ କରିଥାଏ । ନୂତନ ଆଭିମୁଖ୍ୟ ଆମକୁ ସେହି ଦଳିତଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ ମିଳିଛି, ଯେଉଁମାନେ ବିଏସପି ପରି ଦଳ ଦ୍ୱାରା ପ୍ରତାରିତ ହେବାର ଅନୁଭବ କରନ୍ତି ।