ଗେହଲୋଟଙ୍କ ଉପଦେଶକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ; ଅମରିନ୍ଦର କହିଲେ-ରାଜସ୍ଥାନ ସମ୍ଭାଳନ୍ତୁ, ପଞ୍ଜାବକୁ ଛାଡ଼ନ୍ତୁ
Advertisement

ଗେହଲୋଟଙ୍କ ଉପଦେଶକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ; ଅମରିନ୍ଦର କହିଲେ-ରାଜସ୍ଥାନ ସମ୍ଭାଳନ୍ତୁ, ପଞ୍ଜାବକୁ ଛାଡ଼ନ୍ତୁ

ସମ୍ପ୍ରତି ପଞ୍ଜାବର ଘଟଣାକ୍ରମରେ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କୁ ଗୁରୁତ୍ୱ ମିଳିବା ଓ ନିଜକୁ ହଟାଇ ଯିବାକୁ ନେଇ କ୍ୟାପଟେନ ଅମରିନ୍ଦର ଅସନ୍ତୋଷ ପ୍ରକାଶ କରିଛନ୍ତି । ପଞ୍ଜାବ ପରି ରାଜସ୍ଥାନ କଂଗ୍ରେସରେ ମଧ୍ୟ କଳହ ଓ ମତଭେଦ କମ୍ ନାହିଁ । ଏପରି ସମୟରେ ଅଶୋକ ଗେହଲୋଟଙ୍କ ପରାମର୍ଶ କ୍ୟାପଟେନଙ୍କୁ ପସନ୍ଦ ନ ହେବା ସ୍ୱାଭାବିକ କଥା । 

ଗେହଲୋଟଙ୍କ ଉପଦେଶକୁ ନେଇ ଅସନ୍ତୁଷ୍ଟ କ୍ୟାପଟେନ; ଅମରିନ୍ଦର କହିଲେ-ରାଜସ୍ଥାନ ସମ୍ଭାଳନ୍ତୁ, ପଞ୍ଜାବକୁ ଛାଡ଼ନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ (Congress) ରେ ପଞ୍ଜାବ (Punjab) କୁ ନେଇ ବିବାଦ ବଢିବାରେ ଲାଗିଛି । ବର୍ତ୍ତମାନ ପଞ୍ଜାବ ବିବାଦରେ ରାଜସ୍ଥାନର ନେତାମାନେ ମଧ୍ୟ ଟାର୍ଗେଟରେ ଆସିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କ ପରାମର୍ଶକୁ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଉପଯୁକ୍ତ ଉତ୍ତର ଦେଇଛନ୍ତି । ପଞ୍ଜାବ ପରିବର୍ତ୍ତେ ରାଜସ୍ଥାନ ଉପରେ ଧ୍ୟାନ ଦେବାକୁ ଅହରିନ୍ଦର ସିଂ ଗେହଲଟଙ୍କୁ ପରାମର୍ଶ ଦେଇଛନ୍ତି । ବାସ୍ତବରେ, ସିଏମ୍ ଗେହଲୋଟ୍ କହିଥିଲେ ଯେ କ୍ୟାପଟେନ ଅମରିନ୍ଦର ସିଂ ଏପରି ପଦକ୍ଷେପ ନେବା ଉଚିତ୍ ନୁହେଁ, ଯାହା କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ । ଅନେକ ନେତାଙ୍କ ଅସନ୍ତୋଷକୁ ସ୍ୱତ୍ତେ କଂଗ୍ରେସ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀ ଚୟନ କରନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ ଙ୍କୁ (Captain Amarinder Singh) ଗେହଲୋଟ (Ashok Gehlot) ଙ୍କ ଉପଦେଶ ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ଏକ ଟିଭି ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, "ସେ ତାଙ୍କ ରାଜସ୍ଥାନ ସମ୍ଭାଳନ୍ତୁ, ଆମର ପଞ୍ଜାବକୁ ଛାଡି ଦିଅନ୍ତୁ । ତାଙ୍କୁ ପଞ୍ଜାବ ଛାଡ଼ି  ରାଜସ୍ଥାନରେ ଯାହା ସବୁ ଘଟୁଛି ତାହାକୁ ଦେଖିବା ଉଚିତ୍ । ଅଶୋକଜୀ ମୋର ବନ୍ଧୁ, ସେ ନିର୍ବାଚନରେ ​​ଟିକେଟ୍ ଦେଇଥିବା କମିଟିର ସଭାପତି ଥିଲେ । ସେ ବହୁତ ଭଲ ମଣିଷ, କିନ୍ତୁ ସେ ନିଜ ଅସୁବିଧାକୁ ନିଶ୍ଚୟ ଦେଖିବା ଆବଶ୍ୟକ । ତାଙ୍କ ଆଗରେ ଅନେକ ସମସ୍ୟା ଅଛି । ଆମ ଆଗରେ ରାଜସ୍ଥାନରେ ସମସ୍ୟା ଅଛି, ଛତିଶଗଡରେ ସମସ୍ୟା ରହିଛି । କଂଗ୍ରେସ ପାଖରେ ବର୍ତ୍ତମାନ କେବଳ ତିନୋଟି ରାଜ୍ୟ ରହିଯାଇଛି । ଆପଣ ପଞ୍ଜାବକୁ ନଷ୍ଟ କରୁଛନ୍ତି ।"

ସୂଚନାଯୋଗ୍ୟ ଯେ, ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ ମାଧ୍ୟମରେ କହିଛନ୍ତି - "ମୁଁ ଆଶା କରୁଛି କ୍ୟାପଟେନ ଅମରିନ୍ଦର ସିଂ ଜୀ ଏପରି ପଦକ୍ଷେପ ନେବେ ନାହିଁ, ଯାହା କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ । କ୍ୟାପଟେନ ସାହେବ ନିଜେ କହିଛନ୍ତି ଯେ ଦଳ ତାଙ୍କୁ ସାଢ଼େ ନଅ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ ରଖିଛି । ସେ ନିଜ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରି ପଞ୍ଜାବର ଲୋକଙ୍କୁ ସେବା କରିଛନ୍ତି ।"

ସେ ଆଗକୁ କହିଥିଲେ ଯେ ବେଳେବେଳେ ହାଇକମାଣ୍ଡଙ୍କୁ ବିଧାୟକ ତଥା ସାଧାରଣ ଜନତାଙ୍କ ମତାମତ ଆଧାରରେ ଦଳର ସ୍ୱାର୍ଥରେ ନିଷ୍ପତ୍ତି ନେବାକୁ ପଡିଥାଏ । ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ମୁଖ୍ୟମନ୍ତ୍ରୀ ହେବାକୁ ଦୌଡ଼ରେ ଥିବା ଅନେକ ନେତାଙ୍କ ଅସନ୍ତୋଷର ସାମ୍ନା କରି କରିବା ପରେ ହିଁ କଂଗ୍ରେସ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଚୟନ କରନ୍ତି । ମୁଖ୍ୟମନ୍ତ୍ରୀ ବଦଳାଇବା ସମୟରେ ପୁରୁଣା ମୁଖ୍ୟମନ୍ତ୍ରୀ ହାଇକମାଣ୍ଡର ନିଷ୍ପତ୍ତିକୁ ଭୁଲ ବୋଲି କହିବା ଆରମ୍ଭ କରି ଦିଅନ୍ତି । ଏହିପରି ମୁହୂର୍ତ୍ତରେ ଆପଣ ଆପଣଙ୍କ ବିବେକକୁ ଶୁଣିବା ଉଚିତ୍ । କ୍ୟାପଟେନ ସାହେବ ଦଳର ଜଣେ ସମ୍ମାନିତ ନେତା । ମୁଁ ଆଶା କରୁଛି ଯେ ଦଳର ସ୍ୱାର୍ଥକୁ ଆଗରେ ରଖି ସେ କାର୍ଯ୍ୟ ଜାରି ରଖିବେ ।"

ଗେହଲୋଟ୍-କ୍ୟାପଟେନଙ୍କ ମଧ୍ୟରେ ଭଲ ବନ୍ଧୁତା

କ୍ୟାପଟେନ ଅମରିନ୍ଦର ସିଂ ଓ ଅଶୋକ ଗେହଲୋଟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଅଶୋକ ଗେହଲୋଟଙ୍କୁ ସ୍କ୍ରିନିଂ କମିଟିର ସଭାପତି କରାଯାଇଥିଲା । ପଞ୍ଜାବ ନିର୍ବାଚନରେ ​​ସମଗ୍ର ଟିକେଟ୍ ବଣ୍ଟନ ଗେହଲୋଟଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ତେଣୁ ପଞ୍ଜାବ କଂଗ୍ରେସ ଓ ସେଠାରେ ଥିବା ବିଧାୟକଙ୍କ ରାଜନୈତିକ ପ୍ରଭାବ ବିଷୟରେ ତାଙ୍କର ସମ୍ପୂର୍ଣ୍ଣ ସୂଚନା ରହିଛି ।

ସମ୍ପ୍ରତି ପଞ୍ଜାବର ଘଟଣାକ୍ରମରେ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କୁ ଗୁରୁତ୍ୱ ମିଳିବା ଓ ନିଜକୁ ହଟାଇ ଯିବାକୁ ନେଇ କ୍ୟାପଟେନ ଅମରିନ୍ଦର ଅସନ୍ତୋଷ ପ୍ରକାଶ କରିଛନ୍ତି । ପଞ୍ଜାବ ପରି ରାଜସ୍ଥାନ କଂଗ୍ରେସରେ ମଧ୍ୟ କଳହ ଓ ମତଭେଦ କମ୍ ନାହିଁ । ଏପରି ସମୟରେ ଅଶୋକ ଗେହଲୋଟଙ୍କ ପରାମର୍ଶ କ୍ୟାପଟେନଙ୍କୁ ପସନ୍ଦ ନ ହେବା ସ୍ୱାଭାବିକ କଥା । 

ଅଧିକ ପଢ଼ନ୍ତୁ:-ପଞ୍ଜାବ: ମୁଖ୍ୟମନ୍ତ୍ରୀ ପାଇଁ ୨ କୋଟିର କାର, ସୁରକ୍ଷା ପାଇଁ ୧୦୦୦ ଯବାନ! ଚାନ୍ନି କହିଲେ- ଏହାର କ'ଣ ଆବଶ୍ୟକତା?

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୩୧୮ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତୈଳ ଦରରେ ବୃଦ୍ଧି, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍