'ପୂର୍ବପରି ବିଶ୍ୱାସଘାତକତା କଲେ ମୋଦି ସରକାର'
Advertisement
Article Detail0/zeeodisha/odisha726553

'ପୂର୍ବପରି ବିଶ୍ୱାସଘାତକତା କଲେ ମୋଦି ସରକାର'

ବାସ୍ତବରେ କୋରୋନା ଭୂତାଣୁ ଏହି ସମୟରେ ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି । ସାଧାରଣ ଜନତାଙ୍କ ସହ କୋରୋନା ୱାରିୟର୍ସ କୁହାଯାଉଥିବା ଡାକ୍ତରମାନେ ମଧ୍ୟ ଏହି ମହାମାରୀର ଶିକାର ହେଉଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଅର୍ଗାନାଇଜେସନ୍ (IMA) ଶନିବାର କହିଛି ଯେ, ଦେଶରେ ମୋଟ ୧୯୬ ଡାକ୍ତର କୋରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ସଂଗଠନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ।

'ପୂର୍ବପରି ବିଶ୍ୱାସଘାତକତା କଲେ ମୋଦି ସରକାର'

ତମାଲ ବାକଚି, ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ(Former Congress President) ରାହୁଲ ଗାନ୍ଧୀ(Rahul Gandhi) । ଟ୍ୱିଟରରେ ଏକ ଖବର ସେୟାର କରି ସେ ମୋଦି ସରକାରଙ୍କୁ(Modi Government) କୋରୋନା ୱାରିୟର୍ସ(Corona Warriors)ଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବପରି ମୋଦି ସରକାର କୋରୋନା ୱାରିୟର୍ସଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ।

ବାୟନାଡ ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ, "ଜନସାଧାରଣ କୋରୋନା ୱାରିୟର୍ସଙ୍କ ପାଇଁ କରତାଳି ଦେଇ ମୋଦିଜୀଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରିଥିଲେ । କିନ୍ତୁ ମୋଦି ସରକାର ସବୁଥର ପରି କୋରୋନା ୱାରିୟର୍ସଙ୍କୁ ସାହାଯ୍ୟ ନ କରି ବିଶ୍ୱାସଘାତକତା କରିଛନ୍ତି । ସରକାରଙ୍କୁ କୋରୋନା ୱାରିୟର୍ସଙ୍କୁ ସମ୍ମାନ, ସୁରକ୍ଷା ଓ ସୁବିଧା ଯୋଗାଇ ଦେବାକୁ ହିଁ ପଡ଼ିବ ।"

ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ରାହୁଲ, କହିଲେ ଏପରି କିଛି

ବାସ୍ତବରେ କୋରୋନା ଭୂତାଣୁ ଏହି ସମୟରେ ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି । ସାଧାରଣ ଜନତାଙ୍କ ସହ କୋରୋନା ୱାରିୟର୍ସ କୁହାଯାଉଥିବା ଡାକ୍ତରମାନେ ମଧ୍ୟ ଏହି ମହାମାରୀର ଶିକାର ହେଉଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଅର୍ଗାନାଇଜେସନ୍ (IMA) ଶନିବାର କହିଛି ଯେ, ଦେଶରେ ମୋଟ ୧୯୬ ଡାକ୍ତର କୋରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ପ୍ରସଙ୍ଗରେ ଧ୍ୟାନ ଦେବାକୁ ସଂଗଠନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଏହି ଖବର ନିଜ ଟ୍ୱିଟରରେ ସେୟାର କରି ରାହୁଲ ଗାନ୍ଧୀ ବର୍ତ୍ତମାନ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଟଳିଲା ସଙ୍କଟ, ପୁଣି କଂଗ୍ରେସ ପାଇଁ ବ୍ୟାଟିଂ କରିବେ ସଚିନ !

ଆଇଏମଏ((IMA) ପିଏମ ମୋଦି(PM Modi)ଙ୍କୁ ଲେଖିଥିବା ଚିଠିରେ ଉଦ୍ବେଗ ପ୍ରକାଶ କରି କହିଛି ଯେ, "ଆଇଏମଏ ଦ୍ୱାରା ସଂଗୃହିତ ସର୍ବଶେଷ ତଥ୍ୟ ଅନୁଯାୟୀ ଆମ ଦେଶ ୧୯୬ ଜଣ ଡାକ୍ତରଙ୍କୁ ହରାଇଛି, ସେମାନଙ୍କ ମଧ୍ୟରୁ ୧୭୦ ଜଣଙ୍କର ବୟସ ୫୦ ବର୍ଷରୁ ଅଧିକ ଥିଲେ । ଆଉ ଏଥିରୁ ୪୦ ପ୍ରତିଶତ ସାଧାରଣ ଚିକିତ୍ସକ ଥିଲେ ।'' ଡାକ୍ତରଙ୍କ ଏହି ଆସୋସିଏସନ କହିଛି ଯେ, ଜ୍ୱର ଏବଂ ଏହାର ସଂପୃକ୍ତ ଲକ୍ଷଣ ପାଇଁ ବହୁ ସଂଖ୍ୟକ ଲୋକ ସାଧାରଣ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତି । ତେଣୁ ସେମାନେ ପ୍ରଥମ ସମ୍ପର୍କର ବିନ୍ଦୁ ଅଟନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ଆଇଏମଏ ଅନୁରୋଧ କରିଛି ଯେ ଡାକ୍ତର ଏବଂ ସେମାନଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ ଯତ୍ନ ନିଆଯିବା ଉଚିତ ଏବଂ ସମସ୍ତ କ୍ଷେତ୍ରର ଡାକ୍ତରମାନଙ୍କୁ ଚିକିତ୍ସା ଏବଂ ଜୀବନ ବୀମା ଯୋଗାଇ ଦିଆଯାଉ ।