ଟଳିଲା ସଙ୍କଟ, ପୁଣି କଂଗ୍ରେସ ପାଇଁ ବ୍ୟାଟିଂ କରିବେ ସଚିନ !
Advertisement
Article Detail0/zeeodisha/odisha726429

ଟଳିଲା ସଙ୍କଟ, ପୁଣି କଂଗ୍ରେସ ପାଇଁ ବ୍ୟାଟିଂ କରିବେ ସଚିନ !

ଇଣ୍ଡିଆ ଟୁଡେ ସୂତ୍ରରୁ ପ୍ରକାଶ ଯେ, ପାଇଲଟଙ୍କ ସହ ରାହୁଲ ଏବଂ ପ୍ରିୟଙ୍କାଙ୍କ ସାକ୍ଷାତ ସକରାତ୍ମକ ରହିଛି । ଆଉ ରାଜସ୍ଥାନରେ ଅତିଶୀଘ୍ର ରାଜନୈତିକ ସଙ୍କଟ ଶେଷ ହୋଇପାରେ ।

ଟଳିଲା ସଙ୍କଟ, ପୁଣି କଂଗ୍ରେସ ପାଇଁ ବ୍ୟାଟିଂ କରିବେ ସଚିନ !

ତମାଲ ବାକଚି, ନୂଆଦିଲ୍ଲୀ: Rajasthan Political Crisis:ରାଜସ୍ଥାନରେ ପାଇଲଟ୍ ଓ ଗେହଲଟ୍ କ୍ୟାମ୍ପ ମଧ୍ୟରେ ରାଜନୈତିକ ଯୁଦ୍ଧ ଲାଗି ରହିଛି । ଏହା ମଧ୍ୟରେ ଆଜି(ସୋମବାର) ଦିଲ୍ଲୀରେ ଏକ ବଡ଼ ଘଟଣା ଘଟିଯାଇଛି । ଦିଲ୍ଲୀରେ ସଚିନ ପାଇଲଟ( Sachin Pilot)ଙ୍କୁ ଭେଟିଛନ୍ତି କଂଗ୍ରେସ(Congress)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ(Rahul Gandhi) ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ( Priyanka Gandhi Vadra) ଭଦ୍ରା । ଏହି ଘଟଣାକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ରାଜସ୍ଥାନର ବିଧାନସଭା ଅଧିବେଶନ ଅଗଷ୍ଟ ୧୪ରୁ ଆରମ୍ଭ ହେବାକୁ ଯାଉଛି । ଆଉ ଗେହଲଟ୍ ସରକାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । କାରଣ ବିଜେପି କ୍ରମାଗତ ଭାବରେ କହୁଛି ଯେ ରାଜସ୍ଥାନର କଂଗ୍ରେସ ସରକାର ପାଖରେ ଆବଶ୍ୟକ ମ୍ୟାଜିକ୍ ନମ୍ୱର ନାହିଁ । 

ଇଣ୍ଡିଆ ଟୁଡେ ସୂତ୍ରରୁ ପ୍ରକାଶ ଯେ, ପାଇଲଟଙ୍କ ସହ ରାହୁଲ ଏବଂ ପ୍ରିୟଙ୍କାଙ୍କ ସାକ୍ଷାତ ସକରାତ୍ମକ ରହିଛି । ଆଉ ରାଜସ୍ଥାନରେ ଅତିଶୀଘ୍ର ରାଜନୈତିକ ସଙ୍କଟ ଶେଷ ହୋଇପାରେ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ଗେହଲଟଙ୍କ କଠୋର ମନୋଭାବ 

କଂଗ୍ରେସ ହାଇକମାଣ୍ଡ(Congress President) ତରଫରୁ ପାଇଲଟଙ୍କ ସହ କଥାବାର୍ତ୍ତା ଖବରର ବିପରୀତ ଅଶୋକ ଗେହଲଟ୍(Ashok Gehlot) ଏହି ପ୍ରସଙ୍ଗରେ ଅତ୍ୟନ୍ତ କଠୋର ମନୋଭାବ ଦେଖାଉଛନ୍ତି । ପାଇଲଟଙ୍କୁ ଅଦରକାରୀ, ଠକ ବୋଲି କହି ସାରିଛନ୍ତି ଗେହଲଟ୍ । ଏପରି କି ସେ କହିଛନ୍ତି ଯେ ଏଭଳି ଲୋକଙ୍କୁ ଜନସାଧାରଣଙ୍କ ଆଗରେ ମୂଖା ଖୋଲି ଦେବା ଉଚିତ୍ । ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ କିସ୍ତି ନେଇ ନଥିବା ବିଦ୍ରୋହୀ ବିଧାୟକମାନେ ଫେରିବା ଉଚିତ୍ ।

ଏହି ମାମଲାକୁ ଗେହଲଟ୍ ହାଇକମାଣ୍ଡଙ୍କ କୋର୍ଟରେ ରଖିଛନ୍ତି । ସାମ୍ବାଦିକମାନେ ପଚାରିଥିଲେ ଯେ ଯଦି ପାଇଲଟ କ୍ୟାମ୍ପରୁ କିଛି ବିଧାୟକ ଆସନ୍ତି, ତେବେ ଆପଣ ସେମାନଙ୍କୁ କ୍ଷମା କରିବେ କି ? ଏହା ଉପରେ ସେ କହିଥିଲେ ଯେ, 'ଏହା ହାଇକମାଣ୍ଡ ଉପରେ ନିର୍ଭର କରେ, ଯଦି ହାଇକମାଣ୍ଡ ସେମାନଙ୍କୁ କ୍ଷମା କରନ୍ତି, ମୁଁ ସମସ୍ତଙ୍କୁ ଆଲିଙ୍ଗନ କରିବି ।'

ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ରାହୁଲ, କହିଲେ ଏପରି କିଛି

ଫୋନ୍ ଟ୍ୟାପ୍ କରିବାର ଅଭିଯୋଗ 

ବିଗତ ଦିନରେ ପାଇଲଟ କ୍ୟାମ୍ପ ଦ୍ୱାରା ଅଭିଯୋଗ ହୋଇଥିଲା ଯେ ଗେହଲଟ୍ ନିଜର ସମର୍ଥକ ବିଧାୟକଙ୍କ ଫୋନକୁ ଟ୍ୟାପ୍ କରୁଛନ୍ତି । 'ଇଣ୍ଡିଆନ୍ ଏକ୍ସପ୍ରେସ' ଅନୁଯାୟୀ ପାଇଲଟ୍ ଦଳର ଜଣେ ସହକର୍ମୀ ଦାବି କରିଥିଲେ ଯେ ଗେହଲଟ ସରକାରଙ୍କ ଦ୍ୱାରା ଜୈସଲମେରରେ ରଖାଯାଇଥିବା ୬ ଜଣ ବିଧାୟକଙ୍କ ଫୋନ୍ ଅସାମ୍ବିଧାନିକ ଭାବେ ଟ୍ୟାପ୍ ହୋଇଛି । ଅନ୍ୟପଟେ  ରାଜସ୍ଥାନ ପୋଲିସ ତରଫରୁ ପାଇଲଟ୍ କ୍ୟାମ୍ପର ଅଭିଯୋଗ ବିଷୟରେ କୁହାଯାଇଥିଲା ଯେ ଫୋନ୍ ଟ୍ୟାପିଂ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର ।

ଗେହଲଟ୍ କ୍ରମାଗତ ଭାବେ କଂଗ୍ରେସ ବିଧାୟକ(Congress MLA)ଙ୍କୁ କିଣିବାର ଅଭିଯୋଗ ବିଜେପି(BJP) ଉପରେ ଆଣୁଛନ୍ତି । ଏହି ଆଶଙ୍କା ଯୋଗୁଁ ସେ କିଛି ଦିନ ପୂର୍ବରୁ ବିଧାୟକଙ୍କୁ ଜୟପୁରରୁ ଜୈସଲମେରକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭ ହେବାର ତାରିଖ ପାଖେଇ ଆସିଛି, ଏଭଳି ପରିସ୍ଥିତିରେ ଉଭୟ ଗେହଲଟ୍ ଏବଂ ପାଇଲଟ୍ ନିଜ ବିଧାୟକମାନଙ୍କୁ ଜୟପୁରକୁ ଆଣିବାକୁ ବାଧ୍ୟ ହେବେ ।

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ ମାମଲାରେ ଯୋଗୀ ଆଦିତ୍ୟନାଥଙ୍କ ବାଜିମାତ୍, ଏହି ସ୍ଥାନରେ ଅଛନ୍ତି ନବୀନ

ମତ ବଦଳିବାର ଭୟ

ଉଭୟ ଗେହଲଟ୍ ଏବଂ ପାଇଲଟଙ୍କ ପାଇଁ ନିଜ ନିଜ କ୍ୟାମ୍ପର ବିଧାୟକମାନଙ୍କୁ ଧରି ରଖିବାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ରାଜ୍ୟ ରାଜନୀତିର ଏହି ଦୁଇ ଚେହେରା ଭୟ କରୁଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସହ ଥିବା ବିଧାୟକମାନେ ହୋଟେଲ ଛାଡିବା ପରେ ମତ ବଦଳାଇ ଅନ୍ୟ ଗୋଷ୍ଠୀରେ ସାମିଲ ହୋଇପାରନ୍ତି । ନିକଟରେ ପାଇଲଟ୍ କ୍ୟାମ୍ପର ଜଣେ ବିଧାୟକ ଚ୍ୟାଲେଞ୍ଜ କରିଥିଲେ ଯେ, ଗେହଲଟ୍ କ୍ୟାମ୍ପର ୧୦-୧୫ ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ହୋଟେଲରୁ ମୁକ୍ତ ହେବା ପରେ ସେମାନଙ୍କ କ୍ୟାମ୍ପରେ ଆସିଯିବେ ।

ଅଧିବେଶନରେ ସାମିଲ ହେବେ ପାଇଲଟ କ୍ୟାମ୍ପର ବିଧାୟକ

କିଛି ଦିନ ପୂର୍ବରୁ ପ୍ରୋ-ପାଇଲଟ୍ ବିଧାୟକ ଗଜେନ୍ଦ୍ର ସିଂ ଶକ୍ତାବତ 'ଇଣ୍ଡିଆନ୍ ଏକ୍ସପ୍ରେସ'କୁ କହିଥିଲେ ଯେ, ଯଦି କଂଗ୍ରେସ ହ୍ୱିପ୍ ଜାରି କରେ ତେବେ ସେମାନେ ନିଶ୍ଚିତ ଭାବରେ ବିଧାନସଭା ଅଧିବେଶନରେ ଯୋଗଦେବେ । ଶାକ୍ତାବତ ଏହା ମଧ୍ୟ କହିଛନ୍ତି ଯେ ସେହି ସମସ୍ତ ଲୋକ ସଚିନ ପାଇଲଟଙ୍କ ସହ ଛିଡା ହୋଇଛନ୍ତି । ଆଉ ସେ ଯାହା ନିଷ୍ପତ୍ତି ନେବେ ତାହା ପାଳନ କରିବେ ।