କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଟିମ୍ ବସୁନ୍ଧରାଙ୍କ ନାମରେ ଏହି ମଞ୍ଚର ଏକ ପୃଥକ ସଂଗଠନ ଗଢ଼ାଯାଇଛି । ଏହା ମଧ୍ୟ ଖବର ରହିଛି ଯେ ବସୁନ୍ଧରା ସମର୍ଥକମାନେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସେମାନଙ୍କର ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ରାଜସ୍ଥାନ ବିଜେପି (Rajasthan BJP) ରେ ଫାଟ ଦେଖାଦେଇଛି । ଏହି ଖବରକୁ ବିଶ୍ୱାସ କରାଯାଏ ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ (Vasundhara Raje) ଙ୍କୁ ଅଣଦେଖା କରାଯିବାରୁ ଅସନ୍ତୁଷ୍ଟ ସମର୍ଥକମାନେ ବର୍ତ୍ତମାନ ରାଜସ୍ଥାନରେ ବିଜେପି (BJP) ରୁ ଅଲଗା ନିଜର ନୂଆ ରାଜନୈତିକ ମଞ୍ଚ ଗଠନ କରିଛନ୍ତି । ବସୁନ୍ଧରା ସମର୍ଥକମାନେ ଏହି ପ୍ଲାଟଫର୍ମର ନାଁ 'ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ' ରଖିଛନ୍ତି ।
ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଗୁଡ୍ ନ୍ୟୁଜ୍!
କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଟିମ୍ ବସୁନ୍ଧରାଙ୍କ ନାମରେ ଏହି ମଞ୍ଚର ଏକ ପୃଥକ ସଂଗଠନ ଗଢ଼ାଯାଇଛି । ଏହା ମଧ୍ୟ ଖବର ରହିଛି ଯେ ବସୁନ୍ଧରା ସମର୍ଥକମାନେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସେମାନଙ୍କର ଜିଲ୍ଲା ଅଧ୍ୟକ୍ଷ ନିଯୁକ୍ତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଯୁବ ସଂଗଠନ ଏବଂ ମହିଳା ସଂଗଠନ ମଧ୍ୟ ପ୍ରସ୍ତୁତ କରାଯାଉଛି ।
ଅଧିକ ପଢ଼ନ୍ତୁ:-'ଛଅ ମାସ ମଧ୍ୟରେ ବିହାରରେ ଭାଙ୍ଗିଯିବ ଏନଡିଏ ସରକାର, ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ'
ଆପଣଙ୍କୁ କହି ରଖୁଛୁ ଯେ, ଏହା ପ୍ରଥମ ଥର ପାଇଁ ବିଜେପିରେ ଦେଖିବାକୁ ମିଳିଛି ଯେତେବେଳେ ଦଳର ସଂଗଠନଠାରୁ ଅଲଗା ହୋଇ କୌଣସି ନେତାଙ୍କ ସମର୍ଥନରେ ଏକ ଅଲଗା ସଂଗଠନ ଗଠନ କରାଯାଇଛି । ବସୁନ୍ଧରା ସମର୍ଥକ ମଞ୍ଚର ରାଜ୍ୟ ସଭାପତି ବିଜୟ ଭରଦ୍ୱାଜ କହିଛନ୍ତି ଯେ, "ମୁଁ ବସୁନ୍ଧୁରା ରାଜେ ସିନ୍ଧିଆଙ୍କ ଯୋଗୁଁ ଜନତା ଦଳ ଛାଡି ୨୦୦୩ରେ ବିଜେପିରେ ଯୋଗ ଦେଇଥିଲି ଏବଂ ସେହି ଦିନଠାରୁ ମୁଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ, ବିଜେପି କାର୍ଯ୍ୟକାରିଣୀର ଆମନ୍ତ୍ରିତ ସଦସ୍ୟ ରହିଆସିଛି । ଏହା ବ୍ୟତୀତ ମୁଁ ମଧ୍ୟ ଆଇନ ସେଲର ଅଧ୍ୟକ୍ଷ ରହିସାରିଛି ଏବଂ ବର୍ତ୍ତମାନ ଆମେ ବସୁନ୍ଧରା ରାଜେଙ୍କୁ ମଜବୁତ କରିବାକୁ ଚାହୁଁଛୁ ।"