Rajasthan Election 2023 Result: ବର୍ତ୍ତମାନ ରାଜସ୍ଥାନରେ CM ହେବ କି 'ଯୋଗୀ'?
Advertisement
Article Detail0/zeeodisha/odisha1992531

Rajasthan Election 2023 Result: ବର୍ତ୍ତମାନ ରାଜସ୍ଥାନରେ CM ହେବ କି 'ଯୋଗୀ'?

Rajasthan New CM Face: ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣତି  ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

 

 Rajasthan Election 2023 Result: ବର୍ତ୍ତମାନ ରାଜସ୍ଥାନରେ CM ହେବ କି 'ଯୋଗୀ'?

Rajasthan New Chief Minister: ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ପଥରେ ଅଗ୍ରସର ହେଉଛି ବିଜେପି। ବିଧାନସଭା ନିର୍ବାଚନ ଫଳାଫଳ ଧାରା ଅନୁସାରେ ବିଜେପି ସରକାର ଗଡିବା ଲାଗି ଆବଶ୍ୟକୀୟ ବହୁମତ ହାସଲ କରିବାରେ ସଫଳ ହେଉଥିବାର ଜଣାପଡିଛି। ରାଜ୍ୟର ମୋଟ ୧୯୯ ଆସନ ମଧ୍ୟରୁ ଦଳ ୭୯ ସିଟ୍ ଜିତି ସାରିଥିବା ବେଳେ ୩୬ ଆସନରେ ଆଗୁଆ ରହିଛି।  ସେହିପରି କଂଗ୍ରେସ ୪୩ ସିଟ୍ ପାଇଥିବା ବେଳେ ୨୬ ଆସନରେ ଅଗ୍ରଣୀ ରହିଛି। ଭାରତ ଆଦିବାସୀ ପାର୍ଟି ଦୁଇଟି ସିଟ୍ ଜିତିଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି। ବିଏସପି ଗୋଟିଏ ଆସନ ଜିତି ଥିବା ଅନ୍ୟ ଗୋଟିଏ ଆସନରେ ଅଗ୍ରଣୀ ରହିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୨, ରାଷ୍ଟ୍ରୀୟ ଲୋକ ଦଳ ୧ ଆସନରେ ଅଗ୍ରଣୀ ରହିଛି। ସ୍ୱାଧିନ ପ୍ରାର୍ଥୀ ୪ ସିଟ୍ ଜିତିଥିବା ବେଳେ ୩ ଆସନରେ ଆଗୁଆ ଅଛନ୍ତି। 

ମୋଟ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ସରକାର ଗଢିବା ପାଇଁ ୧୦୧ ଆସନ ଆବଶ୍ୟକ।  ଅନ୍ୟପଟେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ୧୯୯ ଆସନ ପାଇଁ ପାଇଁ ଭୋଟଗଣତି ଜାରି ରହିଛି। ରାଜ୍ୟର ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ନିର୍ବାଚନ ସ୍ଥଗିତ ରହିଛି। ଗୋଟିଏ ପଟେ ଭୋଟ ଗଣତି ଜାରି ରହିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସରଗରମ ହୋଇଉଠିଛି ରାଜସ୍ଥାନ ରାଜନୀତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିବା ବିଜେପି ନେତାଙ୍କ ସମ୍ପର୍କରେ ଜାଣନ୍ତୁ।

୧. ବସୁନ୍ଧରା ରାଜେ (Vasundhara Raje): ରାଜସ୍ଥାନର ଝାଲରାପାଟନା ଆସନରୁ ୫୩ ହଜାର ୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଆଖି ଦେଖାଇ ସାରିଥିବା ବସୁନ୍ଧରା ରାଜେଙ୍କ ବିକଳ୍ପ ଖୋଜିବାରେ ଲାଗିଛି ବିଜେପି।

୨. ଦୀୟା କୁମାରୀ (Diya Kumari): ରାଜସ୍ଥାନର ବିଦ୍ୟାଧରନଗର ଆସନରୁ ୭୧ ହଜରା ୩୬୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରାଜ୍ୟର ରାଜସମନ୍ଦ ଲୋକସଭା ଆସନର ବର୍ତ୍ତମାନର ସାଂସଦ ଦୀୟା କୁମାରୀ। ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିକଳ୍ପ ଭାବେ ଦେଖାଯାଉଛି। ଉଭୟ ଦୀୟା କୁମାରୀ ଏବଂ ବସୁନ୍ଧାର ରାଜେ ରାଜ ପରିବାରରୁ ଆସୁଛନ୍ତି।  ରାଜପୁତ ନେତା ଏଠାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଜାତିଗତ ସମୀକରଣ ମଧ୍ୟ ତାଙ୍କ ସପକ୍ଷରେ ରହିଛି। ତାଙ୍କ ପାଇଁ ଦଳ ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୈରୋ ସିଂହ ଶେଖୱାତଙ୍କ ଜ୍ୱାଇଁ ତଥା ବର୍ତ୍ତମାନର ବିଧାୟକ ନରପତ ସିଂହ ରାଜଭୀଙ୍କ ଟିକେଟ୍ ମଧ୍ୟ କାଟି ଦେଇଥିଲା। ଦିୟା କୁମାରୀଙ୍କୁ ଭବିଷ୍ୟତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ଲକ୍ଷ୍ୟରେ ରହିଛି ବିଜେପି। 

୩. ଗଜେନ୍ଦ୍ର ସିଂହ ଶେଖାୱତ (Gajendra Singh Shekhawat): କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱାତ ରାଜସ୍ଥାନର ​ଯୋଧପୁର ଲୋକସଭା ଆସନରୁ ଗତ ୨୦୨୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଯୋଧପୁର ସାଂସଦ ଗଜେନ୍ଦ୍ର ସିଂହ ଶେଖୱାତଙ୍କ ନିର୍ମଳ ଭାବମୂର୍ତ୍ତି ରହିଛି। ଯିଏ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି। ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛି। 

୪. ବାବା ବାଳକନାଥ (Baba Balak Nath): ରାଜସ୍ଥାନର ଅଲୱର ଲୋକସଭା ଆସନର ସାଂସଦ ହେଉଛନ୍ତି ବାବା ବାଳକନାଥ। ବିଜେପି ସାଂସଦ ବାବା ବାଳକନାଥ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ରାଜ୍ୟର ତିଜରା ଆସନରୁ ୬୧୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରାଜସ୍ଥାନ ରାଜନୀତିରେ ବିଜେପି ସାଂସଦ ବାବା ବାଳକନାଥଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମକକ୍ଷ ବୋଲି ବିଚାର କରାଯାଏ। ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ, ବାବା ବାଳକନାଥଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ତାଙ୍କୁ ରାଜସ୍ଥାନର ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଭାବେ ଦେଖାଯାଉଛି।

୫. ରାଜ୍ୟବର୍ଦ୍ଧନ ସିଂହ ରାଠୋର (Rajyavardhan Singh Rathore): ବିଗତ ଦଶନ୍ଧିରେ ରାଜସ୍ଥାନ ରାଜନୀତିରେ ଦ୍ରୁତ ଗତିରେ ଉଭା ହୋଇଥିବା କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଜଣେ ବ୍ୟକ୍ତି ଯିଏ ରାଜନୀତିରେ ପ୍ରବେଶ କରିବା ମାତ୍ରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଯିଏ ପ୍ରଥମ କାର୍ଯ୍ୟକାଳରେ ପିଏମ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ଏଥର ବିଜେପି ଜୟପୁରର ବିଧାନସଭା ଆସନରୁ ପ୍ରାର୍ଥୀ କରି ଏକ ବଡ଼ ଗୋଟି ଚଳାଇଛି। ଏହା ସହିତ ତାଙ୍କ ନାମ ମଧ୍ୟ ମୁଖ୍ୟନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛି। ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ରହିଛି। ଯୁବକଙ୍କ ମଧ୍ୟରେ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ କ୍ରେଜ ଏବେ ମଧ୍ୟ ଜାରି ରହିଛି।