ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ
Advertisement
Article Detail0/zeeodisha/odisha842482

ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ଏହି କୃଷକ ସମ୍ମିଳନୀରେ ସଚିନ କ୍ୟାମ୍ପର ସମସ୍ତ ବିଧାୟକ ଓ ଦୌସା ଜିଲ୍ଲାର କଂଗ୍ରେସ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । 

ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ନୂଆଦିଲ୍ଲୀ: କୃଷି ଆଇନ (Farm Laws) ବିରୁଦ୍ଧରେ କୃଷକ (Farmers) ଙ୍କ ସମର୍ଥନରେ ବାହାରିଥିବା କଂଗ୍ରେସ (Congress) କ୍ରମାଗତ ଭାବରେ ଏହି ଆଇନକୁ କୃଷକମାନଙ୍କ ବିରୁଦ୍ଧରେ ବୋଲି କହୁଛି । ଏଭଳି ପରିସ୍ଥିତିରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଚଳିତ ମାସରେ ତିନୋଟି ସ୍ଥାନରେ କୃଷକ ସଭାକୁ ସମ୍ବୋଧିତ କରିବେ । ସର୍ବପ୍ରଥମେ ସେ ଆଜି ଦୌସାରେ କିସାନ ମହାପଞ୍ଚାୟତକୁ ସମ୍ୱୋଧନ କରିବେ । ମନେ କରାଯାଉଛି ଯେ ଚାଷୀ ମହାପଞ୍ଚାୟତ ମାଧ୍ୟମରେ କଂଗ୍ରେସ ହାଇକମାଣ୍ଡ (Congress High Command) ଙ୍କୁ ସଚିନ ପାଇଲଟ ନିଜର ଶକ୍ତି ଦେଖାଇବେ । ରାଜସ୍ଥାନରେ ଯେଉଁ ପ୍ରକାରର ରାଜନୈତିକ ପରିସ୍ଥିତି ରହିଛି, ତାହାକୁ ଦେଖି ଏହାକୁ ପାଇଲଟଙ୍କ ଶକ୍ତି ପ୍ରଦର୍ଶନ ସହିତ ଯୋଡ଼ି ମଧ୍ୟ ଦେଖାଯାଉଛି । ଏହା ପରେ ସେ ଫେବୃଆରୀ ୯ରେ ପାଇଲଟ ଭରତପୁରର ବାୟାନା ଓ ପରେ ଫେବୃଆରୀ ୧୭ରେ ଚାକସୁ ଅଞ୍ଚଳର କୋଟଖାବଦାରେ କିସାନ ସଭାକୁ ସମ୍ବୋଧିତ କରିବେ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?

ଏହି କୃଷକ ସମ୍ମିଳନୀରେ ସଚିନ କ୍ୟାମ୍ପର ସମସ୍ତ ବିଧାୟକ ଓ ଦୌସା ଜିଲ୍ଲାର କଂଗ୍ରେସ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏଥି ସହିତ ଦୌସାର ରାଜେଶ ପାଇଲଟ ଷ୍ଟାଡିୟମରେ ସକାଳ ୧୧ଟାରେ ଆୟୋଜିତ ହେବାକୁ ଥିବା କୃଷକ ସମ୍ମିଳନୀରେ ଭିଡ଼ ଏକାଠି କରିବାର ଦାୟିତ୍ୱ କଂଗ୍ରେସ ବିଧାୟକ ମୁରାରୀ ମୀନା ଓ ଜିଆର ଖଟାଣା ସମ୍ଭାଳିଛନ୍ତି । ଗତ କିଛି ଦିନ ହେଲା ଉଭୟ ବିଧାୟକ ସମଗ୍ର ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କୁ କୃଷକ ସମ୍ମିଳନୀକୁ ଆସିବାକୁ ନିବେଦନ କରିଥିଲେ । କୃଷକ ସମ୍ମିଳନୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ରହିଛି । ଷ୍ଟାଡିୟମର ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଚାରିପାଖରେ ୪୦୦ ପୋଲିସ ମୁତୟନ କରାଯାଇଛି ।

ଅଧିକ ପଢ଼ନ୍ତୁ:-ବୋଝ ଉପରେ ନଳିତା ବିଡା: ପୁଣି ବଢ଼ିଲା LPG ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲର ଦର

ଅନ୍ୟପକ୍ଷରେ ପାଇଲଟ ଫେବୃଆରୀ ୯ରେ ବାୟାନା ଗସ୍ତରେ ଯିବେ । ବାୟାନାରେ ସଚିନ ପାଇଲଟ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ତାଙ୍କର ଜନସଭା ମଧ୍ୟ ହେବ । ସେହିଭଳି ଫେବୃଆରୀ ୧୭ରେ ଚକସୁର କୋଟଖାବଦା ସହରରେ ସଚିନ ପାଇଲଟଙ୍କ ପିତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜେଶ ପାଇଲଟଙ୍କ ପ୍ରତିମୂର୍ତ୍ତି ତଥା ଭଗବାନ ଦେବନାରାୟଣ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ରହିଛି । ବହୁ ସଂଖ୍ୟାରେ ଲୋକ ମଧ୍ୟ ଏହି ଇଭେଣ୍ଟରେ ପହଞ୍ଚିବେ । ସଚିନ ପାଇଲଟ ଏଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!

ସୂଚନାଯୋଗ୍ୟ, ପୂର୍ବତନ ଡେପୁଟି ସିଏମ୍ ସଚିନ ପାଇଲଟ ବହୁ ସଂଖ୍ୟକ ସମର୍ଥକଙ୍କ ସହ ତାଙ୍କ ବାସଭବନ ଜୟପୁରରୁ ଦୌସା ପହଞ୍ଚିବେ । ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀଙ୍କୁ ରାଜପଥରେ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯିବ । ଏହାପୂର୍ବରୁ ସଚିନ ପାଇଲଟ ଅନେକ ସ୍ଥାନରେ ପହଞ୍ଚିଥିଲେ, ତାଙ୍କ ସହ ତାଙ୍କ ସମର୍ଥକଙ୍କ ଭିଡ଼ ମଧ୍ୟ ଦେଖାଯାଇଥିଲା ଏବଂ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖାଯିବ ।