ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ସଞ୍ଜୟ ରାଉତଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1239615

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ସଞ୍ଜୟ ରାଉତଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

Maharashtra Political: ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ ( Sanjay Raut) ମଧ୍ୟ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ସଞ୍ଜୟ ରାଉତଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ମୁମ୍ୱାଇ: Maharashtra Political: ମହାରାଷ୍ଟ୍ରର ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ ( Sanjay Raut) ମଧ୍ୟ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି (BJP) ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୁଁ ଶିନ୍ଦେଙ୍କୁ ଶିବ ସୈନିକ ବୋଲି ଭାବୁ ନାହିଁ ଓ ବିଜେପି ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିନାହାଁନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ଶିବସେନାକୁ ଭାଙ୍ଗିବା ପାଇଁ ଯୋଜନା ଥିଲା ।

ସଞ୍ଜୟ ରାଉତ ଶୁକ୍ରବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନୂତନ ସରକାର ଭଲ କାମ କରୁ । ଇଡି ସମନ କରିବା ସମ୍ପର୍କରେ ସେ କହିଛନ୍ତି ଯେ ସେ ଆଜି ହାଜର ହେବେ । ରାଉତ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମୋ ସହିତ ଏସବୁ କାହିଁକି ଘଟୁଛି? କିଏ ଏହା କରୁଛନ୍ତି? ଏହା ଆମେ ଜାଣୁ ।

ଶିବସେନା ମୁଖପାତ୍ର କହିଛନ୍ତି ଯେ, ଜରୁରୀକାଳୀନ ସମୟରେ ମଧ୍ୟ ଏପରି ହୋଇଥିଲା, ଯେମିତି ଇଡି ଆଜି କରୁଛି । ଶିବସେନା ସଂଗଠନ କଦାପି ଦୁର୍ବଳ ହେବ ନାହିଁ । ସେ କହିଛନ୍ତି ଯେ ଏକନାଥ ଓ ବିଜେପି ମଧ୍ୟରେ ଚୁକ୍ତି ହୋଇସାରିଛି । ମୁଦ୍ରାସ୍ଫୀତି ଓ ବେକାରୀ ରାଜ୍ୟ ପାଇଁ ପ୍ରଶ୍ନ । ଭାଙ୍ଗିବା ଘଟଣା ପୁରୁଣା କଥା ହୋଇସାରିଛି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବିଜେପି ମଧ୍ୟ ଚାଲିଛି ।

ଏହାପୂର୍ବରୁ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ, "ମୁଁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଇଡିରେ ହାଜର ହେବାକୁ ଯାଉଛି । ମୋତେ ଦିଆଯାଇଥିବା ସମନକୁ ମୁଁ ସମ୍ମାନ କରେ ଓ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରିବା ମୋର କର୍ତ୍ତବ୍ୟ । ମୁଁ ଶିବସେନା କର୍ମଚାରୀଙ୍କୁ ନିବେଦନ କରୁଛି । ଇଡି ଅଫିସ ବାହାରେ ଏକାଠି ହୁଅନ୍ତୁ ନାହିଁ । ଚିନ୍ତା କରନ୍ତୁ ନାହିଁ ।"

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

ଏହା ବି ପଢ଼ନ୍ତୁ:-ସେନାରେ ସମତଳ ପାଦ ଥିବା ଲୋକଙ୍କୁ କାହିଁକି ନିଆଯାଉ ନାହିଁ? ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ

ସୂଚନାଯୋଗ୍ୟ, ଗୁରୁବାର ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି । ବିଜେପି ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ଦ୍ୱାରା ଲୋକମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ ମନେ କରନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି ।