ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ
Advertisement
Article Detail0/zeeodisha/odisha752606

ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ

ଚାଷୀଙ୍କ ଋଣ ଛାଡ (MP Farm loan waiver) ପାଇଁ ବିଜେପି (BJP) କ୍ରମାଗତ ଭାବେ କଂଗ୍ରେସ (Congress) ଉପରେ ଆକ୍ରମଣ କରୁଛି । ସେପଟେ କଂଗ୍ରେସ ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି । ଋଣ ଛାଡ ହୋଇଛି ବୋଲି ଶିବରାଜ ସରକାର (Shivraj Govt) ବିଧାନସଭାରେ ସ୍ୱୀକାର କରିଛନ୍ତି ।

ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ

ଭୋପାଳ: ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ (MP Farm loan waiver) ଏକ ବଡ ପ୍ରସଙ୍ଗ ଭାବେ ଦେଖାଦେଇଛି । ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ (Congress) କେବଳ କୃଷି ଋଣ ଛାଡ ମାଧ୍ୟମରେ ହିଁ କ୍ଷମତାକୁ ଆସିଥିଲା । କ୍ଷମତାକୁ ଆସିବା ପରେ ରାଜ୍ୟରେ କିଛି ଚାଷୀଙ୍କ ଋଣ ଛାଡ କରାଯାଇଥିଲା । ଲୋକସଭା ନିର୍ବାଚନରେ ​​ମଧ୍ୟ କଂଗ୍ରେସ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ ପ୍ରସଙ୍ଗକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳତା ମିଳି ନଥିଲା । ଅନ୍ୟପକ୍ଷେ ଉପନିର୍ବାଚନ ପୂର୍ବରୁ ବିଜେପି (BJP) ଅଭିଯୋଗ କରିଛି ଯେ, କୃଷି ଋଣ ଛାଡ ନାଁରେ ଲୋକଙ୍କ ସହ ପ୍ରତାରଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ

ବର୍ତ୍ତମାନ ଶିବରାଜ ସରକାର (Shivraj Govt) ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ, କମଲ ନାଥଙ୍କ ସରକାର (Kamal Nath Govt) ରେ କୃଷି ଋଣ ଛାଡ ହୋଇଛି । ଏଥି ସହିତ ଶିବରାଜ ସରକାର ଏଥର କୃଷି ଋଣ ଛାଡ ପାଇଁ ବଜେଟରେ ୨ ହଜାର କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି । କିନ୍ତୁ କୃଷି ବଜେଟ୍ ହ୍ରାସ କରାଯାଇଛି । ବିଧାନସଭାରେ ସରକାର ଏକ ଲିଖିତ ଉତ୍ତରରେ ସ୍ୱୀକାର କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ଋଣ ଛାଡର ୨୦ ଲକ୍ଷ ୨୩ ହଜାର ୧୩୬ ମାମଲାରେ ୭,୧୦୮ କୋଟି ଟଙ୍କା ଋଣ ଛାଡ କରାଯାଇଛି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ !    

ଏମପି ସରକାର କହିଛନ୍ତି ଯେ, ଏହି ଯୋଜନାର ଲାଭ ପାଇଁ ସମୁଦାୟ ୫୧ ଲକ୍ଷ ୫୩ ହଜାର ୫୩୪ ଚାଷୀଙ୍କ ଆବେଦନ ଆସିଥିଲା । ଏଥି ସହିତ ୨୦୨୦-୨୧ ପାଇଁ କୃଷି ବଜେଟକୁ ୨୬,୨୬୪ କୋଟି ଟଙ୍କା ରଖାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୪୩.୫୮ ପ୍ରତିଶତ କମ୍ ଅଟେ । ଏଥିରେ ଚାଷୀଙ୍କ ଋଣ ଛାଡ ପାଇଁ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସରକାର ସ୍ୱୀକାର କରିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କରାଯାଇଛି ।

ଅଧିକ ପଢ଼ନ୍ତୁ:-ସ୍କୁଲ-କଲେଜର ସମସ୍ତ ଛାତ୍ରଙ୍କୁ ଫିସ୍ ଭରିବାକୁ ୧୧,୦୦୦ ଟଙ୍କା ଦେଉଛନ୍ତି ମୋଦି ସରକାର ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଅନ୍ୟପଟେ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ଉପରେ କଂଗ୍ରେସ ଆକ୍ରମଣ କରିଛି । କଂଗ୍ରେସ କହିଛି ଯେ, "ବିଧାନସଭାରେ କୃଷି ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ କମଲ ନାଥ ସରକାରରେ ଋଣ ଛାଡ଼ ହୋଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ଜୟବର୍ଦ୍ଧନ ସିଂଙ୍କ ପ୍ରଶ୍ନ ଉପରେ କୃଷି ମନ୍ତ୍ରୀ କମଲ ପଟେଲ ଉତ୍ତର ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ୫୧ଟି ଜିଲ୍ଲାରେ କୃଷି ଋଣ ଛାଡ କରାଯାଇଛି । ଶିବରାଜ ଜୀ, ଆପଣଙ୍କ ମୁଖା ଖୋଲି ଯାଇଛି ।"