Telangana MLA Raja Singh: ବିବାଦୀୟ ବୟାନ ମାମଲାରେ ଗିରଫଦାରୀ ପରେ ମିଳିଲା ଜାମିନ
Advertisement
Article Detail0/zeeodisha/odisha1316176

Telangana MLA Raja Singh: ବିବାଦୀୟ ବୟାନ ମାମଲାରେ ଗିରଫଦାରୀ ପରେ ମିଳିଲା ଜାମିନ

Prophet Muhammad Row: ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। 

Telangana MLA Raja Singh: ବିବାଦୀୟ ବୟାନ ମାମଲାରେ ଗିରଫଦାରୀ ପରେ ମିଳିଲା ଜାମିନ

Prophet Muhammad Row: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ଗୋସମାହାଲ ବିଧାନସଭା ଆସନର ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କୁ ମିଳିଛି ଜାମିନ। କୋର୍ଟ ଚେତାବନୀ ଦେଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବିଧାୟକ ରାଜା ସିଂହଙ୍କୁ ଗିରଫ କରିବା ରାଜଧାନୀ ହାଇଦ୍ରାବାଦସ୍ଥିତ ନାମପଲ୍ଲୀ କୋର୍ଟ ଠାରେ ହାଜର କରିଥିଲା ତେଲେଙ୍ଗାନା ପୋଲିସ। ପୂର୍ବରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। 

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେବାକୁ ନେଇ ବିବାଦ ତେଜିବା ପରେ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରିଥିଲା ବିଜେପି (BJP)। ନିଜ ବୟାନ ଉପରେ ସଫେଇ ଦେବାକୁ ଯାଇ ତେଲେଙ୍ଗାନା (Telangana) ଗୋସମାହାଲ ବିଧାନସଭା ଆସନର (Goshamahal Assembly Constituency) ବିଧାୟକ ରାଜା ସିଂହ (MLA Raja Singh) କହିଛନ୍ତି ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି। ମୋ ବିରୋଧରେ ଏକ ମାମଲା କାହିଁକି ପଞ୍ଜୀକୃତ ହେଲା? ଆମର ରାମ, ରାମ ନୁହେଁ? ମାତା ସୀତା ଆମର ମାତା ନୁହଁନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଯେଉଁଥିରେ ସେ କଥିତ ଭାବେ ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ଅପମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କୁ ମଧ୍ୟ ଧମକ ଦେଇଥିଲେ। ସେ ତାଙ୍କ ସୋ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ।

Also Read: Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ

ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ବିଜେପି ବିଧାୟକଙ୍କ ମୁଣ୍ଡ କାଟ କରିବା ଭଳି ନାରାବାଜି କରାଯିବା ସହ ମୁର୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ବିଜେପି ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ଦାଏର କରାଯାଇଛି। ଦବୀରପୁର, ଭବାନୀ ନଗର, ରେନ ବଜାର, ମିରୋଚୌକ ଥାନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ କହିଛନ୍ତି ଯେ ବିଜେପି ବିଧାୟକ ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ।     

Also Read: Prophet Muhammad Row: ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଦଳ

ସୋମବାର ମଧ୍ୟରାତ୍ରୀରେ ପୋଲିସ କମିଶନର ସି.ଭି ଆନନ୍ଦଙ୍କ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାପରେ ତେଲେଙ୍ଗାନା ପୋଲିସ ସତର୍କ ହୋଇଉଠିଥିଲା। ବିଧାୟକ ରାଜା ସିଂହଙ୍କ ବାସଭବନ, ଆଇଟି ମନ୍ତ୍ରୀ କେ.ଟି. ରାମାରାଓଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସକାଳେ ରାଜା ସିଂହଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ପ୍ରଦର୍ଶନ କରୁଥିବା କିଛି ବିଜେପି ବିଧାୟକଙ୍କ କିଛି ସମର୍ଥକଙ୍କୁ  ଅଟକ ରଖାଯାଇଥିଲା।

Also Read: Prophet Muhammad Row: ବିଜେପି ବିଧାୟକ ରାଜା ସିଂହଙ୍କ ବୟାନକୁ ନେଇ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ

ଏହି ଘଟଣାରେ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ସାଉଥ ଜୋନ୍ ଡିସିପି ପି.ସାଇ ଚୈତନ୍ୟ କହିଛନ୍ତ ଯେ ବିଜେପି ବିଧାୟକଙ୍କ ବିରୋଧରେ ଅନେକ ବିଭାଗ ଅଧିନରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପ୍ରଥମେ ବିଜେପି ବିଧାୟକଙ୍କୁ ପୋଲିସ ଅଟକ ରଖିଥିଲା। ୨୯୫(କ), ୧୫୩(କ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଅନ୍ୟାନ୍ୟ ଦଫାରେ ଅଟକ ରଖାଯାଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ରାତିରେ ଡିସିପି କାର୍ଯ୍ୟାଳୟ ବାହାରେ ଏକ ବିରୋଧ ପ୍ରଦର୍ଶନ ପରେ ବିଧାୟକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ହେଉଛନ୍ତି ବିଜେପି ବିଧାୟକ। ନିକଟରେ ଦଳ ପକ୍ଷରୁ ତାଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା।