Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ
Advertisement
Article Detail0/zeeodisha/odisha1315639

Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ

Controversial Statement on Prophet Muhammad:  ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ବିଜେପି ବିଧାୟକଙ୍କ ମୁଣ୍ଡ କାଟ କରିବା ଭଳି ନାରାବାଜି କରାଯିବା ସହ ମୁର୍ଦାବାଦ ସ୍ଲୋଗାନ ଦିଆଯାଇଥିଲା।

Telangana BJP MLA: ପୈଗମ୍ବର ମହମ୍ମଦଙ୍କ ବାବଦର ବିବାଦୀୟ ବୟାନ ଦେଇ ଗିରଫ ହେଲେ ବିଧାୟକ ଟି.ରାଜା ସିଂହ

BJP MLA T. Raja Singh: ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ରଖିଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ପରେ ଇସଲାମ ସଂସ୍ଥାପକଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଛନ୍ତି ତେଲେଙ୍ଗାନା ଗୋସମାହାଲ ବିଧାନସଭା ଆସନର ବିଜେପି ବିଧାୟକ ଟି.ରାଜା ସିଂହ। ଇସଲାମ ସଂସ୍ଥାପକଙ୍କ ବାବଦରେ ବିଜେପି ବିଧାୟକ ରଖିଥିବା ବୟାନକୁ ନେଇ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ପରେ ତେଲେଙ୍ଗାନା ପୋଲିସ ପ୍ରଥମେ ତାଙ୍କୁ ଅଟକ ରଖିବା ପରେ ଗିରଫ କରିଥିଲା।

ନିଜ ବୟାନ ଉପରେ ସଫେଇ ଦେବାକୁ ଯାଇ ତେଲେଙ୍ଗାନା (Telangana) ଗୋସମାହାଲ ବିଧାନସଭା ଆସନର (Goshamahal Assembly Constituency) ବିଜେପି ବିଧାୟକ ଟି.ରାଜା ସିଂହ (BJP MLA Tiger Raja Singh) କହିଛନ୍ତି ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି। ମୋ ବିରୋଧରେ ଏକ ମାମଲା କାହିଁକି ପଞ୍ଜୀକୃତ ହେଲା? ଆମର ରାମ, ରାମ ନୁହେଁ? ମାତା ସୀତା ଆମର ମାତା ନୁହଁନ୍ତି। 

ଇସଲାମ ସଂସ୍ଥାପକଙ୍କ ବାବଦରେ ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂହ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ବିଜେପି ବିଧାୟକଙ୍କ ମୁଣ୍ଡ କାଟ କରିବା ଭଳି ନାରାବାଜି କରାଯିବା ସହ ମୁର୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। ବିଜେପି ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ଦାଏର କରାଯାଇଛି। ଦବୀରପୁର, ଭବାନୀ ନଗର, ରେନ ବଜାର, ମିରୋଚୌକ ଥାନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀ କହିଛନ୍ତି ଯେ ବିଜେପି ବିଧାୟକ ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ।     

Also Read: Prophet Muhammad row: ବିଜେପି ବିଧାୟକ ରାଜା ସିଂହ ଅଟକ, ଅନେକ ସମର୍ଥକଙ୍କୁ ଉଠାଇନେଲା ପୋଲିସ

ନିକଟରେ ବିଜେପି ବିଧାୟକ ଟି.ରାଜା ସିଂହ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଯେଉଁଥିରେ ସେ କଥିତ ଭାବେ ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କୁ ମଧ୍ୟ ଧମକ ଦେଇଥିଲେ। ସେ ତାଙ୍କ ସୋ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ସାଉଥ ଜୋନ୍ ଡିସିପି ପି.ସାଇ ଚୈତନ୍ୟ କହିଛନ୍ତ ଯେ ବିଜେପି ବିଧାୟକଙ୍କ ବିରୋଧରେ ଅନେକ ବିଭାଗ ଅଧିନରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପ୍ରଥମେ ବିଜେପି ବିଧାୟକଙ୍କୁ ପୋଲିସ ଅଟକ ରଖିଥିଲା। ୨୯୫(କ), ୧୫୩(କ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଅନ୍ୟାନ୍ୟ ଦଫାରେ ଅଟକ ରଖାଯାଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ରାତିରେ ଡିସିପି କାର୍ଯ୍ୟାଳୟ ବାହାରେ ଏକ ବିରୋଧ ପ୍ରଦର୍ଶନ ପରେ ବିଧାୟକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ହେଉଛନ୍ତି ବିଜେପି ବିଧାୟକ। ନିକଟରେ ଦଳ ପକ୍ଷରୁ ତାଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। 

ସୋମବାର ମଧ୍ୟରାତ୍ରୀରେ ପୋଲିସ କମିଶନର ସି.ଭି ଆନନ୍ଦଙ୍କ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାପରେ ତେଲେଙ୍ଗାନା ପୋଲିସ ସତର୍କ ହୋଇଉଠିଥିଲା। ବିଧାୟକ ରାଜା ସିଂହଙ୍କ ବାସଭବନ, ଆଇଟି ମନ୍ତ୍ରୀ କେ.ଟି. ରାମାରାଓଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ସକାଳେ ରାଜା ସିଂହଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ପ୍ରଦର୍ଶନ କରୁଥିବା କିଛି ବିଜେପି ବିଧାୟକଙ୍କ କିଛି ସମର୍ଥକଙ୍କୁ  ଅଟକ ରଖାଯାଇଥିଲା।