TMC MP Mahua Moitra: କିଂ କର୍ତ୍ତବ୍ୟ ବିମୁଢ ମଠ ହେବା ଦରକାର ପ୍ରଧାନନମନ୍ତ୍ରୀଙ୍କ ବାସଭବନର ନାମ
Advertisement
Article Detail0/zeeodisha/odisha1338980

TMC MP Mahua Moitra: କିଂ କର୍ତ୍ତବ୍ୟ ବିମୁଢ ମଠ ହେବା ଦରକାର ପ୍ରଧାନନମନ୍ତ୍ରୀଙ୍କ ବାସଭବନର ନାମ

Mahua Moitra targets Modi Govt:  "ସେମାନେ ରାଜପଥ ନାମ ପରିବର୍ତ୍ତନ କରି ଏହାକୁ କର୍ତ୍ତବ୍ୟପଥ ନାମରେ ନାମିତ କରିବାକୁ ଯୋଜନା କରୁଛନ୍ତି। ମୁଁ ଆଶା କରୁଛି ସେମାନେ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନାମ କିଂ କର୍ତ୍ତବ୍ୟ ବିମୁଢ ମଠ ରଖିବେ।" 

TMC MP Mahua Moitra: କିଂ କର୍ତ୍ତବ୍ୟ ବିମୁଢ ମଠ ହେବା ଦରକାର ପ୍ରଧାନନମନ୍ତ୍ରୀଙ୍କ ବାସଭବନର ନାମ

Mahua Moitra targets Modi Govt: କେନ୍ଦ୍ର ସରକାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଐତିହାସିକ ରାଜପଥର ନାମକୁ ପରିବର୍ତ୍ତନ କରି ଏହାକୁ କର୍ତ୍ତବ୍ୟପଥ ନାମରେ ନାମିତ କରିବାକୁ ଯୋଜନା କରୁଛନ୍ତି। ଯଦିଓ ଏ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ। ହେଲେ ଏହି ପ୍ରସଙ୍ଗରେ ଟିଏମସି ସାଂସଦ ମହୁଆ ମୋଇତ୍ରା କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନର ନାମକୁ କିଂ କର୍ତ୍ତବ୍ୟ ବିମୁଢ ମଠ ନାମରେ ନାମିତ ଦାବି କରିବାକୁ ଦାବି ଉଠାଇଛନ୍ତି।  କିଂ କର୍ତ୍ତବ୍ୟ ବିମୁଢ ଶବ୍ଦର ଅର୍ଥ ହେଉଛି  ଦ୍ୱନ୍ଦ୍ୱରେ ରହିବା। 

ଏହି ପ୍ରସଙ୍ଗରେ ଟ୍ୱିଟ କରି ଟିଏମସି ସାଂସଦ ମହୁଆ ମୋଇତ୍ରା (TMC MP Mahua Moitra) କହିଛନ୍ତି ଯେ, "ସେମାନେ ରାଜପଥ (Rajpath) ନାମ ପରିବର୍ତ୍ତନ କରି ଏହାକୁ କର୍ତ୍ତବ୍ୟପଥ (Kartavya Path) ନାମରେ ନାମିତ କରିବାକୁ ଯୋଜନା କରୁଛନ୍ତି। ମୁଁ ଆଶା କରୁଛି ସେମାନେ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନାମ କିଂ କର୍ତ୍ତବ୍ୟ ବିମୁଢ ମଠ ରଖିବେ।" 

ଏହା ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗରେ ଟିଏମସି ବିଜେପି ବିରୋଧରେ ବର୍ଷିଥିଲା। ଏନେଇ ଟ୍ୱିଟ କରି ସେ କହିଥିଲେ ଯେ, "କ’ଣ ଘଟୁଛି? ଦେଶର ସଂସ୍କୃତି ବଦଳାଇବା ପାଇଁ ବିଜେପି ଏହାର ଏକମାତ୍ର କର୍ତ୍ତବ୍ୟ କରିଛି? ସେମାନଙ୍କର ମହାନ ପାପ ଏବଂ ପାଗଳାମିରେ ପୁନର୍ବାର ଆମର ଇତିହାସ ଲେଖାଯିବ? 

Also Read: TMC MP Saugata Roy: 'ଜୋତାରେ ମାଡ଼ ଖାଇବା ପରେ ଅଭିଯୋଗ କରନ୍ତୁ ନାହିଁ ବିରୋଧି ନେତା'

ଏନେଇ ସେ କହିଛନ୍ତି, 'ଇଣ୍ଡିଆ ଗେଟ୍ ଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ମାର୍ଗ ଏବଂ ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ଭାବରେ ଜଣାଯି। ବ୍ରିଟିଶ ଶାସନ କାଳରେ ରାଜପଥକୁ କିଙ୍ଗସ୍ ୱେ (Kings Way) କୁହାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଭାଷଣ ଦେଇ ଔପନିବେଶିକ ଚିନ୍ତାଧାରାର ପ୍ରତୀକକୁ ହଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଆସନ୍ତା ୨୫ ବର୍ଷ ମଧ୍ୟରେ ୨୦୪୭ ପର୍ଯ୍ୟନ୍ତ ସମସ୍ତ ଲୋକ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କର୍ତ୍ତବ୍ୟପଥ ନାମକୁ ଏହି ଭାବନ ସହ ଦେଖାଯାଉଛି। 

ଆସନ୍ତା ସେପ୍ଟମ୍ବର ୮ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ତାଙ୍କର ଉଚ୍ଚାଭିଳାଷୀ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project) ଅଧିନରେ ପୁନଃନିର୍ମାଣ ହୋଇଥିବା ସମଗ୍ର ଅଞ୍ଚଳକୁ ଉଦ୍ଘାଟନ କରିବେ। ସୂତ୍ରରୁ ପ୍ରକାଶ ଯେ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନ୍ ନାମ ପରିବର୍ତ୍ତନ କରି ଏହାକୁ କର୍ତ୍ତବ୍ୟପଥ ନାମରେ ନାମିତ କରିବା ନେଇ ନୂଆଦିଲ୍ଲୀ ନଗର ନିଗମ (New Delhi Municpal Corporation) ସେପ୍ଟେମ୍ବର ୭ ତାରିରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛି ଏବଂ ଏହି ପ୍ରସ୍ତାବ ପରିଷଦ ସାମ୍ନାରେ ଉପସ୍ଥାପନ କରାଯିବ।

Also Read: Protest Against Inflation: ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କାକୋଲି ଘୋଷ

ପୂର୍ବରୁ ମୋଦି ସରକାର (Modi Govt) ଅନେକ ରାସ୍ତାର ନାମକୁ ପରିବର୍ତ୍ତନ କରି ଲୋକକେନ୍ଦ୍ରୀକ ନାମରେ ନାମିତ କରିଛନ୍ତି। ଗତ ୨୦୧୫ ବର୍ଷରେ ରେସ କୋର୍ସ ରୋଡ (Race Course Road) ନାମ ପରିବର୍ତ୍ତନ କରି ଏହାକୁ ଲୋକ କଲ୍ୟାଣ ମାର୍ଗ (Lok Kalyan Marg) ନାମରେ ପରିବର୍ତ୍ତନ କରାଯାଇଥିଲା. ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (Prime Ministers Official Residence) ରହିଛି। ସେହି ବର୍ଷ ଔରଙ୍ଗଜେବ ରୋଡ (Aurangzeb Road) ନାମକୁ ପରିବର୍ତ୍ତନ ଏପିଜେ ଅବଦୁଲ କଲାମ ରୋଡ (Doctor APJ Abdul Kalam Road) ନାମରେ ନାମିତ କରାଯାଇଥିଲା। ସେହିପରି ୨୦୧୭ ବର୍ଷରେ ଡେଲହାଉସୀ ରୋଡ (Dalhousie Road) ନାମ ପରିବର୍ତ୍ତନ କରି ଦାରାଶିକୋହ ରୋଡ୍ (Dara Shikoh Road) ନାମରେ ନାମିତ କରାଯାଇଥିଲା। ଆକବର ରୋଡ ନାମ ପରିବର୍ତ୍ତନ କରିବାକୁ ଅନେକ ପ୍ରସ୍ତାବ ଆସିଛି। ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।