TMC MP Saugata Roy: 'ଜୋତାରେ ମାଡ଼ ଖାଇବା ପରେ ଅଭିଯୋଗ କରନ୍ତୁ ନାହିଁ ବିରୋଧି ନେତା'
Advertisement
Article Detail0/zeeodisha/odisha1325495

TMC MP Saugata Roy: 'ଜୋତାରେ ମାଡ଼ ଖାଇବା ପରେ ଅଭିଯୋଗ କରନ୍ତୁ ନାହିଁ ବିରୋଧି ନେତା'

TMC MP Saugata Roy: ଯଦି ବିରୋଧ ଦଳ ଉପରେ ଆକ୍ରମଣ କରୁଥିବା ବେଳେ ଆପଣଙ୍କ ମଧ୍ୟରୁ କେହି ଶାଳୀନତାର ସୀମା ଅତିକ୍ରମ କରି ପ୍ରତ୍ୟେକ ଟିଏମସି ନେତାଙ୍କୁ ଚୋର ବୋଲି କହୁଛନ୍ତି ଯଦି ଏହାକୁ ଆମ ଦଳର ସମର୍ଥକ ଆପଣଙ୍କୁ ଜୋତାରେ ପିଟୁଛନ୍ତି ତାହେଲେ ଏଥିପାଇଁ ଆମକୁ ଦୋଷ ଦିଅନ୍ତୁ ନାହିଁ।

 TMC MP Saugata Roy: 'ଜୋତାରେ ମାଡ଼ ଖାଇବା ପରେ ଅଭିଯୋଗ କରନ୍ତୁ ନାହିଁ ବିରୋଧି ନେତା'

TMC vs BJP: ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ଦମଦମ ଲୋକସଭା ଆସନର ସାଂସଦ ସୌଗତ ରାୟ କହିଛନ୍ତି ଯେ ଯଦି କିଛି ନେତାଙ୍କ ଭୁଲ ପାଇଁ ବିରୋଧିଙ୍କୁ ଟାର୍ଗେଟ କରିବାରେ ବିଜେପି ଏବଂ ସିପିଏମ ନେତା ଶାଳନୀନତାର ସୀମା ଅତିକ୍ରମ କରନ୍ତି ତାହେଲେ ସେମାନେ ଏକଥାକୁ ନେଇ ଅଭିଯୋଗ କରିବା ଉଚିତ ନୁହେଁ ଯଦି ସେମାନଙ୍କୁ ଜୋତାରେ ପିଟା ଯାଏ। ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଦଳର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏବଂ ଅନୁବ୍ରତ ମଣ୍ଡଳଙ୍କୁ ପୃଥକ ପୃଥକ ମାମଲାରେ ଗିରଫ କରାଯିବା ପରେ ଦଳର ପ୍ରତ୍ୟେକ ନେତାଙ୍କ ବିରୋଧରେ ହୋଇଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ମାମଲାରେ ଆଶ୍ଚର୍ଯ୍ୟ ହୋଇପଡି଼ଛନ୍ତି।

ବିରୋଧ ଦଳର ନେତାଙ୍କୁ ଜୋତାରେ ପିଟିବା ବୟାନ ଉପରେ ପ୍ରତିକ୍ରିୟା ରଖି ତୃଣମୂଳ କଂଗ୍ରେସ ନେତା (Trinamool Congress Leader) ତଥା ରାଜ୍ୟର ଦମଦମ ଲୋକସଭା ଆସନର ସାଂସଦ (Dum Dum Lok Sabha MP) ସୌଗତ ରାୟ (Saugata Roy) କହିଛନ୍ତି ତାଙ୍କର ଏହି ମନ୍ତବ୍ୟ ବାକ୍ୟପୂର୍ଣ୍ଣ ଏବଂ ଏହାକୁ ଆକ୍ଷରିକ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ। ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଯଦି ଏଠାରେ କେହି ବିଜେପି କିମ୍ବା ସିପିଏମ କର୍ମକର୍ତ୍ତା (BJP or CPM Worker) ରହିଥାନ୍ତି ତାହେଲେ ସେମାନେ ମୋ କଥାକୁ ଯତ୍ନର ସହ ଶୁଣିବା ଉଚିତ୍। ଯଦି ବିରୋଧ ଦଳ ଉପରେ ଆକ୍ରମଣ କରୁଥିବା ବେଳେ ଆପଣଙ୍କ ମଧ୍ୟରୁ କେହି ଶାଳୀନତାର ସୀମା ଅତିକ୍ରମ କରି ପ୍ରତ୍ୟେକ ଟିଏମସି ନେତାଙ୍କୁ ଚୋର ବୋଲି କହୁଛନ୍ତି ଯଦି ଏହାକୁ ଆମ ଦଳର ସମର୍ଥକ ଆପଣଙ୍କୁ ଜୋତାରେ ପିଟୁଛନ୍ତି ତାହେଲେ ଏଥିପାଇଁ ଆମକୁ ଦୋଷ ଦିଅନ୍ତୁ ନାହିଁ। ଯଦି ଯଦି ଆମ ଲୋକ ଆପଣଙ୍କୁ ନିଜ ଅଞ୍ଚଳରୁ ଆପଣଙ୍କୁ ବାହାର କରି ଦେଉଛନ୍ତି ତାହେଲେ ଆପଣ ଏହା ଉପରେ ମଧ୍ୟ ଅଭିଯୋଗ କରିବା ଉଚିତ୍ ନୁହେଁ। 

Also Read: Protest Against Inflation: ସଂସଦରେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କାକୋଲି ଘୋଷ

 

ଟିଏମସି ସାଂସଦ ସୌଗତ ରାୟଙ୍କ (TMC MP Saugata Roy) ବୟାନ ଉପରେ ଜବାବ ରଖି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର (West Bengal BJP President Sukanta Majumdar) କହିଛନ୍ତି ଅବସରପ୍ରାପ୍ତ ଅଧ୍ୟାପକଙ୍କ ବୟାନରୁ ଜଣାପଡୁଛି ଯେ ଦଳରେ ଅପମାନଜନକ ଭାଷାର ବ୍ୟବହାର ବୃଦ୍ଧି ପାଇଛି। ସଭ୍ୟତା ଭୁଲି ଯାଇ ସୌଗତ ରୟ ବିବାଦୀୟ ଭାଷା ବ୍ୟବହାର କରୁଛନ୍ତି। ଖୁବ୍ ଶୀଘ୍ର ବଙ୍ଗଳାର ଜନସାଧାରଣ ଦୁର୍ନୀତିଗ୍ରସ୍ତ ତୃଣମୂଳ କଂଗ୍ରେସ ବିରୋଧରେ ବାହାରକୁ ଆସିବେ।  ସୌଗତ ରାୟଙ୍କ ଭଳି ନେତାଙ୍କୁ ଏହାର ପରିଣାମର ସାମ୍ନା କରିବାକୁ ପଡ଼ିବ।

ବିବାଦୀୟ ଭାଷା ବ୍ୟବହାର କରି ଟିଏମସି ସାଂସଦ ସୌଗତ ରାୟ ତାଙ୍କ ଦଳରେ ନିଜର ସ୍ଥିତି ବୃଦ୍ଧି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ସିପିଏମ କେନ୍ଦ୍ରୀୟ କମିଟି ସଦସ୍ୟ ସୁଜନ ଚକ୍ରବର୍ତ୍ତୀ (CPM Leader Sujan Chakraborty)। ଯଦି ସେ ଆମକୁ ଧମକ ଦେବାକୁ ଚାହାଁନ୍ତି ତାହେଲେ ମୁଁ ତାଙ୍କୁ କହିବି ଯେ ଆମ ଦଳର କର୍ମକର୍ତ୍ତା ଟିଏମସି ବିରୋଧରେ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପଟେ ଟିଏମସି ରାଜ୍ୟ ମୁଖପାତ୍ର କୁନାଲ ଘୋଷ (TMC Spokesperson Kunal Ghosh) ତାଙ୍କ ଦଳର ନେତା ସୌଗତ ରାୟଙ୍କୁ ସମର୍ଥନଥିଲେ। ଏହା ପରେ ସୌଗତ ରାୟ କହିଥିଲେ ଯେ ଜୋତା ମନ୍ତବ୍ୟ ହେଉଛି ୧୯୭୦ ଦଶକ ପୂର୍ବରୁ ନକ୍ସଲଙ୍କ ଦ୍ୱାରା ବ୍ୟବହୃତ ଏକ ବାକ୍ୟ। ଏହାକୁ ଆକ୍ଷରିକ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ। ହେଲେ ସେ ତାଙ୍କର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।