ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..
Advertisement

ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..

Uddhav Thackeray: ଶିବସେନା ମୁଖ୍ୟ ଠାକରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛନ୍ତି । ସେ ଅମିତ ଶାହଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଓ କହିଛନ୍ତି ଯଦି ଆପଣଙ୍କର ସାହସ ଅଛି, ତେବେ ଗୋଟିଏ ମାସ ମଧ୍ୟରେ ବିଏମସି ନିର୍ବାଚନ କରି ଦେଖାନ୍ତୁ । ମୁମ୍ବାଇର ପ୍ରତ୍ୟେକ ସମାଜ ଆମ ସହିତ ଅଛନ୍ତି ।

ଅମିତ ଶାହଙ୍କୁ ଉଦ୍ଧବ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ- ମୁମ୍ୱାଇ ଆସନ୍ତୁ ତା'ପରେ..

ମୁମ୍ୱାଇ: Uddhav Thackeray: ମୁଖ୍ୟମନ୍ତ୍ରୀ ଗାଦି ଯିବା ପରେ ଉଦ୍ଧବ ଠାକରେ (Uddhav Thackeray) ପୁଣି ଥରେ ସକ୍ରିୟ ହେବାରେ ଲାଗିଛନ୍ତି । ଏହା ଅନ୍ତର୍ଗତ ଶିବସେନା (Shiv Sena) ର ଉଦ୍ଧବ ଗୋଷ୍ଠୀ ପୁନର୍ବାର ନିଜର ଦବଦବା ପ୍ରତିଷ୍ଠିତ କରିବା ଆରମ୍ଭ କରିଦେଇଛି । ଏହି କ୍ରମରେ ପ୍ରଥମ ଥର ପାଇଁ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି (BJP) ଓ ଏକନାଥ ସିନ୍ଦେ ସରକାର (Eknath Shinde Govt) ଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ବୁଧବାର ଉଦ୍ଧବ ଠାକରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ନେଇ କହିଛନ୍ତି ଯେ, "ଶାହ ମୁମ୍ବାଇ ଆସି କହିଥିଲେ କି ଶିବସେନା ଓ ଉଦ୍ଧବ ଠାକରେଙ୍କୁ ସଠିକ୍ ସ୍ଥାନ ଦେଖାଇବାକୁ ପଡ଼ିବ । ମୁଁ କହୁଛି ଅମିତ ଶାହଙ୍କୁ ଆସିବାକୁ ଦିଅନ୍ତୁ, ବିନା ଆକାଶ ଦେଖାଇ ରହିବି ନାହିଁ ।"

ଶିବସେନା ମୁଖ୍ୟ ଠାକରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛନ୍ତି । ସେ ଅମିତ ଶାହଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଓ କହିଛନ୍ତି ଯଦି ଆପଣଙ୍କର ସାହସ ଅଛି, ତେବେ ଗୋଟିଏ ମାସ ମଧ୍ୟରେ ବିଏମସି ନିର୍ବାଚନ କରି ଦେଖାନ୍ତୁ । ମୁମ୍ବାଇର ପ୍ରତ୍ୟେକ ସମାଜ ଆମ ସହିତ ଅଛନ୍ତି । ଗୁଜୁରାଟୀ ମଧ୍ୟ ଆମ ସହିତ ଅଛନ୍ତି । ହିନ୍ଦୁମାନଙ୍କ ମଧ୍ୟରେ କୌଣସି ବିଭାଜନ ନାହିଁ । ଯଦି ଅମିତ ଶାହଙ୍କର ସାହସ ଅଛି, ତେବେ ବିଏମସି ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ଏକ ମାସ ମଧ୍ୟରେ କରି ଦେଖାନ୍ତୁ ।

ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ୭୦ ବର୍ଷ ପରେ ଦେଶକୁ ଚିତା ଆସିଛି, କିନ୍ତୁ ସ୍ୱର ଶୁଣିଲି ତ ଏହା ବିଲେଇ ପରି ଥିଲା । ଯବତମାଲରୁ ଶିବସେନାର ସାଂସଦ ଭାବନା ଗାୱଲିଙ୍କ ଉପରେ ବିଜେପି ଦୁର୍ନୀତି କରିଥିବା ଅଭିଯୋଗ ଆଣିଥିଲା । ପରେ ପ୍ରଧାନମନ୍ତ୍ରୀ ମୋଦି ସେହି ସାଂସଦଙ୍କ ଠାରୁ ରାଖୀ ବାନ୍ଧିଛନ୍ତି । ଅନ୍ୟ କାହାକୁ ପାଇ ନଥିଲେ କି? ଠାକରେ ପରିବାର ଓ ଶିବସେନାକୁ ଧ୍ୱଂସ କରିବାକୁ ସମସ୍ତେ ଏକାଠି ହେଉଛନ୍ତି । ମୁଁ କହୁଛି ଆସନ୍ତୁ ଓ ମୁକାବିଲା କରନ୍ତୁ, ଆମେ ପ୍ରସ୍ତୁତ ଅଛୁ ।

ଅଧିକ ପଢ଼ନ୍ତୁ:-ତେଜସ୍ୱୀ ଯାଦବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ିବେ ନୀତିଶ କୁମାର!

ଅଧିକ ପଢ଼ନ୍ତୁ:-କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଥିଲେ ରାଜୁ ଶ୍ରୀବାସ୍ତବ, ଜାଣନ୍ତୁ କ'ଣ ଥିଲା ତାଙ୍କର ପ୍ରକୃତ ନାମ

 

ଉଦ୍ଧବ ଆଗକୁ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସହ ମୁନ୍ନା ଭାଇ (ରାଜ ଠାକରେ Raj Thackeray) ମଧ୍ୟ ଆସିଛନ୍ତି । କୌଣସି ଅସୁବିଧା ନାହିଁ, ସମସ୍ତଙ୍କ ମୁକାବିଲା କରିବୁ । ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) କହିଛନ୍ତି ଯେ ଏହା ହେଉଛି ଶେଷ ନିର୍ବାଚନ । ଏହି ପରି ନିର୍ବାଚନ ଲଢ଼଼ନ୍ତୁ କି ଏହା ସେମାନଙ୍କର ଶେଷ ନିର୍ବାଚନ ହେବ । ସିନ୍ଦେ ସରକାର କ୍ଷମତାକୁ ଆସିବା ପରେ ବେଦାନ୍ତ-ଫସ୍କନ୍ ପ୍ରକଳ୍ପ ଗୁଜୁରାଟକୁ ଯାଇଛି । ଜନତାଙ୍କୁ ଦେଖି ଉଦ୍ଧବ କହିଛନ୍ତି ଯେ, ଯଦି ଆଜି ଏପରି ଭିଡ଼ ଥାଏ, ତେବେ ଦଶହରାରେ ଚିତ୍ର କ’ଣ ହେବ ଓ ଆଜି ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ କେବଳ ଶିବାଜୀ ପାର୍କରେ ଦଶହରା ରାଲି ଅନୁଷ୍ଠିତ ହେବ । କିନ୍ତୁ ମୁଁ ମୋର କାର୍ଯ୍ୟକର୍ତ୍ତାମାନଙ୍କୁ କହିବି ଯେ ଏହା ମୋର ପ୍ରଥମ ନିର୍ବାଚନ, ଏହାକୁ ଧ୍ୟାନରେ ରଖି ମୋତେ କାମ କରିବାକୁ ପଡ଼ିବ ।