କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ, ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ
Advertisement
Article Detail0/zeeodisha/odisha871815

କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ, ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ

West Bengal Assembly polls 2021: ଏବିପି ନ୍ୟୁଜ୍ ପାଇଁ ସିଏନ୍ଏକ୍ସ (CNX) ଦ୍ୱାରା କରାଯାଇଥିବା ସର୍ବଶେଷ ସର୍ଭେ ଅନୁଯାୟୀ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ତୃଣମୂଳ କଂଗ୍ରେସ (TMC) ୧୩୬-୧୪୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି ।

କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ,  ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ

ନୂଆଦିଲ୍ଲୀ: West Bengal Assembly polls 2021: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହା ମଧ୍ୟରେ ଏବିପି-ସିଏନ୍ଏକ୍ସ (ABP-CNX Opinion Poll) ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ​​ସର୍ଭେ କରିଛି । ବେଙ୍ଗଲ ନିର୍ବାଚନର ଓପିନିୟନ ପୋଲରେ ବିଜେପିକୁ ବହୁତ ଲାଭ ମିଳୁଥିବାର ଦେଖିବାକୁ ମିଳୁଛି । ସର୍ଭେ ଅନୁଯାୟୀ ଉଭୟ ଟିଏମସି (TMC) ଓ ବିଜେପି (BJP) ମଧ୍ୟରେ ଜୋରଦାର ଲଢ଼େଇ ହେଉଥିବାର ନଜରକୁ ଆସୁଛି । ସର୍ଭେ ମୁତାବକ, କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁନାହାଁନ୍ତି । ଟିଏମସିର ଭୋଟ୍ ସେୟାର ୪୦ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?

ଏବିପି ନ୍ୟୁଜ୍ ପାଇଁ ସିଏନ୍ଏକ୍ସ (CNX) ଦ୍ୱାରା କରାଯାଇଥିବା ସର୍ବଶେଷ ସର୍ଭେ ଅନୁଯାୟୀ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ତୃଣମୂଳ କଂଗ୍ରେସ (TMC) ୧୩୬-୧୪୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଯେତେବେଳେ କି ବିଜେପି (BJP) ୧୩୦ରୁ ୧୪୦ ଆସନ ପାଇପାରେ । ଏହାର ଅର୍ଥ ବିଜେପି ଦ୍ୱିତୀୟ ପ୍ରମୁଖ ଦଳ ହୋଇପାରେ । କଂଗ୍ରେସ ଓ ବାମପନ୍ଥୀମାନେ ୧୪ରୁ ୧୮ଟି ଆସନ ପାଇବେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଅନ୍ୟ ଖାତାକୁ ୧ରୁ ୩ଟି ଆସନ ଆସିପାରେ । 

ଅଧିକ ପଢ଼ନ୍ତୁ:-ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା

ଏହି ପୋଲରେ ରାଜ୍ୟର ଜନତାଙ୍କୁ ପଚାରା ଯାଇଥିଲା ଯେ, ବିଧାନସଭା ନିର୍ବାଚନ ପରେ ଆପଣ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହୁଁଛନ୍ତି? ୩୯ ପ୍ରତିଶତ ଲୋକ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବା ବେଳେ ୨୨ ପ୍ରତିଶତ ଦିଲୀପ ଘୋଷଙ୍କୁ ପରବର୍ତ୍ତୀ ସିଏମ ଦେଖିବାକୁ ଚାହୁଁଛନ୍ତି । ସେପଟେ ଅଧୀର ରଂଜନଙ୍କୁ ୬ ପ୍ରତିଶତ, ଶୁଭେନ୍ଦୁ ଅଧିକାରୀଙ୍କୁ ୧୨ ପ୍ରତିଶତ ଏବଂ ମୁକୁଲ ରାୟଙ୍କୁ ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ।

ଫେବୃଆରୀ ୧୫ରେ ଯେତେବେଳେ ABP-CNX ପ୍ରଥମେ ଓପିନିୟନ ପୋଲ୍ କରିଥିଲା । ସେତେବେଳେ ଟିଏମସି ୧୪୬-୧୫୬ ଆସନ, ବିଜେପି ୧୧୩-୧୨୧ ଆସନ, ବାମ-କଂଗ୍ରେସ ମିଳିତ ମେଣ୍ଟ ୨୦-୨୮ ଆସନ ଏବଂ ଅନ୍ୟାନ୍ୟକୁ ୧-୧୩ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଆଲର୍ଟ! ଯଦି ଏହା ନ କରିବେ, ତେବେ LIC ରେ ଅଟକି ଯିବ ଆପଣଙ୍କ ସମସ୍ତ ଟଙ୍କା

ଏହା ପରେ ଯେତେବେଳେ ମାର୍ଚ୍ଚ ୮ରେ ଦ୍ୱିତୀୟ ଥର ପାଇଁ ABP-CNX ଓପିନିୟନ ପୋଲ୍ କରିଥିଲା । ସେତେବେଳେ ଟିଏମସି ୧୫୪-୧୬୪ ଆସନ, ବିଜେପି ୧୦୨-୧୧୨ ଆସନ, ବାମ-କଂଗ୍ରେସ ମିଳିତ ମେଣ୍ଟ ୨୨-୩୦ ଆସନ ଏବଂ ଅନ୍ୟାନ୍ୟ ୧-୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିଲା ।