ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ
Advertisement
Article Detail0/zeeodisha/odisha849152

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ

ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଦୀପକ ରୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ଏସସି ମୋର୍ଚ୍ଚା ସଦସ୍ୟ ସୁବ୍ରତ ରୟ ଦଳ ଛାଡିଛନ୍ତି । ଏହା ସହ ନଦିଆ ଓ ଡାୟମଣ୍ଡ ହାରବର୍ ଜିଲ୍ଲାର ଶତାଧିକ କର୍ମୀ ବିଜେପି (BJP) ଛାଡି ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ

କୋଲକାତା: West Bengal Assembly Polls 2021: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ଦଳର ଅନେକ ବରିଷ୍ଠ ନେତା ତୃଣମୂଳ କଂଗ୍ରେସ (TMC) ର ସଦସ୍ୟତା ଗ୍ରହଣ କରିଛନ୍ତି । ମନେ କରାଯାଉଛି ଏହି ନେତାମାନେ ଦଳ ଛାଡିବା କାରଣରୁ ବିଜେପି (BJP) କୁ ଅନେକ ଅଞ୍ଚଳରେ କ୍ଷତି ସହିବାକୁ ପଡ଼ିପାରେ । ସେପଟେ ବଙ୍ଗଳାରେ ବିଧାନସଭା ନିର୍ବାଚନ (Bengal Polls) ଯେକୌଣସି ସମୟରେ ଘୋଷଣା କରାଯାଇପାରେ । ଏନେଇ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?

ସୂଚନାନୁସାରେ, ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଦୀପକ ରୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ଏସସି ମୋର୍ଚ୍ଚା ସଦସ୍ୟ ସୁବ୍ରତ ରୟ ଦଳ ଛାଡିଛନ୍ତି । ଏହା ସହ ନଦିଆ ଓ ଡାୟମଣ୍ଡ ହାରବର୍ ଜିଲ୍ଲାର ଶତାଧିକ କର୍ମୀ ବିଜେପି (BJP) ଛାଡି ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଦିଶା ରବିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କା, ରାହୁଲ ଓ ଇମ୍ରାନ ସମେତ ଦେଶ-ବିଦେଶର ଏହି ସମସ୍ତ ନେତା

ଶନିବାର ନଦିଆ ଜିଲ୍ଲାର ରାଣାଗାଟ-୨ ବ୍ଲକର ମେଜରଗ୍ରାମରେ ବିଜେପି ଓ ସିପିଆଇ (ଏମ୍) ର ୨୫୦ କର୍ମୀ ତୃଣମୂଳ କଂଗ୍ରେସରେ ସାମିଲ ଦେଇଛନ୍ତି । ଯୋଗ ଦେଉଥିବା ନେତାଙ୍କ ମଧ୍ୟରେ ବିଜେପିର ମାଣିକଗ୍ରାମ ଗ୍ରାମ ପଞ୍ଚାୟତର ସଦସ୍ୟ ମୋନିକା ରୟ ଓ ସିପିଆଇ (ଏମ୍) ନେତା ସୁଶାନ୍ତ ମଣ୍ଡଳ ସାମିଲ ଅଛନ୍ତି । ମେଜରଗ୍ରାମ ହାଇସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ଶାସକ ଦଳ ଦ୍ୱାରା ବୈଠକ ଆୟୋଜିତ ହୋଇଥିଲା । 

ଅଧିକ ପଢ଼ନ୍ତୁ:-ଯେଉଁମାନେ ସାରା ଜୀବନ ଖୁଆଇଛନ୍ତି, ଆମେ ସେମାନଙ୍କ ସହ ଅଛୁ; କୃଷକ ଆନ୍ଦୋଳନକୁ ସମର୍ଥନ କଲେ ମହାତ୍ମା ଗାନ୍ଧୀଙ୍କ ନାତୁଣୀ

ଏହି ଅବସରରେ ବିଜେପି ଓ ସିପିଆଇ(ଏମ) କାର୍ଯ୍ୟକର୍ତ୍ତାଙ୍କୁ ନଦିଆ ଜିଲ୍ଲା ପରିଷଦ ଓ ରାଣାଘାଟ-୨ ବ୍ଲକ ମହିଳା ଟିଏମସି ଅଧ୍ୟକ୍ଷା ବର୍ନାଲି ଦେ ତୃଣମୂଳ ଝଣ୍ଡା ଧରାଇ ଥିଲେ ।  ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିକାଶ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ଲୋକଙ୍କ ପାଇଁ କାମ କରିବାର ଭାବନା ସହିତ ବିଜେପି ଓ ସିପିଆଇ(ଏମ)ର ପ୍ରାୟ ୨୫୦ ଟିଏମସିରେ ଯୋଗ ଦେଇଛନ୍ତି ।