ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ: ଟିଏମସି ନେତା
Advertisement

ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ: ଟିଏମସି ନେତା

ମଦନ ମିତ୍ର ସ୍ପଷ୍ଟୀକରଣରେ କରିଛନ୍ତି ଯେ, ​​ଚିରି ଦେବାର ଅର୍ଥ ନିର୍ବାଚନରେ ଜନସାଧାରଣଙ୍କ ଚାପୁଡ଼ା ମାରିବା ସହ ଥିଲା । 

ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ: ଟିଏମସି ନେତା

କୋଲକାତା: West Bengal Assembly Polls 2021: ଆଗାମୀ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ରାଜ୍ୟରେ ହିଂସା, ମାରପିଟ ଓ ନେତାଙ୍କ ବିବାଦୀୟ ବୟାନ ସବୁ ସାମ୍ନାକୁ ଆସୁଛି । ବର୍ତ୍ତମାନ ମମତା ସରକାରରେ ପରିବହନ ମନ୍ତ୍ରୀ ଥିବା ତୃଣମୂଳ କଂଗ୍ରେସ (TMC) ନେତା ମଦନ ମିତ୍ର (Madan Mitra) ଙ୍କ ଏକ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି । ବିଗତ ଦିନରେ ହାୱଡ଼ାର ଏକ ରାଲିରେ ମଦନ ମିତ୍ର ମର୍ଯ୍ୟଦାର ସମସ୍ତ ସୀମା ଅତିକ୍ରମ କରିଥିଲେ । ଭାରତୀୟ ଜନତା ପାର୍ଟି (BJP) ର ୨୦୦ଟି ଆସନ ଜିତିବାର ଦାବି ଉପରେ ପଚରାଯାଇଥିବା ବେଳେ ମିତ୍ର କହିଛନ୍ତି ଯେ,  "ମୁଁ ବିଜେପିକୁ ଗୋଟିଏ କଥା କହିବାକୁ ଚାହେଁ ଯେ ଯଦି ଆପଣ ଦୁଧ ମାଗିବେ ତେବେ କ୍ଷୀର ଦେବୁ, କିନ୍ତୁ ଯଦି ବଙ୍ଗଳା ମାଗିବେ ତ ଚିରି ଦେବୁ ।" (ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ ଲେକିନ୍ ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ ।)

ଅଧିକ ପଢ଼ନ୍ତୁ:-ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ମଦନ ମିତ୍ର କହିଛନ୍ତି ଯେ, "ଏହି ବଙ୍ଗଳାର ଭୂମିରେ ଯୁଦ୍ଧ ହେବ ଓ ଯଦିଓ ଆପଣ ପ୍ରତିଦିନ କହୁଛନ୍ତି ଯେ ମାରି ଦେବୁ, ପିଟି ଦେବୁ । କିନ୍ତୁ ଏହି ୨୨ ଗଜର ପିଚ ଉପରେ ଆମେ ଲଢ଼େଇ ଲଢିବୁ । ଏଥିପାଇଁ ଆମେ ବାର୍ମଅପ୍ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ।" ଏହି ବୟାନ ପରେ ମଦନ ମିତ୍ରଙ୍କ ତରଫରୁ ସ୍ପଷ୍ଟୀକରଣ ମଧ୍ୟ ଆସିଛି ।

ଅଧିକ ପଢ଼ନ୍ତୁ:-ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ ଟିମ୍ କରିଦେଇଛି ଏହି 'ବଡ ଭୁଲ', ଅସନ୍ତୋଷ ପ୍ରକାଶ କଲେ ନାସିର ହୁସେନ୍‌

ମଦନ ମିତ୍ର ସ୍ପଷ୍ଟୀକରଣରେ କରିଛନ୍ତି ଯେ, ​​ଚିରି ଦେବାର ଅର୍ଥ ନିର୍ବାଚନରେ ଜନସାଧାରଣଙ୍କ ଚାପୁଡ଼ା ମାରିବା ସହ ଥିଲା । ତେବେ ମିତ୍ର ନିଜର ସେହି ବୟାନ ଉପରେ ବର୍ତ୍ତମାନ ଯାଏ ଅଟଳ ଅଛନ୍ତି ଯେଉଁଥିରେ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରି ଗଲେ ସେ ନିଜ ହାତ କାଟି ନେବାର ଦାବି କରିଥିଲେ ।