ପ୍ରଶ୍ନମର ପ୍ରଶ୍ନର ଉତ୍ତରରେ ଚାରୋଟି ବିକଳ୍ପ ଦେଇଥିଲା- ମମତା ବାନାର୍ଜୀ (Mamta Banerjee), ଦିଲୀପ ଘୋଷ (Dilip Ghosh), ମୁକୁଲ ରୟ (Mukul Roy), ଆଧୀର ରଂଜନ ଚୌଧୁରୀ (Adhir Ranjan Chaudhary) ।
Trending Photos
ନୂଆଦିଲ୍ଲୀ: West Bengal elections 2021: ଆସନ୍ତା କିଛି ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly polls 2021) ହେବାର ଅଛି । ଏଥିପାଇଁ ଶାସକ ଦଳ ଟିଏମସି (TMC), ବିଜେପି (BJP), ବାମପନ୍ଥୀ (Left Parties) ଏବଂ କଂଗ୍ରେସ (Congress) ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଏଥର ବିଜେପି ସମ୍ପୂର୍ଣ୍ଣ ଶକ୍ତି ସହ ଲଢୁଛି । ସେପଟେ ମମତା ବାନାର୍ଜୀ (Mamata Banerjee) ଙ୍କ ସାମ୍ନାରେ ନିଜର ଗଡ଼କୁ ବଞ୍ଚାଇବାର ଚ୍ୟାଲେଞ୍ଜ ରହିଛି । ଏହା ମଧ୍ୟରେ ବିଭିନ୍ନ ସଂସ୍ଥା ଦ୍ୱାରା ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସର୍ଭେ କରାଯାଉଛି । ଏହି କ୍ରମରେ ନିର୍ବାଚନ ଘୋଷଣା ପୂର୍ବରୁ ହିଁ ପ୍ରଶ୍ନମ ପ୍ରାୟ ୧୮୪୭ ବୟସ୍କ ବ୍ୟକ୍ତିଙ୍କଠାରୁ ଜାଣିବାକୁ ଚାହିଁଥିଲା ଯେ ସେମାନେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହାଁନ୍ତି ।
ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?
ପ୍ରଶ୍ନମର ପ୍ରଶ୍ନର ଉତ୍ତରରେ ଚାରୋଟି ବିକଳ୍ପ ଦେଇଥିଲା- ମମତା ବାନାର୍ଜୀ (Mamta Banerjee), ଦିଲୀପ ଘୋଷ (Dilip Ghosh), ମୁକୁଲ ରୟ (Mukul Roy), ଆଧୀର ରଂଜନ ଚୌଧୁରୀ (Adhir Ranjan Chaudhary) । ବିଶେଷ କଥା ହେଉଛି ୬୩ ପ୍ରତିଶତ ଲୋକ ଜବାବ ଦେଇଛନ୍ତି ଯେ ମମତା ବାନାର୍ଜୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ଅର୍ଥାତ୍ ଏହି ସର୍ଭେ ଅନୁଯାୟୀ ଲୋକମାନେ କ୍ରମାଗତ ତୃତୀୟ ଥର ପାଇଁ ମମତା ବାନାର୍ଜୀଙ୍କୁ ସେମାନଙ୍କର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ।
ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଗୁଡ୍ ନ୍ୟୁଜ୍!
ସର୍ଭେର ପ୍ରଶ୍ନ ଓ ଲୋକଙ୍କ ଉତ୍ତର
ମୁଖ୍ୟମନ୍ତ୍ରୀ ଭାବରେ କିଏ ଭଲ?
୬୩% - ମମତା ବାନାର୍ଜୀ
୨୧% - ଦିଲୀପ ଘୋଷ
୭% - ମୁକୁଲ ରୟ
୬% - ଅଧିର ରଂଜନ ଚୌଧୁରୀ
ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା
ଏଠାରେ କହି ରଖୁଛୁ ଯେ, ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିବା ଟେକ୍ନୋଲୋଜି ଏଣ୍ଟରପ୍ରେନ୍ୟୋର ରାଜେଶ ଜୈନଙ୍କ 'ପ୍ରଶ୍ନମ' ହେଉଛି ଏକ ଏପରି ମାର୍କେଟ ଅନୁସନ୍ଧାନକାରୀ ସଂସ୍ଥା ଯାହା ସର୍ଭେ ପାଇଁ ଆର୍ଟିଫିଶିୟଲ ଇଣ୍ଟେଲିଜେନ୍ସ ବ୍ୟବହାର କରିଥାଏ ।