ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା
Advertisement

ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ଆଲୋଡ଼ନ ସୃଷ୍ଟି କରିଥିଲେ । ଦୁଇ ଦିନ ପୂର୍ବେ ଫେବୃଆରୀ ୯ରେ କଂଗ୍ରେସ ଜୟପୁରରେ ଏକ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରିଥିଲା ।

ରାଜସ୍ଥାନ ରାଜନୀତିରେ ହଇଚଇ: ସଚିନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଆଶୀର୍ବାଦ ଦେଲେ ପ୍ରିୟଙ୍କାଙ୍କ ନିକଟତମ ନେତା

ଜୟପୁର: ରାଜସ୍ଥାନ ରାଜନୀତି (Rajasthan Politics) ରେ ଅସ୍ଥିରତା ଲାଗି ରହିଛି । ବିଶେଷ କରି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ମଧ୍ୟରେ ସବୁକିଛି ଠିକ୍ ନଥିବାର ନଜରକୁ ଆସୁଛି । ଏହା ମଧ୍ୟରେ କଂଗ୍ରେସ ଟିକେଟରେ ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ (Acharya Pramod Krishnam) ଙ୍କ ଏକ ଟ୍ୱଟ୍ ରାଜସ୍ଥାନ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି । ପ୍ରମୋଦ କୃଷ୍ଣମ ନିକଟରେ ଭରତପୁରର ବୟାନାରେ ହୋଇଥିବା କିସାନ ମହାପଞ୍ଚାୟତରେ କୃଷକମାନଙ୍କୁ ସମ୍ବୋଧିତ କରୁଥିବା ସଚିନ ପାଇଲଟଙ୍କ ଏକ ଭିଡିଓ ଟ୍ୱିଟର ହ୍ୟାଣ୍ଡେଲରେ ରିଟ୍ୱିଟ କରି ତାଙ୍କୁ 'ମୁଖ୍ୟମନ୍ତ୍ରୀ ଭବ:'ର ଆଶୀର୍ବାଦ ଦେଇଛନ୍ତି । ପ୍ରମୋଦ କୃଷ୍ଣମଙ୍କ ଏହି ଟ୍ୱିଟ୍ ପରେ ରାଜ୍ୟ ରାଜନୀତିର ପାରା ବଢ଼ିଯାଇଛି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ଆଲୋଡ଼ନ ସୃଷ୍ଟି କରିଥିଲେ । ଦୁଇ ଦିନ ପୂର୍ବେ ଫେବୃଆରୀ ୯ରେ କଂଗ୍ରେସ ଜୟପୁରରେ ଏକ ସୋସିଆଲ ମିଡିଆ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ସିଏମ୍ ଗେହଲଟ୍ ଟ୍ୱିଟରେ କହିଥିଲେ- ମୁଁ ଚାହୁଁଛି ଯୁବ ପିଢ଼ି ଆଗକୁ ଆସନ୍ତୁ, #JoinCongressSocialMedia ଅଭିଯାନରେ ଅଂଶଗ୍ରହଣ କରନ୍ତୁ ଏବଂ ସଠିକ୍ ଚିତ୍ର ଦେଶର ଲୋକଙ୍କ ନିକଟରେ ପହଞ୍ଚୁ, ଏହା ଆମର ପ୍ରୟାସ ହେବା ଉଚିତ୍ । ଆଜି ଆମେ ସୋସିଆଲ ମିଡିଆ ମାଧ୍ୟମରେ ଆମେ ଆମର କଥାକୁ ପହଞ୍ଚାଇ ପାରିବା, ଯେତେବେଳେ ଗଣମାଧ୍ୟମ ଚାପରେ ରହିଛି, ସେତେବେଳେ ଏହାର ଆବଶ୍ୟକତା ବଢ଼ିଯାଇଛି ।

ଅଧିକ ପଢ଼ନ୍ତୁ:-ଦିନେ ବିଜେପିକୁ କରୁଥିଲେ ସାହାଯ୍ୟ, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛନ୍ତି ଏହି କୃଷକ ନେତା!

ଆଚାର୍ଯ୍ୟ ପ୍ରମୋଦ ଗେହଲଟଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ପଚାରିଥିଲେ ଯେ କ'ଣ ଆପଣଙ୍କର 'ଇସାରା' ସଚିନ ପାଇଲଟଙ୍କ ପ୍ରତି ରହିଛି କି? ଆଚାର୍ଯ୍ୟ ପ୍ରମୋଦଙ୍କ ଏହି ଟ୍ୱିଟ୍ କଂଗ୍ରେସ ଶିବିରର ପାରା ବଢ଼ାଇ ଦେଇଛି । ପାଇଲଟ୍ କ୍ୟାମ୍ପର ନେତାମାନେ ପ୍ରମୋଦ କୃଷ୍ଣମଙ୍କ ଏହି ଟ୍ୱିଟ୍କୁ ଆଗକୁ ବଢାଉଛନ୍ତି । ଏଥି ସହିତ ପ୍ରମୋଦ କୃଷ୍ଣମଙ୍କ ଏହି ଟ୍ୱିଟ୍ ଗେହଲଟ୍ ଶିବିରର ଅସନ୍ତୋଷକୁ ବଢାଉଛି ।

ଅଧିକ ପଢ଼ନ୍ତୁ:-ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଲର୍ଟ, ଫେବୃଆରୀ ୨୮ ସୁଦ୍ଧା ଜମା କରନ୍ତୁ ଏହି ପ୍ରମାଣପତ୍ର

ସୂଚନାଯୋଗ୍ୟ ଯେ, ଗତବର୍ଷ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଦେଖାଦେବା ପରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ସାମ୍ନା ହୋଇଥିଲା । ତଥାପି ଏହାର ପ୍ରଭାବ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଗେହଲଟ୍ ଓ ପାଇଲଟ୍ ମଧ୍ୟରେ ସବୁକିଛି ଠିକ୍ ହୋଇନାହିଁ । ଏହା ରହି ରହି ବିଭିନ୍ନ ସମୟରେ ସ୍ପଷ୍ଟ ଦେଖାଯାଏ ।