ବିଗିଡ଼ିବାରେ ଲାଗିଛି ସ୍ଥିତି; ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ସାମ୍ନାସାମ୍ନି ରାଜ୍ୟପାଳ ଧନଖର ଓ ମମତା ବାନାର୍ଜୀ
Advertisement
Article Detail0/zeeodisha/odisha1101539

ବିଗିଡ଼ିବାରେ ଲାଗିଛି ସ୍ଥିତି; ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ସାମ୍ନାସାମ୍ନି ରାଜ୍ୟପାଳ ଧନଖର ଓ ମମତା ବାନାର୍ଜୀ

West Bengal Governor Jagdeep Dhankhar Vs CM Mamata Banerjee: ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ରାଜ୍ୟପାଳ ଧନଖର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଫେବୃଆରୀ ୧୨ରୁ ରାଜ୍ୟର ବିଧାନସଭା ଅଧିବେଶନ (West Bengal Assembly Session) କୁ ସ୍ଥଗିତ କରିଦେଇଥିଲେ । ଏହାର ଅର୍ଥ ହେଉଛି ଯେ ପରବର୍ତ୍ତୀ ଅଧିବେଶନ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ଅନୁମତି ନେବାକୁ ପଡିବ ଓ ଏହା ତାଙ୍କ ଭାଷଣରୁ ଆରମ୍ଭ ହେବ । ରାଜ୍ୟପାଳ ଧନଖର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁଯାୟୀ ସେ ୧୨ ଫେବୃଆରୀ ୨୦୨୨ରୁ ରାଜ୍ୟର ବିଧାନସଭା ଅଧିବେଶନକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରିଦିଆଯାଇଛି ।

ବିଗିଡ଼ିବାରେ ଲାଗିଛି ସ୍ଥିତି; ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ସାମ୍ନାସାମ୍ନି ରାଜ୍ୟପାଳ ଧନଖର ଓ ମମତା ବାନାର୍ଜୀ

କୋଲକାତା: West Bengal Governor Jagdeep Dhankhar Vs CM Mamata Banerjee: ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ ସରକାର (Mamata Banerjee Government) ଓ ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଙ୍କ ମଧ୍ୟ ବିବାଦ ଲାଗି ରହିଛି । ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବହୁତ ବଢ଼ିଯାଇଛି । ଯାହା ଫଳରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।  ପଶ୍ଚିମବଙ୍ଗ ରାଜ୍ୟପାଳ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଠାରୁ ଜବାବ ମାଗିଛନ୍ତି ।  ରାଜ୍ୟପାଳ (Jagdeep Dhankar) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  (Mamta Banerjee) ଙ୍କୁ ଅନୁରୋଧ କରିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ସୂଚନାକୁ ତୁରନ୍ତ ଉପଲବ୍ଧ କରାଯାଉ । 

ଧନଖର (Jagdeep Dhankar) ଦାବି କରିଛନ୍ତି ଯେ, ସେ ରାଜ୍ୟରେ ତୃଣମୂଳ ସରକାର (TMC Government) ଙ୍କଠାରୁ ଯେଉଁ ସୂଚନା ମାଗିଥିଲେ, ତାହା ଉପଲବ୍ଧ କରାଯାଇ ନାହିଁ । ଫେବୃଆରୀ ୧୫ରେ ସେ ମମତା ବାନାର୍ଜୀ (Mamta Banerjee) ଙ୍କୁ ଅନୁରୋଧ କରିଥିଲେ ଯେ, ସେ ଏହି ସପ୍ତାହରେ ରାଜ୍ୟ ଭବନ ପରିଦର୍ଶନ କରି ରାଜ୍ୟପାଳଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତୁ, ଯାହା ଦ୍ୱାରା ସାମ୍ବିଧାନିକ ଗତିବିଧିକୁ ଏଡାଯାଇପାରିବ ।

ଧନଖର (Jagdeep Dhankar) କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇନାହାଁନ୍ତି । ଗୁରୁବାର ଏକ ଟ୍ୱିଟ୍ ଜରିଆରେ ରାଜ୍ୟପାଳ କହିଛନ୍ତି ଯେ, "ସମ୍ମାନିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamta Banerjee) ଙ୍କୁ ଅନୁରୋଧ କରୁଛି ଯେ ସେ ଏହି ସପ୍ତାହରେ ଯେକୌଣସି ସମୟରେ ରାଜ ଭବନକୁ ଆସି ସେହି ବିଷୟ ଉପରେ ସାକ୍ଷାତ କରନ୍ତୁ, ଯେଉଁ କାରଣରୁ ସାମ୍ବିଧାନିକ ଅବରୋଧ ଜାରି ରହିଛି । ଏହାକୁ ଏଡାଇବା ପାଇଁ ଆମେ ଦୁହେଁ ଶପଥ ନେଇଛୁ ।"

ସମସ୍ତ ପ୍ରସଙ୍ଗରେ ତୁରନ୍ତ ଜବାବ ଦେବାକୁ ସେ ବାନାର୍ଜୀ (Mamta Banerjee) ଙ୍କୁ ଅନୁରୋଧ କରିଛନ୍ତି । ଫେବୃଆରୀ ୧୫ରେ ବାନାର୍ଜୀଙ୍କୁ ଲେଖିଥିବା ଏକ ପତ୍ରରେ ଧନଖର କହିଛନ୍ତି ଯେ, ପ୍ରକୃତ ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହି ଚିଠିର ଏକ କପି ରାଜ୍ୟପାଳ ଟ୍ୱିଟ୍ ସହିତ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଧାରା ୧୬୭ ଅନୁଯାୟୀ ରାଜ୍ୟପାଳଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ।

ଏହା ବି ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କେଉଁଠି କେଉଁଠି ରହିଛି ଫାର୍ମ ହାଉସ୍

ଏହା ବି ପଢ଼ନ୍ତୁ:-ଏହି ୫ଟି ୱେବ୍ ସିରିଜରେ ଭରି ଭରି ବୋଲ୍ଡ ସିନ୍ ଦେଇଛନ୍ତି 'ଲଳିତା ଭାବି', ଗୋଟିଏରେ ତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି

ଏହା ବି ପଢ଼ନ୍ତୁ:-ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

ଏହା ବି ପଢ଼ନ୍ତୁ:-ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣି ହୋଇଯିବେ ଆପଣ ଚକିତ

 

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ରାଜ୍ୟପାଳ ଧନଖର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଫେବୃଆରୀ ୧୨ରୁ ରାଜ୍ୟର ବିଧାନସଭା ଅଧିବେଶନ (West Bengal Assembly Session) କୁ ସ୍ଥଗିତ କରିଦେଇଥିଲେ । ଏହାର ଅର୍ଥ ହେଉଛି ଯେ ପରବର୍ତ୍ତୀ ଅଧିବେଶନ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ଅନୁମତି ନେବାକୁ ପଡିବ ଓ ଏହା ତାଙ୍କ ଭାଷଣରୁ ଆରମ୍ଭ ହେବ । ରାଜ୍ୟପାଳ ଧନଖର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁଯାୟୀ ସେ ୧୨ ଫେବୃଆରୀ ୨୦୨୨ରୁ ରାଜ୍ୟର ବିଧାନସଭା ଅଧିବେଶନକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରିଦିଆଯାଇଛି ।