BJP vs Congress: ଚିନ୍ତନ ଶିବିରରେ ଉପସ୍ଥିତ ଥିବା ମୋଟ ୪୩୦ ପ୍ରତିନିଧୀଙ୍କ ମଧ୍ୟରୁ CWC ର ସମସ୍ତ ସଦସ୍ୟ, ସାଂସଦ, ବିଧାନସଭା ଦଳର ନେତା, ରାଷ୍ଟ୍ରୀୟ ସଚିବଙ୍କ ସହ ଯୁବ କଂଗ୍ରେସ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ଅଧ୍ୟକ୍ଷ, NSUI, ମହିଲା କଂଗ୍ରେସର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀ ସାମିଲ ଅଛନ୍ତି । ଏଥି ସହିତ ଏପରି କିଛି ନେତାଙ୍କୁ ଆମନ୍ତ୍ରଣ ମଧ୍ୟ ପଠାଯାଇଛି, ଯେଉଁମାନେ କୌଣସି ପଦରେ ନାହାଁନ୍ତି ।
Trending Photos
ନୂଆଦିଲ୍ଲୀ: BJP vs Congress: ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ରେ ଜିତିବା ପାଇଁ କଂଗ୍ରେସ (Congress) ଓ ବିଜେପି (BJP) ଉଭୟ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଏଥିରେ କଂଗ୍ରେସ ଯୁବ ବର୍ଗକୁ ଆକୃଷ୍ଟ କରିବାର ରଣନୀତି ଉପରେ ଧ୍ୟାନ ଦେଉଥିବାବେଳେ ବିଜେପିର ଟାର୍ଗେଟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରହିଛି । ସେପଟେ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ରାଜସ୍ଥାନ (Rajasthan) ର ଉଦୟପୁର (Udaipur) ରେ କଂଗ୍ରେସ ତରଫରୁ ୩ ଦିନିଆ ଚିନ୍ତନ ଶିବିର (Congress Chintan Shivir) ଅନୁଷ୍ଠିତ ହେବ । ଯେଉଁଥିରେ ୪୩୦ ପ୍ରତିନିଧି ଅଂଶଗ୍ରହଣ କରିବେ ।
କଂଗ୍ରେସର ଚିନ୍ତନ ଶିବିର (Congress Chintan Shivir)
ତିନି ଦିନିଆ "ଚିନ୍ତନ ଶିବିର" ପୂର୍ବରୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ (Sonia Gandhi) ଙ୍କ ଦ୍ୱାରା ନିଯୁକ୍ତ ଯୁବ ନେତାଙ୍କ ଏକ ପ୍ୟାନେଲ ପରାମର୍ଶ ପ୍ରଦାନ କରିଛି ଯେ କି ଦଳ ନିଜର ଯୁବ ସଂଗଠନ ଭାବରେ ରିବ୍ରାଣ୍ଡ କରୁ ଓ ନିଜର ଦୃଷ୍ଟିକୋଣରେ ମଜଭୁତ ସହ କାମ କରୁ । ଶିବିରରେ ୪୩୦ ପ୍ରତିନିଧୀଙ୍କୁ ୬ଟି ଟିମରେ ବିଭକ୍ତ କରାଯାଇଛି ।
ଏହା ସମସ୍ତ ଦଳର ସାଂଗଠନିକ ତଥା ରାଜନୈତିକ ଆହ୍ୱାନ ତଥା ଅର୍ଥ ବ୍ୟବସ୍ଥା, ସାମାଜିକ ନ୍ୟାୟ, ଅର୍ତଥ ବ୍ୟବସ୍ଥା ଓ ଯୁବପିଢ଼ି ତଥା ସଶକ୍ତିକରଣ ସହ ଜଡିତ ବିଷୟ ଉପରେ ବିଚାର ବିମର୍ଶ କରିବ । ଉଲ୍ଲେଖଯୋଗ୍ୟ ଯେ, ଏହି ୬ଟି ଗୋଷ୍ଠୀ ଦଳର ସ୍ୱାର୍ଥରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ଯାହା ଶିବିରର ଶେଷ ଦିନରେ ଚର୍ଚ୍ଚା କରିବ ।
ଏହି ଶିବିରରେ ଦଳ ଯୁବକମାନଙ୍କୁ ଆକର୍ଷିତ କରିବା ଓ ସେମାନଙ୍କୁ ଦଳ ସହିତ ଯୋଡ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଚାର କରିବ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ୱାରିଙ୍ଗଙ୍କ ନେତୃତ୍ୱରେ ଯୁବ ଓ ସଶକ୍ତିକରଣ କମିଟି ପରାମର୍ଶ ଦେଇଛି ଯେ କଂଗ୍ରେସ ସବୁ ସ୍ତରରେ ଅଧିକରୁ ଅଧିକ ଯୁବକଙ୍କୁ ଏହି ସଂଗଠନ ସହ ଯୋଡ଼ିବାକୁ ଚାହୁଁଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ଦଳକୁ ଏକ ଯୁବ ସଂଗଠନ ଭାବରେ ପ୍ରୋଜେକ୍ଟ କରାଯିବା ଉଚିତ୍ । ଏହା ସହିତ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟାଗୁଡିକ ମଧ୍ୟ ରଖାଯିବା ଉଚିତ୍ ।
କମିଟି ପ୍ରସ୍ତାବ ଦେଇଛି ଯେ, ୫୦ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସାଂଗଠନିକ ପଦ ପାଇଁ କରାଯିବା ଆବଶ୍ୟକ । ଏହା ବ୍ୟତୀତ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ କରିବା ସମୟରେ ଧ୍ୟାନରେ ରଖିବା ଆବଶ୍ୟକ । ଯେଉଁଥିରେ ସ୍ଥାନୀୟ ନିର୍ବାଚନ ଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ନିର୍ବାଚନ ମଧ୍ୟ ସାମିଲ କରାଯାଉ ।
ଚିନ୍ତନ ଶିବିରରେ ଉପସ୍ଥିତ ଥିବା ମୋଟ ୪୩୦ ପ୍ରତିନିଧୀଙ୍କ ମଧ୍ୟରୁ CWC ର ସମସ୍ତ ସଦସ୍ୟ, ସାଂସଦ, ବିଧାନସଭା ଦଳର ନେତା, ରାଷ୍ଟ୍ରୀୟ ସଚିବଙ୍କ ସହ ଯୁବ କଂଗ୍ରେସ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ଅଧ୍ୟକ୍ଷ, NSUI, ମହିଲା କଂଗ୍ରେସର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀ ସାମିଲ ଅଛନ୍ତି । ଏଥି ସହିତ ଏପରି କିଛି ନେତାଙ୍କୁ ଆମନ୍ତ୍ରଣ ମଧ୍ୟ ପଠାଯାଇଛି, ଯେଉଁମାନେ କୌଣସି ପଦରେ ନାହାଁନ୍ତି ।
ଏହା ବି ପଢ଼ନ୍ତୁ:-7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା
ଏହା ବି ପଢ଼ନ୍ତୁ:-'ଶ୍ରୀଲଙ୍କାକୁ ସେନା ପଠାନ୍ତୁ ମୋଦି ସରକାର', ଚାଞ୍ଚଲ୍ୟକର ଖୁଲାସା କରି ଏହି ଦାବି କଲେ ବିଜେପି ସାଂସଦ
ଏହା ବି ପଢ଼ନ୍ତୁ:-ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର! ସରକାର କଲେ ବଡ଼ ଘୋଷଣା, ଶୀଘ୍ର ଉଠାନ୍ତୁ ଲାଭ
ବିଜେପି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ
ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଥିବାର ଅଭିଯୋଗ ମଧ୍ୟରେ ଶାସକ ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିଜ ସହ ଆଣିବା ଉପରେ ଯୋଜନା ପ୍ରସ୍ତୁତ କରୁଛି । ବାସ୍ତବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda) ପ୍ରତ୍ୟେକ ରାଜ୍ୟରେ ଦଳର ସଂଖ୍ୟାଲଘୁ ସେଲଗୁଡ଼ିକୁ ଜୁନ୍ ୬ରୁ ଜୁନ ୮ ପର୍ଯ୍ୟନ୍ତ ସମ୍ପ୍ରଦାୟ ସହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରରେ ବିଜେପି ୮ ବର୍ଷ ହେବ କ୍ଷମତାରେ ଅଛି । ଏଭଳି ପରିସ୍ଥିତିରେ ଅଷ୍ଟମ ବର୍ଷ ପାଳନ କରିବାକୁ ବିଜେପି (BJP) ସମସ୍ତ ରାଜ୍ୟ ୟୁନିଟ୍କୁ ନିର୍ଦ୍ଦେଶାବଳୀର ବୁକ୍ଲେଟ୍ ପଠାଇଛି । ଯେଉଁଥିରେ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି ଯେ, ମୋଦି ସରକାର ନେଇଥିବା ପଦକ୍ଷେପ ଓ ଯୋଜନାଗୁଡିକ ସଂଖ୍ୟାଲଘୁ ବିଭାଗ ସଂଖ୍ୟାଲଘୁ ସମ୍ପ୍ରଦାୟ ନିକଟକୁ ପହଞ୍ଚାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟକୁ କେନ୍ଦ୍ରର କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯିବା ଉଚିତ ବୋଲି କୁହାଯାଇଛି ।