Congress President: କିଏ ହେବା ଉଚିତ କଂଗ୍ରେସର ପରବର୍ତ୍ତୀ ସଭାପତି: ଜାଣନ୍ତୁ କ'ଣ କହୁଛି ସର୍ଭେ ରିପୋର୍ଟ
Advertisement
Article Detail0/zeeodisha/odisha1365943

Congress President: କିଏ ହେବା ଉଚିତ କଂଗ୍ରେସର ପରବର୍ତ୍ତୀ ସଭାପତି: ଜାଣନ୍ତୁ କ'ଣ କହୁଛି ସର୍ଭେ ରିପୋର୍ଟ

Congress President: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ତେବେ କିଏ କଂଗ୍ରେସ ସଭାପତି ହେବା ଉଚିତ୍ ? ଜନସାଧାରଣ ଦେଇଛନ୍ତି ଆଶ୍ଚର୍ଯ୍ୟଜନକ ଉତ୍ତର ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି(Congress President) ପଦପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଦଳ ଭିତରେ ଚର୍ଚ୍ଚା ଜୋର୍ ଧରିଛି । ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ ଥିବାବେଳେ  ଏବଂ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ  ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ ।  ତେବେ ରାହୁଲ ସଭାପତି ପଦ ଲାଗି ନାମାଙ୍କନ ଭରିବା ଦାବି ଜଣାଇ ବିଭିନ୍ନ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ସତ୍ତ୍ୱେ ସେ ରାଜିନଥିବା ସ୍ପଷ୍ଟ ହୋଇଛି ।  ଏଭଳି ସ୍ଥଳେ କଣ ହେଉଛି କଂଗ୍ରେସ ରାଜନୀତି ଓ କିଏ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି ତା ଉପରେ ରହିଛି ନଜର ।

ତେବେ ଏହାଭିତରେ ଚମକାଇ ଦେଲାଭଳି ସର୍ଭେ(survey) ରିପୋର୍ଟ ସାମ୍ନାକୁ ଆସିଛି । କଂଗ୍ରେସ ସଭାପତି ପଦ ପାଇଁ ଅନେକ ନାମ ଆଲୋଚନା ହେଉଥିବାବେଳେ  ସର୍ଭେରେ ଜନସାଧାରଣ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି । କଂଗ୍ରେସର ପରବର୍ତ୍ତୀ ସଭାପତି ପଦ ପାଇଁ ସର୍ଭେସଂସ୍ଥା ସି-ଭୋଟର(C Voter)ଏକ ସାପ୍ତାହିକ ସର୍ଭେ କରିଥିଲା । ଯେଉଁଥିରେ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା,ଯେ କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବେ ? ତେବେ ଏହି ସର୍ଭେରେ ୪୩୬୧ ସଦସ୍ୟ ଅଂଶଗ୍ରହଣ କରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ସଂସ୍ଥା ଏକଥା ମଧ୍ୟ କହିଛି ଯେ,ଲୋକଙ୍କ ସହିତ କରାଯାଇଥିବା ବାର୍ତ୍ତାଳାପ ଏବଂ ସେମାନଙ୍କ ଦ୍ୱାରା ଦିଆଯାଇଥିବା ମତାମତ ଉପରେ ସର୍ଭେର ଫଳାଫଳ ସମ୍ପୂର୍ଣ୍ଣ ରୂପେ ଆଧାରିତ ହୋଇଛି ।

କଂଗ୍ରେସ ସଭାପତି କିଏ ହେବା ଉଚିତ ବୋଲି ସର୍ଭେରେ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଏକ ଆଶ୍ଚର୍ଯ୍ୟଜନକ ଜଣାପଡ଼ିଥିଲା ।  ସର୍ଭେରେ ୪୬% ଲୋକ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(Rahul Gandhi)ଙ୍କ ନାମ ନେଇଥିଲେ। ୧୩ ପ୍ରତିଶତ ଲୋକ ରାଜସ୍ଥାନର ସିଏମ୍ ଅଶୋକ ଗେହଲୋଟ୍(Rajasthan CM Ashok Gehlot) ଙ୍କୁ ବାଛିଥିଲେ । ଏଥିସହିତ ୧୧ ପ୍ରତିଶତ ଲୋକ କଂଗ୍ରେସର ବରିଷ୍ଠ ନେତା(senior Congress leader) ତଥା ସାଂସଦ ଶଶି ଥରୁର(MP Shashi Tharoor)ଙ୍କ ସପକ୍ଷରେ ମତ ଦେଇଥିବାବେଳେ ୩୦ ପ୍ରତିଶତ ଲୋକ ଏମାନଙ୍କ ଭିତରୁ କେହି ପସନ୍ଦ ନଥିବା କହିଥିଲେ ।

ଦେଖନ୍ତୁ କଣ କହୁଛି ନୂତନ କଂଗ୍ରେସ ସଭାପତିଙ୍କ ବିଷୟରେ ସି-ଭୋଟର କରିଥିବା ସର୍ଭେର ଫଳାଫଳ : -

କଂଗ୍ରେସ ସଭାପତି କିଏ ହେବା ଉଚିତ୍?

୧-ରାହୁଲ ଗାନ୍ଧୀ - ୪୬%
୨-ଅଶୋକ ଗେହଲୋଟ୍ - ୧୩%
୩-ଶଶି ଥରୁର - ୧୧%
୪-ଏଗୁଡ଼ିକ ମଧ୍ୟରୁ କେହି ନୁହେଁ-୩୦%

କଂଗ୍ରେସ ସଭାପତି ନିର୍ବାଚନ କେବେ ହେବ?

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୨ ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଆଜିଠାରୁ ନାମାଙ୍କନ(Nomination) ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଜଣେରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ ରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ ରେ ଫଳାଫଳ ଘୋଷଣା କରାଯିବ।

ଦୌଡ଼ରେ କିଏ କିଏ ଅଛନ୍ତି?

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ,ଏକଥା ରାହୁଲ ନିଜେ ସ୍ପଷ୍ଟ କରି ସାରିଛନ୍ତି । ବର୍ତ୍ତମାନ ସଭାପତି ପଦ ପାଇଁ ଦୌଡ଼ରେ ଅଶୋକ ଗେହଲୋଟ୍ ଏବଂ ଶଶି ଥରୁରଙ୍କ ନାମ ସର୍ବାଗ୍ରେ ରହିଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର । ଏପରି ପରିସ୍ଥିତିରେ, ଏହି ଦୌଡ଼ରେ ଅଧିକ ନାମ ଅନ୍ତର୍ଭୁକ୍ତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ |

କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଗୋଟିଏ ଘରୋଇ ନ୍ୟୁଜ୍ ଚାନେଲକୁ  ସାକ୍ଷାତକାର ‌ଦେଇ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି । ଦିଗ୍‌ବିଜୟ କହିଛନ୍ତି, ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି। କାହାକୁ ଏଥିପାଇଁ ରୋକାଯାଇପାରିବ ନାହିଁ କି କାହାକୁ ନିର୍ବା‌ଚନ ଲଢ଼ିବାପାଇଁ ବାଧ୍ୟ କରାଯାଇପାରିବନି। ଅତୀତରେ ମଧ୍ୟ ଦଳରେ ଗାନ୍ଧି ପରିବାର ବାହାରୁ ସଭାପତି ହୋଇଛନ୍ତି। ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଦିଗ୍‌ବିଜୟ କହିଛନ୍ତି, ଆଗକୁ କ’ଣ ହେଉଛି ଦେଖନ୍ତୁ । ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି ଏବଂ ସେପ୍ଟେମ୍ବର ୩୦ ସନ୍ଧ୍ୟାରେ ସବୁକିଛି ସ୍ପଷ୍ଟ ହୋଇଯିବ ।