Andy Flower On KL Rahul: କେଏଲ୍ ରାହୁଲଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ, ଏହି ଭେଟେରାନ୍ ଏହି କାରଣରୁ ହଠାତ୍ କଲେ ବଡ଼ ଦାବି
Advertisement
Article Detail0/zeeodisha/odisha1529311

Andy Flower On KL Rahul: କେଏଲ୍ ରାହୁଲଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ, ଏହି ଭେଟେରାନ୍ ଏହି କାରଣରୁ ହଠାତ୍ କଲେ ବଡ଼ ଦାବି

Andy Flower On KL Rahul: ସୀମିତ ଓଭର କ୍ରିକେଟରେ ପୁରୁଣା ଷ୍ଟାଇଲ୍ ବ୍ୟାଟିଂ ଯୋଗୁଁ କେଏଲ ରାହୁଲ ଭାରତୀୟ ଟି-20 ଅନ୍ତର୍ଜାତୀୟ ଦଳରୁ ବାହାରେ ଅଛନ୍ତି । ଏହା ସହିତ ଆଇପିଏଲରେ ଚାମ୍ପିୟନ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ସୀମିତ ଓଭର ଫର୍ମାଟରେ ଭାରତର ଅଧିନାୟକ ହେବା ପାଇଁ ସବୁଠାରୁ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଉଛି । 

Andy Flower On KL Rahul: କେଏଲ୍ ରାହୁଲଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ, ଏହି ଭେଟେରାନ୍ ଏହି କାରଣରୁ ହଠାତ୍ କଲେ ବଡ଼ ଦାବି

Andy Flower On KL Rahul: ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ (KL Rahul) କିଛି ସମୟ ହେବ ଖରାପ ଫର୍ମ ସହ ସଂଘର୍ଷ କରିଆସୁଥିଲେ । କିନ୍ତୁ କେଏଲ ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ଭାରତ (Indian Team) କୁ ବିଜୟ ପ୍ରଦାନ କରିଥିଲେ । ସୀମିତ ଓଭର କ୍ରିକେଟରେ ପୁରୁଣା ଷ୍ଟାଇଲ୍ ବ୍ୟାଟିଂ ଯୋଗୁଁ କେଏଲ ରାହୁଲ ଭାରତୀୟ ଟି-20 ଅନ୍ତର୍ଜାତୀୟ ଦଳରୁ ବାହାରେ ଅଛନ୍ତି । ଏହା ସହିତ ଆଇପିଏଲରେ ଚାମ୍ପିୟନ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ସୀମିତ ଓଭର ଫର୍ମାଟରେ ଭାରତର ଅଧିନାୟକ (Indian Captain) ହେବା ପାଇଁ ସବୁଠାରୁ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଉଛି । 

କିନ୍ତୁ ବର୍ତ୍ତମାନ ଆଇପିଏଲ (IPL) ଲକ୍ଷ୍ନୌ  ସୁପରଜଏଣ୍ଟସର କୋଚ୍ (Lucknow Super Giants Coach) ଆଣ୍ଡି ଫ୍ଲୋୱେର (Andy Flower) ବିଶ୍ୱାସ କରନ୍ତି ଯେ, ଲୋକେଶ ରାହୁଲ (Lokesh Rahul) ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ର ଶ୍ରେଷ୍ଠ ଅଧିନାୟକ (Best Indian Captain) ହୋଇପାରିବେ । ଏଥିପାଇଁ ସେ ଏକ ବଡ଼ କାରଣ ମଧ୍ୟ ଦେଇଛନ୍ତି । ଆଣ୍ଡି ଫ୍ଲୋୱେର କହିଛନ୍ତି ଯେ, "କେଏଲ୍ ରାହୁଲ (KL Rahul) ଜଣେ ମହାନ ବ୍ୟାଟ୍ସମ୍ୟାନ୍, ମୁଁ ତାଙ୍କୁ ବ୍ୟାଟିଂ କରିଥିବାର ଦେଖିବାକୁ ଭଲ ପାଏ । ମୁଁ ପ୍ରଥମ ଥର ପାଇଁ ତାଙ୍କୁ ଭେଟିଥିଲି ଯେତେବେଳେ ମୁଁ ଇଂଲଣ୍ଡ ଲାୟନ୍ସକୁ କୋଚିଂ ଦେଉଥିଲି, ଆମେ ତ୍ରିଭେନ୍ଦ୍ରମରେ ଇଣ୍ଡିଆ-ଏ ବିପକ୍ଷରେ ଖେଳୁଥିଲୁ । ସେହି ଦିନଠାରୁ ମୁଁ ରାହୁଲଙ୍କ ଉପରେ ନଜର ରଖିଛି ।"

ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଣ୍ଡି ଫ୍ଲୋୱେର (Andy Flower) କେଏଲ୍ ରାହୁଲ (KL Rahul) ଙ୍କ ଅଧିନାୟକତ୍ୱ ଦକ୍ଷତାକୁ ପ୍ରଶଂସା କରି କହିଛନ୍ତି ଯେ, "ସେ ଜଣେ ଚମତ୍କାର ଯୁବ ଖେଳାଳି ଓ ଜଣେ ପ୍ରକୃତ ଭଲ ନେତୃତ୍ୱକର୍ତ୍ତା ମଧ୍ୟ । ସେ ବହୁତ ଶାନ୍ତ ରୁହନ୍ତି । ମୁଁ ତାଙ୍କ ସହିତ କାମ କରିବାକୁ ଉପଭୋଗ କରେ ।" ଯେତେବେଳେ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଆବିର୍ଭାବ ବିଷୟରେ ପଚରାଗଲା, ଆଣ୍ଡି ଫ୍ଲୋୱେର (Andy Flower) କହିଛନ୍ତି ଯେ, ମୁଁ ବିଶ୍ୱାସ କରେ କେ.ଏଲ୍ ରାହୁଲ ଜଣେ ଭଲ ଅଧିନାୟକ ବୋଲି ପ୍ରମାଣ କରିବେ । ମୁଁ ଅନ୍ୟ ଖେଳାଳିଙ୍କ ବିଷୟରେ ବହୁତ ଭଲ ଜାଣେ ନାହିଁ, ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ ।

ଅଧିକ ପଢ଼ନ୍ତୁ:-ଏହି ଦିଗରେ ବସି ଭୋଜନ କରିବାରୁ ଜୀବନରେ ଆସିଥାଏ ସମୃଦ୍ଧତା, କ୍ୟାରିୟରରେ ମିଳିଥାଏ ଜବରଦସ୍ତ ଅଭିବୃଦ୍ଧି

ଅଧିକ ପଢ଼ନ୍ତୁ:-ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ

 

ଆଣ୍ଡି ଫ୍ଲୋୱେର (Andy Flower) କେଏଲ ରାହୁଲଙ୍କୁ ବିବାହିତ ଜୀବନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କେଏଲ ରାହୁଲ ତାଙ୍କ ଗର୍ଲଫ୍ରେଣ୍ଡ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ସହ ସାତଜନ୍ମର ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି । ଆଣ୍ଡି ଫ୍ଲୋୱେର (Andy Flower) ବିଭିନ୍ନ ଦେଶରେ ଲିଗ୍ ଦଳର କୋଚିଂ ଦେଉଛନ୍ତି ଓ ଫ୍ରାଞ୍ଚାଇଜ୍ ଦଳ ସହ ସେ ତାଙ୍କ ଭୂମିକାକୁ ଉପଭୋଗ କରୁଛନ୍ତି ବୋଲି କହିଛନ୍ତି । ଆଣ୍ଡି ଫ୍ଲୋୱେର (Andy Flower) ବର୍ତ୍ତମାନ ଗଲ୍ଫ ଜଏଣ୍ଟସ୍ ଦଳକୁ ସେବା ପ୍ରଦାନ କରୁଛନ୍ତି । ଅନ୍ତର୍ଜାତୀୟ ଲିଗ୍ ଟି-20 ରେ ଆଦାନୀ ସ୍ପୋର୍ଟ ଲାଇନର ଏହି ଫ୍ରାଞ୍ଚାଇଜ୍ ଦଳର କୋଚ୍ ତାଙ୍କ ଆଇପିଏଲ୍ ଅଧିନାୟକଙ୍କ ଠାରୁ ବହୁତ ଆଶା ରଖିଛନ୍ତି । କେଏଲ ରାହୁଲ ସାତୋଟି ଦିନିକିଆ, ୩ଟି ଟେଷ୍ଟ ଏବଂ ଗୋଟିଏ ଟି-20 ରେ ଭାରତୀୟ ଦଳର ଅଧିନାୟକ କରିଛନ୍ତି ।