Cheteshwar Pujara: ଚେତେଶ୍ୱର ପୂଜାରା ଦଳରୁ ହେଲେ ବାହାର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ହଠାତ୍ ନିଆଗଲା ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1542335

Cheteshwar Pujara: ଚେତେଶ୍ୱର ପୂଜାରା ଦଳରୁ ହେଲେ ବାହାର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ହଠାତ୍ ନିଆଗଲା ଏହି ବଡ଼ ନିଷ୍ପତ୍ତି

Cheteshwar Pujara: ଭାରତ ଓ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଯେକୌଣସି ମୂଲ୍ୟରେ ଏହି ସିରିଜ୍ ଜିତିବାକୁ ପଡିବ । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

Cheteshwar Pujara: ଚେତେଶ୍ୱର ପୂଜାରା ଦଳରୁ ହେଲେ ବାହାର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ହଠାତ୍ ନିଆଗଲା ଏହି ବଡ଼ ନିଷ୍ପତ୍ତି

India vs Australia Test Series, Cheteshwar Pujara: ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ (IND vs NZ ODI Series) ଖେଳାଯାଉଛି । ଏହା ପରେ ଟି-20 ସିରିଜ (IND vs NZ T20 Series) ଖେଳାଯିବ । ସେପଟେ ଫେବୃଆରୀ ୯ରୁ ଭାରତ ଓ ଅଷ୍ଟ୍ରେଲିଆ (India vs Australia Test Series) ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚର ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ (Indian Cricket Team) ର ଘୋଷଣା ହୋଇସାରିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ (World Test Championship Final) ରେ ପହଞ୍ଚିବାକୁ ହେଲେ ଭାରତକୁ ଯେକୌଣସି ମୂଲ୍ୟରେ ଏହି ସିରିଜ୍ ଜିତିବାକୁ ପଡିବ । ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ (Team India) ର ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (Cheteshwar Pujara) ଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ଚେତେଶ୍ୱର ପୂଜାରା (Cheteshwar Pujara) ବର୍ତ୍ତମାନ ରଣଜୀ ଟ୍ରଫି (Ranji Trophy) ରେ ସୌରାଷ୍ଟ୍ର ଦଳ ପାଇଁ ଖେଳୁଛନ୍ତି । ଜାନୁଆରୀ ୨୪ରୁ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ଓ ତାମିଲନାଡୁ ମଧ୍ୟରେ ମ୍ୟାଚ୍ ଖେଳାଯିବ । କିନ୍ତୁ ଚେତେଶ୍ୱର ପୂଜାରା (Cheteshwar Pujara) ଙ୍କୁ ଏହି ମ୍ୟାଚ୍‌ରେ ଖେଳୁଥିବାର ନଜରକୁ ଆସିବେ ନାହିଁ । ଚେତେଶ୍ୱର ପୂଜାରାଙ୍କ ୱର୍କଲୋଡକୁ ବିଚାର କରି ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ନେଇଛି । ଚେତେଶ୍ୱର ପୂଜାରା ବ୍ୟତୀତ ସୌରାଷ୍ଟ୍ରର ନିୟମିତ ଅଧିନାୟକ ଜୟଦେବ ଉନାଦକଟ ମଧ୍ୟ ଏହି ମ୍ୟାଚରେ ଭାଗ ନେବେ ନାହିଁ । ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳର ଅଂଶ ଅଛନ୍ତି ।

ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ଚେତେଶ୍ୱର ପୂଜାରା  (Cheteshwar Pujara) । ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରେ ଫିଟ୍ ରହିବା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟେଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଦଳର କାନ୍ଥ ମଧ୍ୟ କୁହାଯାଏ । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୯୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକରେ ଚେତେଶ୍ୱର ପୂଜାରା ହାରାହାରି ୪୪.୩୯ରେ ୭୦୧୪ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୩୪ ଅର୍ଦ୍ଧଶତକ ଓ ୧୯ ଶତକ ବାହାରିଛି ।

ଦୀର୍ଘ ଦିନ ଧରି ଆଘାତରେ ଅସୁବିଧା ଭୋଗୁଥିବା ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ମାସ ମାସ ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି । ତାଙ୍କୁ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ତାମିଲନାଡୁ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ । ଜୟଦେବ ଉନାଦକଟଙ୍କ ଅନୁପସ୍ଥିତିରେ ରବିନ୍ଦ୍ର ଜାଡେଜା ସୌରାଷ୍ଟ୍ର ଦଳର ନେତୃତ୍ୱ ନେବେ । ଆପଣଙ୍କୁ କହି ରଖୁଛୁ ଯେ ଏସିଆ କପ୍ ୨୦୨୨ ସମୟରେ ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା, ସେବେଠାରୁ ସେ ଦଳ ବାହାରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-RBI ନେଲା ବଡ଼ ନିଷ୍ପତ୍ତି, ଏହି ବ୍ୟାଙ୍କର ନେଣଦେଣ ଉପରେ ଲଗାଇଲା ପ୍ରତିବନ୍ଧକ; ଜାଣନ୍ତୁ ଏବେ କ'ଣ କରିବେ ଗ୍ରାହକ

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କୁ ହଠାତ୍ କରାଗଲା ଅଧିନାୟକ, ଭାରତ-ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ସାମ୍ନାକୁ ଆସିଲା ଏହି ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ହନିମୁନ୍‌ରେ କେବେ ଓ କେଉଁଠି ଯିବେ ରାହୁଲ-ଆଥିଆ? ଫ୍ୟାନ୍ସଙ୍କୁ ବାହାଘରର ରିସେପସନର ବି ରହିଛି ଅପେକ୍ଷା

 

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ୨ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।