IND vs SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମହା ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି?
Advertisement
Article Detail0/zeeodisha/odisha1945391

IND vs SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମହା ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି?

World cup 2023​: କୋଲକାତା ଇଡ଼େନ୍ ଗାର୍ଡ଼େନରେ (kolkata Eden Gardens) ଭାରତ ଓ ଦକ୍ଷିଣ ଆଫ୍ରିକା (IND vs SA) ମଧ୍ୟରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ବିଶ୍ୱକପ ପଏଣ୍ଟ ଟେବୁଲରେ (World cup points table 2023) ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା ।

ସୌ(ସୋସିଆଲ ମିଡିଆ)

IND vs SA: ସୁପର ସଣ୍ତେରେ ହେବ ସୁପର ଫାଇଟ । ବିଶ୍ବକପରେ (World cup 2023) ରବିବାର ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ । କୋଲକାତା ଇଡ଼େନ୍ ଗାର୍ଡ଼େନରେ (kolkata Eden Gardens) ଭାରତ ଓ ଦକ୍ଷିଣ ଆଫ୍ରିକା (IND vs SA) ମଧ୍ୟରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ବିଶ୍ୱକପ ପଏଣ୍ଟ ଟେବୁଲରେ (World cup points table 2023) ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ମୋଟ ଦିନିକିଆ ବିଶ୍ୱକପ୍ ମ୍ୟାଚରେ କାହାର ପଲ୍ଲା ରହିଛି ଭାରି? ଆସନ୍ତୁ ନଜର ପକାଇବା ହେଡ ଟୁ ହେଡ଼ ରେକର୍ଡ ଉପରେ...

ଚଳିତ ବିଶ୍ବକପରେ ଭାରତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ଜିତି ଦଳ ଅପରାଜେୟ ରହିଛି । ୧୪ ପଏଣ୍ଟ ସହ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ଟିମ୍ ଇଣ୍ତିଆ । ତେବେ ବିଗତ ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରି ସେମିଫାଇନାଲରେ ଧୂଆଁଧାର ଏଣ୍ଟ୍ରି କରିଛି ଟିମ୍ ଇଣ୍ତିଆ (Team India)। ଟେବୁଲରେ ପ୍ରଥମ ସ୍ଥାନ ବଜାୟ ରଖିବା ନେଇ ଭାରତ ଏହି ମ୍ୟାଚ୍ ଜିତିବା ଜରୁରୀ ଅଟେ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ଯ ଜବରଦସ୍ତ ଫର୍ମରେ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା ୭ଟି ମୁକାବିଲା ଖେଳିଥିବା ବେଳେ ୬ଟି ମ୍ୟାଚରେ ବିଜୟୀ ହୋଇଛି । ୧୨ ପଏଣ୍ଟ ଦଳ ୨ୟ ସ୍ଥାନରେ ରହିଛି ।

ଭାରତ ଓ ଦକ୍ଷିଣ ଆଫ୍ରିକା ହେଡ଼ ଟୁ ହେଡ଼ ରେକର୍ଡ଼

ଭାରତ ଓ ଦକ୍ଷିଣ ଆଫ୍ରିକା (India vs South Africa) ମଧ୍ଯରେ ପ୍ରଥମ ଦିନିକିଆ ବିଶ୍ୱକପ ୧୯୯୨ରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ବିଶ୍ୱକପ୍ (World cup) ମ୍ୟାଚ୍ ୧୯୯୯ରେ ଖେଳାଯାଇଥିଲା, ଏହି ମ୍ୟାଚକୁ ମଧ୍ଯ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ରେ ଜିତିଥିଲା ​​। ସେହିପରି ୨୦୧୧ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ରେ ମଧ୍ଯ ଦକ୍ଷିଣ ଆଫ୍ରିକା ୩ ୱିକେଟ୍ ଜିତିଥିଲା ​। ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ୨୦୧୫ରେ ବିଶ୍ୱକପରେ ପ୍ରଥମ ଥର ପାଇଁ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୦ ରନ୍ ରେ ପରାସ୍ତ କରିଥିଲା। ଏହାପରେ ୨୦୧୯ରେ ପୁନଃବାର ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ ରେ ପରାସ୍ତ କରିଥିଲା ଭାରତ । ତେବେ ରବିବାର ଦିନ ବିଶ୍ବକପରେ ଷଷ୍ଠ ଥର ମୁହାଁମୁହିଁ ହେବେ ଉଭୟ ଦଳ । ଏବେ ସୁଦ୍ଧା ଉଭୟ ଟିମ୍ ମଧ୍ୟରେ ମୋଟ ୫ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୩ଟି ଓ ଭାରତ (India) ମାତ୍ର ୨ଟି ମ୍ୟାଚ୍ ଜିତିଛି। ତେବେ ଏହି ଆକଳକୁ ଦେଖିଲେ ଦକ୍ଷିଣ ଆଫ୍ରିକା ପଲ୍ଲା ଥିବା କହିବା ଭୁଲ୍ ହେବ ନାହିଁ ।

Also Read-HBD Virat Kohli: ୩୫ ବର୍ଷରେ ବିରାଟ, ନଜର ପକାନ୍ତୁ କିଙ୍ଗ କୋହଲିଙ୍କ ପୂରା ରେକର୍ଡ଼ ଉପରେ...

ପ୍ରକାଶ ଥାଉ କି, ଉଭୟ ଦଳ ବିଶ୍ବକପର ସେମିଫାଇନାଲକୁ (World Cup Semi final 2023) କ୍ବାଲିଫାଏ କରିଥିବା ବେଳେ ପଏଣ୍ଟ ଟେବୁଲ ଶୀର୍ଷରେ ରହିବା ନେଇ ଦୁଇ ଦଳ ଆଜିର ମ୍ୟାଚ୍ ଜିତିବା ନେଇ ପ୍ରୟାସ କରିବ ।