FIFA World Cup 2022 Prize Money: ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା, ଫ୍ରାନ୍ସ ବି ହେଲା ମାଲାମାଲ
Advertisement
Article Detail0/zeeodisha/odisha1491750

FIFA World Cup 2022 Prize Money: ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା, ଫ୍ରାନ୍ସ ବି ହେଲା ମାଲାମାଲ

FIFA World Cup 2022 Prize Money:  କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ଦଳ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୨ରେ ଫିଫା ବିଶ୍ୱକପ ୨୦୨୨ ଜିତିଛି । ଏହି ବିଜୟ ସହିତ ଲିଓନେଲ ମେସିଙ୍କ ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇଛି । ଫୁଟବଲ ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ମନେ କରାଯାଏ...

FIFA World Cup 2022 Prize Money: ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ମିଳିଲା ଏତେ କୋଟି ଟଙ୍କା, ଫ୍ରାନ୍ସ ବି ହେଲା ମାଲାମାଲ

FIFA World Cup 2022 Prize Money: ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ମ୍ୟାଚ୍ (FIF World Cup Fianl) ଗତକାଲି (ରବିବାର) ଅର୍ଥାତ୍ ୧୮ ଡିସେମ୍ବରରେ ଖେଳାଯାଇଛି । କାତାରର ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଫ୍ରାନ୍ସର ଦଳ (Argentina vs France Final) ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ୪-୨ରେ ଫିଫା ବିଶ୍ୱକପ ୨୦୨୨ ଜିତିଛି । ଏହି ବିଜୟ ସହିତ ଲିଓନେଲ ମେସି (Lionel Messi) ଙ୍କ ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇଛି । ଫୁଟବଲ ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ମନେ କରାଯାଏ, ତେଣୁ ସମଗ୍ର ଦୁନିଆ ଫିଫା ବିଶ୍ୱକପ ୨୦୨୨ ଉପରେ ନଜର ରଖିଥିଲା ।
 
ବିଶ୍ୱକପ୍ ଟ୍ରଫି ଜିତୁଥିବା ଦଳ ଟାଇଟଲ୍ ସହିତ କୋଟି କୋଟି ଟଙ୍କା ଜିତି ନେଇଛି । ଫିଫା ବିଶ୍ୱକପର ପୁରସ୍କାର ରାଶି ବହୁତ ଅଧିକ ଓ କେବଳ ବିଜେତା ଦଳ ନୁହେଁ ରନର୍ ଅପ୍ ଦଳ ମଧ୍ୟ ମାଲାମାଲ ହୋଇଛି । ଫୁଟବଲ ବିଶ୍ୱକପ (Football World Cup) ର ଏହା ୨୨ତମ ସଂସ୍କରଣ ଥିଲା, ଯେଉଁଥିରେ ପ୍ରାୟ ୩.୬ ହଜାର କୋଟି ଟଙ୍କା ପୁରସ୍କାର ରାଶି ବଣ୍ଟନ କରାଯାଇଛି । ଯଦି ଆମେ ଏହାକୁ କ୍ରିକେଟରେ ଟି-20 ବିଶ୍ୱକପ୍ (T20 World Cup Prize Money) ଓ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL Prize Money) ସହିତ ତୁଳନା କରୁ, ତେବେ ଏହା ବହୁତ ଅଧିକ ।

ଫିଫା ବିଶ୍ୱକପର ପୁରସ୍କାର ରାଶି 

ଚାମ୍ପିଅନ୍- ୩୪୨.୩ କୋଟି ଟଙ୍କା 
ରନର୍ ଅପ୍- ୨୪୫ କୋଟି ଟଙ୍କା 
ତୃତୀୟ ସ୍ଥାନ- ୨୨୦ କୋଟି ଟଙ୍କା 
ଚତୁର୍ଥ ସ୍ଥାନ- ୨୦୪ କୋଟି ଟଙ୍କା 
୫-୮ ତମ ସ୍ଥାନ- ୧୩୮ କୋଟି 
୯-୧୬ ତମ ସ୍ଥାନ- ୧୦୬ କୋଟି 
୧୭-୩୨ ତମ ସ୍ଥାନ- ୭୪ କୋଟି

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ବିପକ୍ଷରେ ପରାସ୍ତ ହେବା ପରେ ବାଂଲାଦେଶ ଅଧିନାୟକ ଶାକିବ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏସବୁ ଖେଳାଳିଙ୍କୁ କଲେ ଦାୟୀ​

ଆପଣଙ୍କୁ କହି ରଖୁଛୁ ଯେ, ଟି-20 ବିଶ୍ୱକପ (ICC T20 World Cup) ର ମୋଟ ପୁରସ୍କାର ରାଶି ପ୍ରାୟ ୪୫.୬୮ କୋଟି ଟଙ୍କା ଥିଲା । ସେପଟେ ଆଇପିଏଲ (IPL) ରେ ମୋଟ ପୁରସ୍କାର ରାଶି ୪୬.୫ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ, ଯଦି ଆମେ ଏହାକୁ ଫିଫା ବିଶ୍ୱକପର ୩.୬ ହଜାର କୋଟି ସହିତ ତୁଳନା କରିବା, ତେବେ ଏହା କ୍ରିକେଟ୍ ବିଶ୍ୱକପ୍ ଠାରୁ ପ୍ରାୟ ୮୦ ଗୁଣ ଅଧିକ । ଫୁଟବଲ ବିଶ୍ୱକପ (Football World Cup) ରେ ଅଂଶ ଗ୍ରହଣ କରୁଥିବା ସେହି ଶେଷ ୧୬ଟି ଦଳକୁ ଯେଉଁ ପୁରୁସ୍କାର ରାଶି ମିଳିଛି, ସେତିକି ରାଶି କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟର ମୋଟ ପରିମାଣ ମଧ୍ୟ ନୁହେଁ । ଆଜ୍ଞା ହଁ, ଫିଫା (FIFA) ଶେଷ ୧୬ ଅର୍ଥାତ ୧୭ରୁ ୩୨ ନମ୍ୱର ପର୍ଯ୍ୟନ୍ତ ରହୁଥିବା ଦଳକୁ ୭୪ କୋଟି ଟଙ୍କା ଦେଇଛି ।

ଏଠାରେ କହି ରଖୁଛୁ ଯେ, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଟି-20 ବିଶ୍ୱକପ ପାଇଁ ମୋଟ ପୁରସ୍କାର ରାଶି ୫.୬ ମିଲିୟନ୍ (୪୫.୬୮ କୋଟି) ସ୍ଥିର କରିଛି, ଯାହା ସମସ୍ତ ୧୬ ଟିମ ମଧ୍ୟରେ ଅଲଗା ଅଲଗା ଭାବରେ ବଣ୍ଟନ କରାଯାଇଥିଲା । ଫାଇନାଲର ଚାମ୍ପିଅନ୍ ଦଳକୁ ପୁରସ୍କାର ରାଶି ଭାବରେ ପ୍ରାୟ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ରନର୍ ଅପ୍ ଦଳ ପ୍ରାୟ ୬.୪୪ କୋଟି ଟଙ୍କା ପାଇଥିଲା ।

ସେପଟେ ଟି-20 ବିଶ୍ୱକପ ଜିତିଥିବା ଦଳ କେବଳ ଫିଫା ବିଶ୍ୱକପରୁ ନୁହେଁ, ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ର ଚାମ୍ପିୟନ ଦଳ ଠାରୁ ମଧ୍ୟ କମ୍ ଅର୍ଥ ରାଶି ପାଇଛି । ଆଇପିଏଲ୍ ୨୦୨୨ ସିଜନରେ ଜିତିଥିବା ଦଳକୁ ୨୦ କୋଟି ଟଙ୍କା ମିଳିଛି । ଏଭଳି ପରିସ୍ଥିତିରେ ବିଶ୍ୱକପ ଚାମ୍ପିଅନ ଆଇପିଏଲ ତୁଳନାରେ ୭ କୋଟି ଟଙ୍କା କମ୍ ପାଇଛି ।