IND vs BAN: ଟିମ୍ ଇଣ୍ଡିଆ ବିପକ୍ଷରେ ପରାସ୍ତ ହେବା ପରେ ବାଂଲାଦେଶ ଅଧିନାୟକ ଶାକିବ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏସବୁ ଖେଳାଳିଙ୍କୁ କଲେ ଦାୟୀ
Advertisement
Article Detail0/zeeodisha/odisha1490960

IND vs BAN: ଟିମ୍ ଇଣ୍ଡିଆ ବିପକ୍ଷରେ ପରାସ୍ତ ହେବା ପରେ ବାଂଲାଦେଶ ଅଧିନାୟକ ଶାକିବ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏସବୁ ଖେଳାଳିଙ୍କୁ କଲେ ଦାୟୀ

Shakib Al Hasan on IND vs BAN 1st Test: ଡିସେମ୍ବର ୧୪ରୁ ଚଟ୍ଟଗ୍ରାମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଫଳସ୍ୱରୂପ, ପ୍ରଥମ ମ୍ୟାଚରେ ଶାକିବ-ଅଲ-ହାସନଙ୍କ ଦଳ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ରେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୮୮ ରନରେ ଜିତିଛି । 

IND vs BAN: ଟିମ୍ ଇଣ୍ଡିଆ ବିପକ୍ଷରେ ପରାସ୍ତ ହେବା ପରେ ବାଂଲାଦେଶ ଅଧିନାୟକ ଶାକିବ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏସବୁ ଖେଳାଳିଙ୍କୁ କଲେ ଦାୟୀ

Shakib Al Hasan on IND vs BAN 1st Test: ବାଂଲାଦେଶ ହାତରେ ODI ସିରିଜ ହାରିବା ପରେ ଭାରତୀୟ ଦଳ (Indian Cricket Team) ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs BAN Test Series) ର ପ୍ରଥମ ମ୍ୟାଚ୍ ଜିତିଛି । ଡିସେମ୍ବର ୧୪ରୁ ଚଟ୍ଟଗ୍ରାମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଫଳସ୍ୱରୂପ, ପ୍ରଥମ ମ୍ୟାଚ (IND vs BAN 1st Test) ରେ ଶାକିବ-ଅଲ-ହାସନଙ୍କ ଦଳ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ରେ କେ.ଏଲ୍ ରାହୁଲ (KL Rahul) ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ୧୮୮ ରନରେ ଜିତିଛି । ତେବେ ଆସନ୍ତୁ ଜାଣିବା ଏହି ବିଜୟ ଉପରେ ବାଂଲାଦେଶ ଅଧିନାୟକ (Bangladesh Captain) ଶାକିବ ଅଲ ହାସନ (Shakib Al Hasan) କ’ଣ କହିଛନ୍ତି...

ଭାରତ ଠାରୁ ମ୍ୟାଚ୍ ହାରିବା ପରେ ଶାକିବ ଅଲ ହାସନ କହିଛନ୍ତି ଯେ, ସେମାନେ ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିନାହାଁନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ସମୟ ପରେ ବାଂଲାଦେଶ ଦଳ ଟେଷ୍ଟ କ୍ରିକେଟ୍ ଖେଳୁଛି । ବାଂଲାଦେଶ ଅଧିନାୟକ (Bangladesh Captain) ଶାକିବ ଅଲ ହାସନ (Shakib Al Hasan) କହିଛନ୍ତି ଯେ, ବ୍ୟାଟିଂ ପାଇଁ ପିଚ ଭଲ ଥିଲା କିନ୍ତୁ ଦଳ ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିନଥିଲା । ଭାରତର ୪୦୪ ରନର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଶାକିବ ଅଲ ହାସନ ଆଗକୁ କହିଛନ୍ତି ଯେ, ବ୍ୟାଟିଂ କରିବା ପାଇଁ ପ୍ରକୃତରେ ଭଲ ୱିକେଟ୍ ଥିଲା କିନ୍ତୁ ପ୍ରଥମ ଇନିଂସରେ ଆମେ ଭଲ ପ୍ରଦର୍ଶନ କରିନାହୁଁ । ଆମେ ପାଞ୍ଚ-ଛଅ ମାସ ପରେ ଖେଳୁଥିଲୁ । ଏହା ଏକ ଆଦର୍ଶ ପରିସ୍ଥିତି ନୁହେଁ କିନ୍ତୁ ଏହା କୌଣସି ବାହାନା ହେବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ଅଧିନାୟକ କେଏଲ ରାହୁଲ କଲେ ବଡ଼ ଖୁଲାସା, ମ୍ୟାଚ୍ ମଝିରେ ଏହି କଥାକୁ ନେଇ ଭୟ କରୁଥିଲେ

ଏହା ବି ପଢ଼ନ୍ତୁ:-ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, କୁଲଦୀପ ଯାଦବଙ୍କ ଟେଷ୍ଟରେ ଶ୍ରେଷ୍ଟ ପ୍ରଦର୍ଶନ

ଏହା ବି ପଢ଼ନ୍ତୁ:-ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

 

ସେପଟେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ (Team India) ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତକୁ ପଞ୍ଚମ ଦିନରେ ମାତ୍ର ଚାରି ୱିକେଟର ଆବଶ୍ୟକତା ଥିଲା । ଭାରତୀୟ ଦଳ ସକାଳ ସେଶନର ପ୍ରଥମ ଘଣ୍ଟାରେ ଅବଶିଷ୍ଟ ୱିକେଟ୍ ହାସଲ କରି ମ୍ୟାଚ୍ ଜିତି ନେଇଥିଲା । ମ୍ୟାଚ୍ ପରେ କେଏଲ ରାହୁଲ (KL Rahul) କହିଛନ୍ତି ଯେ, "ଏହା ଅତ୍ୟନ୍ତ କଠିନ ମ୍ୟାଚ୍ ଥିଲା ଓ ଜିତିବା ପାଇଁ ଆମକୁ ପ୍ରକୃତରେ କଠିନ ପରିଶ୍ରମ କରିବାକୁ ପଡିଛି । ମୁଁ ଖୁସି ଯେ ଆମେ ଏପରି  କରିପାରିଛୁ । ପିଚ୍ ଫ୍ଲାଟ ଥିଲା କିନ୍ତୁ ଆମେ ଏହା ବିଷୟରେ ଚିନ୍ତିତ ନଥିଲୁ । ଲାଗୁଥିଲା ଏହି ପିଚରେ ବ୍ୟାଟିଂ କରିବା ସହଜ କିନ୍ତୁ ପ୍ରଥମ ତିନି ଦିନରେ ରନ୍ ସ୍କୋର କରିବା ସହଜ ନଥିଲା । ଯେଭଳି ଭାବେ ବାଂଲାଦେଶ ଓପନରମାନେ ବ୍ୟାଟିଂ କରିଥିଲେ, ତାହାକୁ ଦେଖି ଆମେ କଠିନ ପରିଶ୍ରମ କରିଥିଲୁ ।"