IND vs PAK: ଭାରତ ଓ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଏହି ପ୍ରସଙ୍ଗରେ ପାକିସ୍ତାନ ଅଧିକ ଆଗକୁ ଦେଖାଯାଉଛି । କ୍ରମାଗତ ଭାବେ ଏହି ମ୍ୟାଚ୍ ବିଷୟରେ ପାକିସ୍ତାନ ପକ୍ଷରୁ କିଛି ନା କିଛି ବୟାନ ସାମ୍ନାକୁ ଆସୁଛି । ବର୍ତ୍ତମାନ ପାକିସ୍ତାନର ପୂର୍ବତନ କ୍ରିକେଟର ଆକିବ ଜାଭେଦ୍ (Aqaib Javed) ଭାରତୀୟ ଦଳ (Team India) କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
Trending Photos
ନୂଆଦିଲ୍ଲୀ: IND vs PAK T20 World Cup 2022: ଟି-20 ବିଶ୍ୱକପ୍ ୨୦୨୨ (T20 World Cup 2022) ଆରମ୍ଭ ହୋଇସାରିଛି । ଅକ୍ଟୋବର ୨୩ରେ ହେବାକୁ ଥିବା ମହା ମୁକାବିଲାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ (India vs Pakistan Match) ହେବେ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ଖେଳାଳିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଏହି ପ୍ରସଙ୍ଗରେ ପାକିସ୍ତାନ ଅଧିକ ଆଗକୁ ଦେଖାଯାଉଛି । କ୍ରମାଗତ ଭାବେ ଏହି ମ୍ୟାଚ୍ ବିଷୟରେ ପାକିସ୍ତାନ ପକ୍ଷରୁ କିଛି ନା କିଛି ବୟାନ ସାମ୍ନାକୁ ଆସୁଛି । ବର୍ତ୍ତମାନ ପାକିସ୍ତାନର ପୂର୍ବତନ କ୍ରିକେଟର ଆକିବ ଜାଭେଦ୍ (Aqaib Javed) ଭାରତୀୟ ଦଳ (Team India) କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
ଟିମ୍ ଇଣ୍ଡିଆକୁ ନେଇ ଆକିବ ଜାଭେଦ୍ କହିଛନ୍ତି ଯେ, "ଭାରତୀୟ ଦଳ ଭଲ ସ୍ଥିତିରେ ଦେଖା ଯାଉନାହାଁନ୍ତି । ସେମାନଙ୍କର ବ୍ୟାଟିଂ ସଂଘର୍ଷ କରୁଛି । ଏଥି ସହିତ ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁଁ ସେମାନଙ୍କ ବୋଲିଂ ମଧ୍ୟ ସେହିପରି ଦେଖାଯାଉନାହିଁ । ବୋଲରମାନଙ୍କର ଏକ ପ୍ରଭାବ ରହିଥାଏ, ଯାହା ଶାହିନ୍ ଆଫ୍ରିଦି ଓ ହରିସ୍ ରାଉଫଙ୍କ ମଧ୍ୟରେ ଅଛି । ଏହି ପ୍ରଭାବ ଯୋଗୁଁ ବହୁତ ଚାପ ହୋଇଥାଏ, ଯାହାର ବହୁତ ଫରକ ପଡ଼ିଥାଏ । ଭାରତୀୟ ଦଳର ବୋଲରମାନେ ସାଧାରଣ ମିଡିୟମ୍ ପେସର୍ । ସେମାନଙ୍କ ଦଳରେ ଉପସ୍ଥିତ ଜଣେ ହାର୍ଦ୍ଦିକ ପାଣ୍ଡ୍ୟା ଯେକୌଣସି ସମୟରେ ଖେଳକୁ ବଦଳାଇ ପାରନ୍ତି ।" ଆକିବ ଜାଭେଦଙ୍କୁ ଅନେକ ସମୟରେ କଟାକ୍ଷ କରୁଥିବାର ଦେଖିବାକୁ ମିଳିଥାଏ । ସେ କିଛି ଦିନ ପୂର୍ବେ ବର୍ତ୍ତମାନର ପାକିସ୍ତାନୀ ଅଧିନାୟକ ବାବର ଆଜମ (Babar Azam) ଙ୍କୁ ମଧ୍ୟ ଖୋଲାଖୋଲି ସମାଲୋଚନା କରିଥିଲେ । ସେ ବାବରଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଥିଲେ ।
ବାବର ଆଜମ (Babar Azam) ଙ୍କ ବିଷୟରେ ଆଲୋଚନା କରି ଆକିବ ଜାଭେଦ କହିଛନ୍ତି ଯେ, "ଯେତେବେଳେ ଆମର ମ୍ୟାଚ୍ କରାଚି କିଙ୍ଗ୍ସ ବିପକ୍ଷରେ ହୋଇଥାଏ ଓ ଆମେ ବ୍ୟାଟିଂ କରି ୧୮୦ କିମ୍ବା ତା’ଠାରୁ ଅଧିକ ସ୍କୋର କରୁ, ସେତେବେଳେ ବାବର ଆଜମଙ୍କୁ ଆଉଟକୁ କରିବା ପାଇଁ ଆମେ ଅଧିକ ଚେଷ୍ଟା କରୁନାହୁଁ । ବାବର ନିଜର ଏପରି ଗତିରେ ବ୍ୟାଟ୍ସ କରେ, ଯାହା ଫଳରେ ଆବଶ୍ୟକ ରନ୍ ରେଟ୍ ବଢ଼ି ଚାଲିଥାଏ ।"
ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର
ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା
ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ୍ ଉପହାର! ମହଙ୍ଗା ଭତ୍ତା ପରେ ଏବେ ଟ୍ରାଭେଲ ଭତ୍ତାରେ ବି ବୃଦ୍ଧି, ଖାତାକୁ ଆସିବ ଏତେ ଟଙ୍କା
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିଛି । ଏହି ମ୍ୟାଚକୁ ଭାରତୀୟ ଦଳ ଚମତ୍କାର ବୋଲିଂ ଯୋଗୁଁ ୬ ରନରେ ଜିତି ନେଇଛି । ଅଭ୍ୟାସ ମ୍ୟାଚରେ ଟିମ୍ ଇଣ୍ଡିଆ ଡେଥ୍ ବୋଲିଂରେ ବହୁତ ଚମତ୍କାର ପ୍ରଦର୍ଶନ କରିଛି । ହର୍ଷଲ ପଟେଲ ୧୯ ଓଭରରେ ମାତ୍ର ୫ ରନ୍ ଖର୍ଚ୍ଚ କରି ଗୋଟିଏ ୱିକେଟ୍ ନେଇଥିଲେ । ଏଥି ସହ ମହମ୍ମଦ ଶାମି ୨୦ ଓଭରରେ ମାତ୍ର ୪ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ।