T20 World Cup 2022​: ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର
Advertisement
Article Detail0/zeeodisha/odisha1400498

T20 World Cup 2022​: ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର

T20 World Cup 2022​: ଭାରତ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ (IND vs PAK) ଆରମ୍ଭ କରିବ । ଏହାପୂର୍ବରୁ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଦଳ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳୁଛି । ଏହି ସମୟରେ ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର (Gautam Gambhir) ବିରାଟ କୋହଲିଙ୍କୁ ନେଇ ମନ୍ତବ୍ୟ ପ୍ରଦାନ କରିଛନ୍ତି । 

T20 World Cup 2022​: ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: Gautam Gambhir on Virat Kohli: କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ (T20 World Cup 2022) ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଏହି ବିଶ୍ୱକପ ଅଷ୍ଟ୍ରେଲିଆରେ ଆୟୋଜିତ ହେଉଛି । ICC ର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ (Team India) ର ପୂର୍ବତନ ଅଧିନାୟକ ତଥା ଦମଦାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ଦଳ ସୁପର-12 ରାଉଣ୍ଡରେ ଅକ୍ଟୋବର ୨୩ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ (IND vs PAK) ଆରମ୍ଭ କରିବ । ଏହାପୂର୍ବରୁ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଦଳ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳୁଛି । ଏହି ସମୟରେ ନିଜ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର (Gautam Gambhir) ବିରାଟ କୋହଲିଙ୍କୁ ନେଇ ମନ୍ତବ୍ୟ ପ୍ରଦାନ କରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ବିରାଟ କୋହଲି ଏସିଆ କପ୍ ୨୦୨୨ ପୂର୍ବରୁ ବହୁତ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ । କିନ୍ତୁ ସେ ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଏକ ଶତକ ହାସଲ କରିଥିଲେ । ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ଏହି ଦମଦାର ଫର୍ମ ଜାରି ରଖିବାକୁ ପଡ଼ିବ । ସେପଟେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ଜଣେ ବ୍ୟାଟ୍ସମ୍ୟାନଙ୍କ କାମ ହେଉଛି ରନ୍ ସ୍କୋର କରିବା ଓ ବୋଲରଙ୍କ କାମ ହେଉଛି ୱିକେଟ୍ ନେବା । ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କ ପରି ସମସ୍ତ ବ୍ୟାଟ୍ସମ୍ୟାନ୍ ଏହି ମାନସିକତା ସହିତ ଟି-20 ବିଶ୍ୱକପରେ ମୈଦାନକୁ ଓହ୍ଲାଇବେ । ସେ ଏହା ମଧ୍ୟ କହିଛନ୍ତି ଯେ, ବିରାଟ କୋହଲିଙ୍କୁ କେବଳ ରନ୍ ସ୍କୋର କରିବା ବିଷୟରେ ଚିନ୍ତା କରିବା ଆବଶ୍ୟକ, ନା କି ରେକର୍ଡ ଗଢ଼ିବା କିମ୍ୱା ଭାଙ୍ଗିବା ବିଷୟରେ ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ପୂର୍ବତନ ବାମହାତୀ ଓପନର୍ ଷ୍ଟାର୍ ସ୍ପୋର୍ଟସର ଏକ ଶୋ'ରେ କହିଛନ୍ତି ଯେ, "ରନ୍ ସ୍କୋର କରିବାର ମାନସିକତା ବ୍ୟତୀତ ବ୍ୟାଟ୍ସମ୍ୟାନଙ୍କୁ ଅନ୍ୟ ମାନସିକତାର ଆବଶ୍ୟକତା ନାହିଁ । ଜଣେ ବ୍ୟାଟ୍ସମ୍ୟାନଙ୍କ କାମ ହେଉଛି ରନ୍ ସ୍କୋର କରିବା, ବୋଲରଙ୍କ କାମ ହେଉଛି ୱିକେଟ୍ ନେବା । ସେହି ରନ୍ ସ୍କୋରିଂ କରିବା ଆବଶ୍ୟକ ଯାହା ଆପଣଙ୍କ ଦଳକୁ ଜିତାଇଥାଏ, ରନ୍ ତାହା ନୁହେଁ ଯେ ଯାହା କେବଳ ଆପଣଙ୍କ ରେକର୍ଡକୁ ଯାଏ । ୫୦ କିମ୍ବା ୧୦୦ କରନ୍ତୁ । ଆପଣ ୪୦ କିମ୍ବା ୩୦ ରନ ସ୍କୋର କରନ୍ତୁ । କିନ୍ତୁ ସେହି ପ୍ରଭାବ ସହିତ ଆପଣଙ୍କ ଦଳ ୧୭୦/୧୮୦ରେ ପହଞ୍ଚିପାରେ । ଯଦି ଆପଣ ଲକ୍ଷ୍ୟକୁ ପିଛା କରୁଛନ୍ତି, ତେବେ ଏପରି ରନ୍ କରନ୍ତୁ ଯାହା ଲୋୟର ମିଡିଲ କ୍ରମ ଉପରୁ ଚାପ ହଟି ଯିବ ।" ସେ ଆଗକୁ କହିଛନ୍ତି ଯେ, "ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଆପଣ ଏହିପରି ସମସ୍ତ ଟୁର୍ଣ୍ଣାମେଣ୍ଟକୁ ଯାଆନ୍ତି, ସେତେବେଳେ ବ୍ୟକ୍ତିଗତ ରେକର୍ଡଗୁଡିକ ଘରେ ରଖିବା ଉଚିତ୍ । ଯଦି ଆପଣ ଅଷ୍ଟ୍ରେଲିଆ ଯାଉଛନ୍ତି ତେବେ ଆପଣ ଭାରତ ବିଷୟରେ ଚିନ୍ତା କରିବା ଉଚିତ । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ରେକର୍ଡର କୌଣସି ମୂଲ୍ୟ ନାହିଁ । ବିଶ୍ୱକପ ଜିତିବାର ମୂଲ୍ୟ ଅଛି । ଯଦି ଦଳ ଜିତେ, ତେବେ ଏହା ଆପଣଙ୍କର ଅମାନତ । ଆପଣ ୫୦୦ ରନ୍ କରିବେ ଓ ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ, ତେବେ ସେହି ରନ୍ କେବଳ ଆପଣଙ୍କର ରେକର୍ଡରେ ଆସେ, ବାକି ସମାଲୋଚନା ଯେତେବେଳେ ପୂରା ଦଳର ହୋଇଥାଏ ।"

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା

ଅଧିକ ପଢ଼ନ୍ତୁ:-ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ୍ ଉପହାର! ମହଙ୍ଗା ଭତ୍ତା ପରେ ଏବେ ଟ୍ରାଭେଲ ଭତ୍ତାରେ ବି ବୃଦ୍ଧି, ଖାତାକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଭଗତ ସିଂଙ୍କ ସମ୍ପର୍କୀୟ, କହିଲେ-ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ହେଉଛି ତୁଳନା?

 

ସୂଚନାଯୋଗ୍ୟ, ବିରାଟ କୋହଲି ୨୦୦୮ ମସିହାରୁ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୦୨ ଟେଷ୍ଟ ମ୍ୟାଚ୍, ୨୬୨ଟି ଏକ ଦିବସୀୟ ମ୍ୟାଚ୍ ଏବଂ ୧୦୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ୧୦୨ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ୪୯.୫୩ ଏଭେରେଜରେ ୮,୦୭୪ ରନ୍ ସଂଗ୍ରହ କରିଛନ୍ତି । ସେ ୫୭.୬୮ ଏଭେରେଜରେ ୨୬୨ ଏକ ଦିବସୀୟ ମ୍ୟାଚରେ ୧୨,୩୪୪ ରନ୍ କରିଛନ୍ତି । ଏଥି ସହିତ ୧୦୯ଟି ଟି-20 ମ୍ୟାଚରେ ବିରାଟ କୋହଲି ୫୦.୮୫ ଏଭେରେଜରେ ୩,୭୧୨ ରନ୍ ସ୍କୋର କରିଛନ୍ତି ।