IND vs PAK: ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍
Advertisement
Article Detail0/zeeodisha/odisha1409598

IND vs PAK: ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍

IND vs PAK: ରବିବାର ମେଲବୋର୍ଣ୍ଣରେ ଖେଳାଯାଇଥିବା ସୁପର-12 ରାଉଣ୍ଡର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ପରାଜୟ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ କହିଛନ୍ତି ଯେ, ସେ କାହିଁକି ବାମହାତୀ ସ୍ପିନର ମହମ୍ମଦ ନୱାଜ (Mohammad Nawaz) ଙ୍କୁ ଶେଷ ଓଭର ଦେଇଥିଲେ । 

IND vs PAK: ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍

India vs Pakistan, T20 World Cup 2022: ଟି-20 ବିଶ୍ୱକପ ୨୦୨୨ରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ (Team India) । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ନିଜର ପ୍ରଥମ ମ୍ୟାଚ (IND vs PAK) ରେ ପାକିସ୍ତାନକୁ ପରାସ୍ତ କରିଛି । ରବିବାର ମେଲବୋର୍ଣ୍ଣରେ ଖେଳାଯାଇଥିବା ସୁପର-12 ରାଉଣ୍ଡର ପ୍ରଥମ ମ୍ୟାଚ (India vs Pakistan) ରେ ଟିମ୍ ଇଣ୍ଡିଆ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ପରାଜୟ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ (Babar Azam) କହିଛନ୍ତି ଯେ, ସେ କାହିଁକି ବାମହାତୀ ସ୍ପିନର ମହମ୍ମଦ ନୱାଜ (Mohammad Nawaz) ଙ୍କୁ ଶେଷ ଓଭର ଦେଇଥିଲେ । ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ଶାନ ମାସୁଦ ୫୨ ରନ କରିଥିବାବେଳେ ଇଫ୍ତିହାର ଅହମ୍ମଦ ୫୧ ରନର ଇନିଂସ ଖେଳିଥିଲେ । 

ସେପଟେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩-୩ଟି ୱିକେଟ୍ ନେଇଥିଲେ । ଭାରତୀୟ ଦଳ ୬ଟି ୱିକେଟ୍ ହରାଇ ଶେଷ ବଲରେ ଲକ୍ଷ୍ୟ ହାସଲ କରିନେଇଥିଲା । ବିରାଟ କୋହଲି (virat Kohli) ଅପରାଜିତ ୮୨ ରନ୍ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନର ଇନିଂସ ଖେଳିଥିଲେ । ପାକିସ୍ତାନ ତରଫରୁ ହାରିସ ରାଉଫ ଓ ମହମ୍ମଦ ନୱାଜ ୨-୨ ୱିକେଟ୍ ନେଇଥିଲେ । ଶେଷ ଓଭରରେ ଜିତିବା ପାଇଁ ଭାରତକୁ ୧୬ ରନର ଆବଶ୍ୟକତା ଥିଲା । କ୍ୟାପଟେନ ବାବର ଆଜମ ବଲକୁ ବାମହାତୀ ସ୍ପିନର ମହମ୍ମଦ ନୱାଜଙ୍କୁ ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ଆଉଟ୍ ହୋଇଥିଲେ, ଓଭରରେ ଗୋଟିଏ ନ ବଲ୍ ଥିଲା, ଯେଉଁଥିରେ ବିରାଟ କୋହଲି ଏକ ଲମ୍ବା ଛକା ମାରିଥିଲେ । ଶେଷ ବଲରେ ଆର୍ ଅଶ୍ୱିନଙ୍କ ସିଙ୍ଗଲ ସହ ଭାରତୀୟ ଦଳ ମ୍ୟାଚ୍ ଜିତି ନେଇଥିଲା । 

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ'ଣ ହୋଇଥାଏ ସୂତକ

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗ ପରେ ଦାନ କରିବା ଅତ୍ୟନ୍ତ ଲାଭକାରୀ, ଜାଣନ୍ତୁ ରାଶି ଅନୁଯାୟୀ ପୂଣ୍ୟ ଫଳ

ଅଧିକ ପଢ଼ନ୍ତୁ:-ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

 

ପରାଜୟ ପରେ ବାବର ଆଜାମ କହିଛନ୍ତି ଯେ, "ଯେତେବେଳେ କୋହଲି ଓ ପାଣ୍ଡ୍ୟା ପାର୍ଟନରଶିପ୍ କରୁଥିଲେ, ଆମେ ୱିକେଟ୍ ଖୋଜୁଥିଲୁ । ଏପରି ପରିସ୍ଥିତିରେ ଚାପ ସୃଷ୍ଟି କରିବା ପାଇଁ ମୁଁ ବଲକୁ ମୋର ମୁଖ୍ୟ ବୋଲରଙ୍କୁ ଦେବାକୁ ଚିନ୍ତା କରିଥିଲି । କିନ୍ତୁ ଆମର ଏହି ରଣନୀତି ଚାଲିଲା ନାହିଁ, ଯେମିତି ଆମେ ଭାବିଥିଲୁ । ନୱାଜ ଏଥିରୁ ଏକ ଶିକ୍ଷା ଗ୍ରହଣ କରିବେ ଓ ପରବର୍ତ୍ତୀ ସମୟରେ ସେ ଏହିପରି ପରିସ୍ଥିତିର ସାମ୍ନା କରୁଥିବେ, ତାଙ୍କୁ ଜଣାଥିବ ଯେ କ'ଣ କରିବାକୁ ହେବ ।"

ଏଠାରେ କହି ରଖୁଛୁ ଯେ, ଏସିଆ କପର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ବାମହାତୀ ସ୍ପିନର ମହମ୍ମଦ ନୱାଜ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପାଭିଲିୟନକୁ ପଠାଇଥିଲେ । ସେତେବେଳେ ଭାରତ ବିଜୟ ହାସଲ କରିଥିଲା ​​କିନ୍ତୁ ୧୪୮ ରନର ଲକ୍ଷ୍ୟ ହାସଲ କରିବାରେ ପାଞ୍ଚଟି ୱିକେଟ୍ ହରାଇଥିଲା । ଏଭଳି ପରିସ୍ଥିତିରେ ନୱାଜଙ୍କଠାରୁ ମଧ୍ୟ ଆଶା କରାଯାଇଥିଲା । ତେବେ ଏଥର ବିରାଟ ଏକ ଭିନ୍ନ ଶୈଳୀରେ ଥିଲେ । ସେ ନୱାଜଙ୍କ ବଲରେ ଏକ ଚମତ୍କାର ଛକା ମାରି ଭାରତକୁ ଜିତିବା ମୁହଁରେ ନେଇଯାଇଥିଲେ ।