Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା
Advertisement
Article Detail0/zeeodisha/odisha1409174

Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

Babar Azam IND vs PAK T20 World Cup 2022: ଟି-20 ବିଶ୍ୱକପ 2022ର ଭାରତ ଓ ପାକିସ୍ତାନର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ ରଖିଥିଲା । ଯାହାର ଜବାବରେ ବିରାଟ କୋହଲିଙ୍କ ଅପରାଜିତ ଦମଦାର ଇନିଂସ ଦମରେ ଟିମ୍ ଇଣ୍ଡିଆ ଶେଷ ବଲରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । 

Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

Babar Azam IND vs PAK T20 World Cup 2022: ଟି-20 ବିଶ୍ୱକପ 2022 (T20 World Cup 2022) ର ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ (Pakistan) କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ମହାମୁକାବିଲାରେ ଭାରତ (Team India) ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଡ୍ରେସିଂ ରୁମରେ ଜୋରଦାର ସ୍ପିଚ୍ ଦେଇଛନ୍ତି । ଏହି ମୁହୂର୍ତ୍ତର ଭିଡିଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି । ଏହି ସମୟରେ ବାବରଙ୍କ ସହ ଦଳର ମେଣ୍ଟୋର ମାଥ୍ୟୁ ହେଟନ୍ ମଧ୍ୟ ପାକିସ୍ତାନୀ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ ରଖିଥିଲା । ଯାହାର ଜବାବରେ ବିରାଟ କୋହଲି (Virat Kohli) ଙ୍କ ଅପରାଜିତ ଦମଦାର ଇନିଂସ ଦମରେ ଟିମ୍ ଇଣ୍ଡିଆ ଶେଷ ବଲରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । କୋହଲି ୫୩ ବଲରେ ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ସେୟାର କରିଥିବା ଭିଡିଓରେ ବାବର ଆଜମ (Babar Azam) କହୁଛନ୍ତି ଯେ, "ଭାଇମାନେ ବହୁତ ଭଲ ମ୍ୟାଚ୍ ହୋଇଛି, ଆମେ ପ୍ରୟାସ କରିଛୁ । ପ୍ରତ୍ୟେକ ଥର ମୁଁ କହୁଛି ଯେ ଆମେ ଚେଷ୍ଟା କରିଛୁ । ଆମେ କିଛି ଭୁଲ୍ କରିଛୁ, ଆମକୁ ସେଥିରୁ ଶିଖିବାକୁ ପଡ଼ିବ । ଆମକୁ ଏବେ ତଳକୁ ଖସିବାର ନାହିଁ କାରଣ ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଆରମ୍ଭ ହୋଇଛି, ବହୁତ ମ୍ୟାଚ୍ ବାକି ଅଛି, ଗିରେ କୋଇ ନା ।"

ସେ ଆଗକୁ କହିଛନ୍ତି ଯେ, "ମୁଁ ଏହା କହିବି କୌଣସି ଜଣେ ଖେଳାଳିଙ୍କ ଯୋଗୁଁ ଆମେ ହାରି ନାହୁଁ, ଆମେ ସମସ୍ତେ ହାରିଛୁ । କିଏ ବି କାହା ଉପରେ ଅଙ୍ଗୁଳି ନ ଉଠାଉ ଯେ ସେ ପରାସ୍ତ କରାଇଛନ୍ତି, ସେ ହରାଇଛନ୍ତି କିମ୍ବା ମୁଁ ହରାଇଛି... ଏହା ନ ଘଟୁ ... ଏହା ଏହି ଦଳରେ ହେବ ନାହିଁ ... ଆମେ ଏକ ଦଳ ଭାବରେ ହାରିଛୁ ଓ ଏକ ଦଳ ଭାବରେ ଜିତିବୁ .. ଆମକୁ ଏକାଠି ହିଁ ରହିବାର ଅଛି ମନେ ରଖି । ଆମେ ଅନେକ ଭଲ ପ୍ରଦର୍ଶନ ମଧ୍ୟ ଦେଇଛୁ, ତାହାକୁ ମଧ୍ୟ ଦେଖ .. ବାକି ଆମକୁ ଛୋଟ ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ଓ ଏକ ଦଳ ଭାବରେ କାମ କରିବାକୁ ପଡ଼ିବ ।"

ଅଧିକ ପଢ଼ନ୍ତୁ:-ପାକିସ୍ତାନର ପରାଜୟ ପରେ ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ଶୋଏବ ଅଖତର, ଭାରତୀୟ ଫ୍ୟାନ୍ସ ଦେଖାଇଲେ ଆଇନା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ଜୋରଦାର ଡ୍ୟାନ୍ସ କଲେ ସୁନୀଲ ଗାଭାସ୍କର-ଇରଫାନ ପଠାନ-ଶ୍ରୀକାନ୍ତ, ଭିଡିଓ ଭାଇରାଲ

ଅଧିକ ପଢ଼ନ୍ତୁ:-ସାରା ରାଜ୍ୟ ଧୂମଧାମରେ ପାଳୁଛି ଦୀପାବଳୀ, ଜାଣନ୍ତୁ ଦୀପ ପ୍ରଜ୍ୱଳିତ କରିବାର ଶୁଭ ମୁହୂର୍ତ୍ତ

ପାକିସ୍ତାନ ଅଧିନାୟକ ଆହୁରି କହିଛନ୍ତି ଯେ, "ବିଶେଷ କରି ନୱାଜ କୌଣସି ପ୍ରସଙ୍ଗ ନୁହେଁ .. ତୁ ହେଉଛୁ ମୋର ମ୍ୟାଚ୍ ୱିନର୍ ଓ ମୋତେ ସର୍ବଦା ତୋ ଉପରେ ଭରସା ରହିବ ଯାହା ପରିସ୍ଥିତି ହେଉନା କାହିଁକି ... ତୁମ ତଳକୁ ନୁଆଁଇବାର ନାହିଁ ତୁ ମୋତେ ମ୍ୟାଚ୍ ଜିତାଇବୁ । ବହୁତ ଭଲ ପ୍ରୟାସ କରୁଛି.. ପ୍ରେସରର ଓଭର ଥିଲା, କିନ୍ତୁ ତୁ ଏତେ ନିକଟତର ନେଇଯାଇଥିଲୁ ମ୍ୟାଚକୁ, ତାହା ଚମତ୍କାର ଥିଲା । ବିଷୟ ଏଠାରେ ଛାଡ଼ି ଯାଅ, ଏକ ଦଳ ଭାବରେ ବହୁତ ଭଲ ଖେଳିଛୁ । ଆମକୁ ତାହା ଜାରି ରଖିବାକୁ ହେବ । ଆପଣଙ୍କୁ ସଫଳତା ମିଳୁ ।"