IND vs SL Virat Kohli: ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ
Advertisement
Article Detail0/zeeodisha/odisha1522927

IND vs SL Virat Kohli: ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

Virat Kohli: ବିରାଟ କୋହଲି ଗୁଆହାଟୀରେ ଖେଳାଯାଉଥିବା ଏହି ଦିନିକିଆ ମ୍ୟାଚରେ ନିଜର ODI କ୍ୟାରିୟରର ୪୫ ତମ ଶତକ ଲଗାଇଛନ୍ତି । ଏହି ସମୟରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡର ବରାବରି କରିଥିବାବେଳେ ଏକ ରେକର୍ଡ ଭାଙ୍ଗିଛନ୍ତି । ନଭେମ୍ବର ୨୦୧୯ ଠାରୁ ଘରୋଇ ମଇଦାନରେ ବିରାଟ କୋହଲିଙ୍କ ଏହା ପ୍ରଥମ ଶତକ । ଏହା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୩ ତମ ଶତକ ।

IND vs SL Virat Kohli: ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

India vs Sri Lanka 1st ODI, Virat Kohli Hit Century: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs SL ODI Series) ର ପ୍ରଥମ ମ୍ୟାଚ (India vs Sri Lanka 1st ODI Match) ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୦ରେ ଗୁଆହାଟୀରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳ (Indian Cricket Team) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଏକ ଚମତ୍କାର ଶତକ ହାସଲ କରିଛନ୍ତି । ବିରାଟ କୋହଲି ଗୁଆହାଟୀରେ ଖେଳାଯାଉଥିବା ଏହି ଦିନିକିଆ ମ୍ୟାଚରେ ନିଜର ODI କ୍ୟାରିୟରର ୪୫ ତମ ଶତକ ଲଗାଇଛନ୍ତି (Virat Kohli Hit Century) । ଏହି ସମୟରେ ବିରାଟ କୋହଲି ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ଏକ ରେକର୍ଡର ବରାବରି କରିଥିବାବେଳେ ଏକ ରେକର୍ଡ ଭାଙ୍ଗିଛନ୍ତି । ନଭେମ୍ବର ୨୦୧୯ ଠାରୁ ଘରୋଇ ମଇଦାନରେ ବିରାଟ କୋହଲିଙ୍କ ଏହା ପ୍ରଥମ ଶତକ । ଏହା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୩ ତମ ଶତକ ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ବିରାଟ କୋହଲିଙ୍କ ଏହା ନବମ ଶତକ । ଏହି ପ୍ରସଙ୍ଗରେ ସେ ସଚିନ ତେନ୍ଦୁଲକରଙ୍କୁ (୮ ଶତକ) ପଛକୁ ପକାଇଛନ୍ତି । ତେବେ ଗୋଟିଏ ଦଳ ବିପକ୍ଷରେ ODI ରେ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି । ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ ଲଗାଇଛନ୍ତି । ଏଥି ସହିତ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନଅ ଶତକ ଲଗାଇଛନ୍ତି ।

ଏହା ବ୍ୟତୀତ ବିରାଟ କୋହଲି ଘରୋଇ ଗ୍ରାଉଣ୍ଡରେ ୨୦ ତମ ଶତକ ହାସଲ କରିଛନ୍ତି । ଫଳରେ ସର୍ବାଧିକ ଶତକ ଲଗାଇ ଦୃଷ୍ଟିରୁ ସେ ସଚିନ ତେନ୍ଦୁଲକରଙ୍କ ବରାବର କରିନେଇଛନ୍ତି । ନିଜର ୪୯ ଶତକରୁ ୨୦ଟି ଶତକ ସଚିନ ତେନ୍ଦୁଲକର ଭାରତରେ ଲଗାଇଛନ୍ତି । ଏଥି ସହିତ ୨୯ ଥର ସେ ବିଦେଶୀ ଗ୍ରାଉଣ୍ଡରେ ଶତକୀୟ ଇନିଂସ ଖେଳିଛନ୍ତି । ଅନ୍ୟପଟେ ବିରାଟ କୋହଲି ଭାରତରେ ୨୦ ଶତକ ଓ ବିଦେଶରେ ୨୫ ଶତକ ଲଗାଇଛନ୍ତି ।

ଅଧିକ ପଢ଼ନ୍ତୁ:-ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କଲା RBI, ତୁରନ୍ତ ଚେକ୍ କରନ୍ତୁ ନୂଆ ଗାଇଡଲାଇନ୍

ଅଧିକ ପଢ଼ନ୍ତୁ:-କିଏ ସେ ନିମ୍ କରୋଲି ବାବା, ଯାହାଙ୍କ ଭକ୍ତ ପିଏମ ମୋଦିଙ୍କଠୁ ଆରମ୍ଭ କରି ବିରାଟ କୋହଲି-ମାର୍କ ଜୁକରବର୍ଗଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି!

ଅଧିକ ପଢ଼ନ୍ତୁ:-ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୮ ମୃତ

ବିରାଟ କୋହଲି ତାଙ୍କ ODI କ୍ୟାରିୟରରେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ଏହି ଇନିଂସରେ ଏପରି କରିଛନ୍ତି । ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ୨୨୬୧ ରନ୍ କରିଥିଲେ । ବିରାଟ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୮୩ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪୦୩ ରନ କରିଛନ୍ତି ।

୨୦୧୯ ଶେଷରୁ ୨୦୨୨ ମଧ୍ୟଭାଗ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଥିଲା । ଏହି ସମୟରେ ତାଙ୍କ ବ୍ୟାଟରୁ ରନ୍ ତ ବାହାରୁ ଥିଲା, କିନ୍ତୁ ସେ କୌଣସି ଫର୍ମାଟରେ ଶତକ ହାସଲ କରିପାରି ନଥିଲେ । ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରି ସେ ଏହି ମରୁଡ଼ିକୁ ସମାପ୍ତ କରିଥିଲେ । ଏହା ପରେ ତାଙ୍କ ବ୍ୟାଟରୁ ଟି-20 ବିଶ୍ୱକପରେ ଅନେକ ରନ ବର୍ଷା ହୋଇଥିଲା । ଏହା ପରେ ସେ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ODI ରେ ଶତକ ହାସଲ କରିଛନ୍ତି ।