Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ
Advertisement
Article Detail0/zeeodisha/odisha2224951

Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ

Anant Radhika Pre Wedding: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଦ୍ୱିତୀୟ ପ୍ରି-ୱିଡିଂ କାର୍ଯ୍ୟକ୍ରମ ଖୁବ ଶୀଘ୍ର ଆୟୋଜିତ ହେବାକୁ ଯାଉଛି ।

Anant Radhika Pre Wedding: ଅନନ୍ତ-ରାଧିକାଙ୍କର ହେବ ଦ୍ୱିତୀୟ ପ୍ରି ୱିଡିଂ ସେଲିବ୍ରେଶନ

Anant Radhika Pre Wedding: ଦେଶର ଅଗ୍ରଣୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । କାରଣ ଅନନ୍ତଙ୍କର ଦ୍ୱିତୀୟ ପ୍ରି-ୱିଡିଂ ଉତ୍ସବ ୨୮ ରୁ ୩୦ ମଇ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ସମୁଦ୍ରରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜରେ ଅନନ୍ତ ଅମ୍ବାନୀଙ୍କର ଦ୍ୱିତୀୟ ପ୍ରି ୱିଡିଂ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଅନନ୍ତ ଏବଂ ରାଧିକା ଜୁଲାଇ ୧୨ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହେବେ ।

କେଉଁମାନେ ଯୋଗ ଦେବେ?
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଦ୍ୱିତୀୟ ପ୍ରି-ୱିଡିଂ କାର୍ଯ୍ୟକ୍ରମ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ହେବ ବୋଲି କୁହାଯାଉଛି । କେବଳ ଅମ୍ବାନୀ ପରିବାର ସହିତ ଜଡିତ ସ୍ପେଶାଲ ଗେଷ୍ଟ୍ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ । ଏହି ପ୍ରି ୱିଡିଂ ଉତ୍ସବରେ ସଲମାନ ଖାନ, ଶାହାରୁଖ ଖାନ ଏବଂ ଆମୀର ଖାନ ଯୋଗ ଦେବେ ବୋଲି କୁହାଯାଇଛି । ଏହା ବ୍ୟତୀତ କପୁର ପରିବାରର ଆଲିଆ ଭଟ୍ଟ ମଧ୍ୟ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଆପଣଙ୍କୁ କହିରଖୁଛୁ ଯେ, ଆକାଶ ଅମ୍ବାନୀଙ୍କର ଜଣେ ଭଲ ସାଙ୍ଗ ହେଉଛନ୍ତି ରଣବୀର କପୁର । ଏଥିସହ ବଚ୍ଚନ ପରିବାର ସଦସ୍ୟ ମଧ୍ୟ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି ବୋଲି ଜଣାପଡିଛି ।

ଦକ୍ଷିଣ ଫ୍ରାନ୍ସ ରେ ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳ ରହିଛି । ଏହାର ଅପାର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ନୀଳ ସମୁଦ୍ର ପାଇଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ କ୍ରୁଜରେ ପାର୍ଟି କରିବାକୁ ଏହି ସ୍ଥାନକୁ ଆସିଥାନ୍ତି ।

ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରଥମ ପ୍ରି ୱିଡିଂ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ ଏବଂ ଆନନ୍ଦ ମହିନ୍ଦ୍ରାଙ୍କ ପରି ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ । ମାର୍ଚ୍ଚ ୧ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥିଲା । ଅମ୍ବାନୀ ପରିବାର ସମୁଦାୟ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରି ଅନନ୍ତ-ରାଧିକାଙ୍କ ପ୍ରି ୱିଡିଂ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବଲିଉଡ ତାରକା ମଧ୍ୟ ଯୋଗ ଦେଇଥିଲେ । ଏହି ଉତ୍ସବରେ ଆନ୍ତର୍ଜାତୀୟ ତାରକା ରିହାନା ଏବଂ ଆକୋନ୍ ଖୁବ ଭଲ ପ୍ରଦର୍ଶନ କରିଥିଲେ । ତେବେ ଦ୍ୱିତୀୟ ପ୍ରି ୱିଡିଂ ମଧ୍ୟ ଆହୁରି ଧମାକାଦାର ହେବ ବୋଲି କୁହାଯାଉଛି ।

Also Read- Rashifal 28 April 2024: ରବିବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ

Also Read- Election 2024: ସାଲେପୁରରୁ ଲଢିବେ ଅରିନ୍ଦମ, ୮ ବିଧାନସଭା ଆସନ ପ୍ରାର୍ଥୀ ଘୋଷଣା କଲା BJP