IPL 2022 Final : ୨୦୧୬ରୁ Prize Money ଅପରିବର୍ତ୍ତିତ, ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା?
Advertisement
Article Detail0/zeeodisha/odisha1201549

IPL 2022 Final : ୨୦୧୬ରୁ Prize Money ଅପରିବର୍ତ୍ତିତ, ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା?

ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗର ୧୫ତମ ସଂସ୍କରଣରେ ଅନେକ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ନୂତନ ଖେଳାଳି ମଧ୍ୟ ଉଭା ହୋଇଥିଲେ ଏବଂ ସେମାନଙ୍କ ଜୀବନ ବଦଳାଇଲେ। ଆଇପିଏଲରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ନେଇ ଲିଗ୍ ସର୍ବଦା ଆଲୋଚନାରେ ଥାଏ। 

ସୌ- ସୋସିଆଲ ମିଡିଆ

IPL 2022 ଶେଷ ହୋଇଛି। ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ  ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା। ୨୯ ମେ'ର ଟାଇଟଲ ଲଢେଇରେ ଗୁଜରାଟ ରାଜସ୍ଥାନକୁ ସାତ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଚାମ୍ପିୟନ ଦଳ ଗୁଜରାଟ ଏବଂ ରନର୍ସଅପ୍ ରାଜସ୍ଥାନକୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହା ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା କାହାକୁ କେତେ ଟଙ୍କା ଦିଆଯାଇଛି।

ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗର ୧୫ତମ ସଂସ୍କରଣରେ ଅନେକ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ନୂତନ ଖେଳାଳି ମଧ୍ୟ ଉଭା ହୋଇଥିଲେ ଏବଂ ସେମାନଙ୍କ ଜୀବନ ବଦଳାଇଲେ। ଆଇପିଏଲରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣକୁ ନେଇ ଲିଗ୍ ସର୍ବଦା ଆଲୋଚନାରେ ଥାଏ। ଦଳଗୁଡିକ ଗ୍ରହଣ କରିଥିବା ପୁରସ୍କାର ରାଶି ବ୍ୟତୀତ ଆହୁରି ଅନେକ ପୁରସ୍କାର ମଧ୍ୟ ଦିଆଯାଏ। ଏଥିମଧ୍ୟରେ ଅରେଞ୍ଜ କ୍ୟାପ୍, ପର୍ପଲ କ୍ୟାପ୍, ଫେୟାର ପ୍ଲେ ଆୱାର୍ଡ ଭଳି ପୁରସ୍କାର ଅନ୍ତର୍ଭୁକ୍ତ। ୨୦୧୬ ମସିହାରୁ IPLର ବିଜେତା ଓ ଉପବିଜେତା ଦଳର ପୁରସ୍କାର ରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଆଇପିଏଲ ଜିତିଥିବା ଚାମ୍ପିଅନ ଓ ରନର୍ସ ଟିମର ପୁରସ୍କାର ରାଶି ସମାନ ରଖାଯାଇଛି।

Also Read: IPL 2022 Final : ଡେବ୍ୟୁ ସିଜିନରେ ଇତିହାସ ରଚିଲା Gujarat Titans, ତୃତୀୟ ଥର Rajasthan Royalsକୁ ହରାଇ ବନିଲା ଚାମ୍ପିଅନ୍

ବିଜେତା:  ୨୦ କୋଟି ଟଙ୍କା (ଗୁଜୁରାଟ ଟାଇଟନ୍ସ)
ଉପ ବିଜେତା: ୧୨.୫ କୋଟି ଟଙ୍କା (ରାଜସ୍ଥାନ ରୟାଲ୍ସ )

ସିଜିନ୍ ପାଇଁ:-

  • ପର୍ପଲ କ୍ୟାପ୍: ୧୦ ଲକ୍ଷ ଟଙ୍କା (ୟୁଜବେନ୍ଦ୍ର ଚହଲ)
  • ଅରେଞ୍ଜ କ୍ୟାପ୍: ୧୦ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ସୁପର ଷ୍ଟ୍ରାଇକ: ଟାଟା ପଞ୍ଚ କାର୍ (ଦୀନେଶ କାର୍ତ୍ତିକ)
  • କ୍ରାକ୍ ଇଟ୍ ସିକ୍ସେସ୍: ୧୦ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ମୋଷ୍ଟ ଭ୍ୟାଲୁଏବଲ ପ୍ଲେୟାର: ୧୦ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ଗେମ୍ ଚେଞ୍ଜର: ୧୦ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ଇମର୍ଜିଂ ପ୍ଲେୟାର: ୧୦ ଲକ୍ଷ ଟଙ୍କା (ଉମ୍ରାନ ମଲିକ)
  • ଫାଷ୍ଟ ଡେଲିଭରୀ: ୧୦ ଲକ୍ଷ ଟଙ୍କା (ଲୋକୀ ଫର୍ଗୁସନ୍)
  • ଅନ ଦ ଗୋ ୪ଏସ୍: ୧୦ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ଫେୟାର ପ୍ଲେ ଆୱାର୍ଡ: ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ
  • କ୍ୟାଚ୍: ୧୦ ଲକ୍ଷ ଟଙ୍କା (ଇଭିନ୍ ଲୁଇସ୍)

Also Read: ସୁରକ୍ଷା ନା ସଫେଇ? ଆଧାରକୁ ନେଇ ଅନ୍ଧାରରେ ସରକାର, ଦୁଇ ଦିନ ପରେ ଆଡଭାଇଜରୀ ପ୍ରତ୍ୟାହୃତ

ଫାଇନାଲ ମ୍ୟାଚ ପାଇଁ:-

  • ଗେମଚେଞ୍ଜର: ଏକ ଲକ୍ଷ ଟଙ୍କା (ହାର୍ଦ୍ଦିକ ପାଣ୍ଡ୍ୟା)
  • ସିକ୍ସର୍:  ଏକ ଲକ୍ଷ ଟଙ୍କା (ଯଶସ୍ୱୀ ଜୈସୱାଲ)
  • ପାୱାର୍ ପ୍ଲେୟାର୍:  ଏକ ଲକ୍ଷ ଟଙ୍କା (ଟ୍ରେଣ୍ଟ୍ ବୋଲ୍ଟ)
  • ଭ୍ୟାଲୁବଲ ଆସେଟ୍:  ଏକ ଲକ୍ଷ ଟଙ୍କା (ହାର୍ଦ୍ଦିକ ପାଣ୍ଡ୍ୟା)
  • ଫାଷ୍ଟ ଡେଲିଭରୀ:  ଏକ ଲକ୍ଷ ଟଙ୍କା (ଲକି ଫର୍ଗୁସନ୍)
  • 4s:  ଏକ ଲକ୍ଷ ଟଙ୍କା (ଜୋସ୍ ବଟଲର୍)
  • ପ୍ଲେୟାର ଅଫ୍ ଦି ମ୍ୟାଚ୍:  ପାଞ୍ଚ ଲକ୍ଷ ଟଙ୍କା (ହାର୍ଦ୍ଦିକ ପାଣ୍ଡ୍ୟା)