ସୁରକ୍ଷା ନା ସଫେଇ? ଆଧାରକୁ ନେଇ ଅନ୍ଧାରରେ ସରକାର, ଦୁଇ ଦିନ ପରେ ଆଡଭାଇଜରୀ ପ୍ରତ୍ୟାହୃତ
Advertisement
Article Detail0/zeeodisha/odisha1201214

ସୁରକ୍ଷା ନା ସଫେଇ? ଆଧାରକୁ ନେଇ ଅନ୍ଧାରରେ ସରକାର, ଦୁଇ ଦିନ ପରେ ଆଡଭାଇଜରୀ ପ୍ରତ୍ୟାହୃତ

କେନ୍ଦ୍ର ସରକାର ଶୁକ୍ରବାର ଜାରି ହୋଇଥିବା ଅଡଭାଇଜରୀକୁ ତୁରନ୍ତ ପ୍ରଭାବରେ ପ୍ରତ୍ୟାହାର କରି ନେଇଛନ୍ତି। ପୂର୍ବ ଆଡଭାଇଜରୀରେ ନାଗରିକମାନଙ୍କୁ ସେମାନଙ୍କର ଆଧାର କାର୍ଡର ଫଟୋକପି କୌଣସି ସଂସ୍ଥା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଧାର କାର୍ଡର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଅନ୍ଧାରରେ ଅଛନ୍ତି। ଦୁଇ ଦିନ ତଳେ ଜାରି ହୋଇଥିବା ଆଡଭାଇଜରୀକୁ ରବିବାର ତୁରନ୍ତ ପ୍ରଭାବରେ ପ୍ରତ୍ୟାହାର କରିଛନ୍ତି। ତେବେ ଏହା ନିଜ ବିଭାଗକୁ ନିନ୍ଦା, ଅପବାଦରୁ ବଞ୍ଚାଇବାର ଏକ ପ୍ରୟାସ, ସଫେଇ ନା ସରକାରୀ କଳର ତ୍ରୁଟି ସୁଧାରିବା ମାଧ୍ୟମ, ତାହାକୁ ନେଇ ଜନସାଧାରଣଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

କେନ୍ଦ୍ର ସରକାର ଶୁକ୍ରବାର ଜାରି ହୋଇଥିବା ଅଡଭାଇଜରୀକୁ ତୁରନ୍ତ ପ୍ରଭାବରେ ପ୍ରତ୍ୟାହାର କରି ନେଇଛନ୍ତି। ପୂର୍ବ ଆଡଭାଇଜରୀରେ ନାଗରିକମାନଙ୍କୁ ସେମାନଙ୍କର ଆଧାର କାର୍ଡର ଫଟୋକପି କୌଣସି ସଂସ୍ଥା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। ରବିବାର ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହାର ଭୁଲ ବ୍ୟାଖ୍ୟା ହେବାର ସମ୍ଭାବନା ଅଛି। UIDAI ଆଧାର କାର୍ଡଧାରୀମାନଙ୍କୁ କେବଳ ଆଧାର ନମ୍ବର ବ୍ୟବହାର ଏବଂ ବାଣ୍ଟିବାରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

Also Read: ମେ' ୨୯ : ପ୍ୟାରୀ-ନବୀନ-ପାଣ୍ଡିଆନ, ମିଡ୍ ନାଇଟ୍ ଅପରେସନରୁ ହାପି ବାର୍ଥ ଡେ

ସରକାରୀ ବିବୃତ୍ତିରେ କୁହାଯାଇଛି, "Aadhaar Identity Authentication ecosystem ଆଧାରଧାରୀଙ୍କ ପରିଚୟ ଏବଂ ଗୋପନୀୟତା ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବୈଶିଷ୍ଟ୍ୟ ପ୍ରଦାନ କରିଛି।" ମେ ୨୭ରେ ଜାରି କରାଯାଇଥିବା ପୂର୍ବ ବିଜ୍ଞପ୍ତିରେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନାଗରିକମାନଙ୍କୁ ସେମାନଙ୍କର ଆଧାର କାର୍ଡର ଫଟୋକପି କୌଣସି ସଂସ୍ଥା ସହିତ ସେୟାର କିମ୍ବା ବଣ୍ଟନ ନକରିବାକୁ ଚେତାବନୀ ଦେଇଛି, କାରଣ ଏହାର ଅପବ୍ୟବହାର ହୋଇପାରିବ।

ପୂର୍ବ ପ୍ରେସରିଲିଜରେରେ ନାଗରିକମାନଙ୍କୁ ଏକ ମାସ୍କେଡ୍ ଆଧାର ବ୍ୟବହାର କରିବାକୁ କୁହାଯାଇଛି, ଯାହାକି ଆଧାର ନମ୍ବରର ଶେଷ ଚାରଟି  ଅଙ୍କ ଦେଖାଯିବ। UIDAIର ଅଫିସିଆଲ୍ ୱେବସାଇଟ୍ https://myaadhaar.uidai.gov.inରୁ ତାହା ସହଜରେ ଡାଉନଲୋଡ୍ ହୋଇପାରିବ। ଯେକୌଣସି ଆଧାର ନମ୍ବରକୁ https://myaadhaar.uidai.gov.in/verifyAadhaar ରେ ଯାଞ୍ଚ କରାଯାଇପାରିବ। ନାଗରିକମାନେ ସେମାନଙ୍କର ଇ-ଆଧାର ଡାଉନଲୋଡ୍ କରିବା ପାଇଁ ଇଣ୍ଟରନେଟ୍ କାଫେ କିମ୍ବା କିଓସ୍କରେ ସର୍ବସାଧାରଣ କମ୍ପ୍ୟୁଟର ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦେଇଛି। ଯଦିଓ ସେପରି କିଛି ଘଟେ ତେବେ, ଇ-ଆଧାରର ସମସ୍ତ ଡାଉନଲୋଡ୍ ହୋଇଥିବା କପିଗୁଡ଼ିକୁ ସେହି କମ୍ପ୍ୟୁଟରରୁ ଡିଲିଟ କରିବାକୁ ନିଶ୍ଚିତ କରିବେ।

Also Read: ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି

"ହୋଟେଲ କିମ୍ବା ସିନେମା ହଲ୍ ପରି ବେସରକାରୀ ସଂସ୍ଥା ଆଧାର କାର୍ଡର କପି ସଂଗ୍ରହ କିମ୍ବା ରଖିବା ପାଇଁ ଅନୁମତିପ୍ରାପ୍ତ ନୁହେଁ। ଏହା ଆଧାର ଅଧିନିୟମ ୨୦୧୬ ଅନୁଯାୟୀ ଏକ ଅପରାଧ ଅଟେ। ଯଦି କୌଣସି ଘରୋଇ ସଂସ୍ଥା ଆପଣଙ୍କ ଆଧାର କାର୍ଡ ଦେଖିବା ପାଇଁ ଦାବି କରେ କିମ୍ବା ଆପଣଙ୍କ ଆଧାର କାର୍ଡର ଫଟୋକପି ଖୋଜେ, ତେବେ ଦୟାକରି ଯାଞ୍ଚ କରନ୍ତୁ ଯେ, ସେମାନଙ୍କର UIDAIରୁ ଏକ ବୈଧ ଉପଭୋକ୍ତା ଲାଇସେନ୍ସ ଅଛି ନା ନାହିଁ। ଯେଉଁମାନେ UIDAIରୁ ଏକ ୟୁଜର୍ ଲାଇସେନ୍ସ ପାଇଛନ୍ତି, କେବଳ ସମାନେ ହି ଜଣେ ବ୍ୟକ୍ତିର ପରିଚୟ ପାଇଁ ଆଧାର ବ୍ୟବହାର କରିପାରିବେ।"

ଶୁକ୍ରବାର ରିଲିଜ ହୋଇଥିବା ଆଡଭାଇଜରୀକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେମାନେ କହିଥିଲେ ଯେ, ପ୍ରାୟ ସମସ୍ତେ କୌଣସି ନା କୌଣସି ପରିସ୍ଥିତିରେ ବେସରକାରୀ ସଂସ୍ଥାକୁ ନିଜର ଆଧାର କାର୍ଡ ଦେଇଥିବେ। ପାନ ଦୋକାନଠୁ ଆରମ୍ଭ କରି ସିମ କାର୍ଡ ବିକ୍ରେତା ସମସ୍ତଙ୍କ ନିକଟରେ ଲୋକଙ୍କ ଆଧାର କାର୍ଡ କପି ଉପଲବ୍ଧ। ଏଭଳି ସ୍ଥିତିରେ ଲୋକେ କିଭଳି ଏବେ ନିଜ ଆଧାର ନମ୍ବରକୁ ସୁରକ୍ଷିତ ରଖିବେ। ନେଳି ଗୁଡ କହୁଣୀକୁ ବୋହି ଗଲା ପରେ ସରକାରଙ୍କୁ ଚେତା ପଶିଛି ବୋଲି କୁହାଯାଉଛି।