IPL 2023 Auction Allah Mohammad: କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ
Advertisement
Article Detail0/zeeodisha/odisha1485256

IPL 2023 Auction Allah Mohammad: କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ

IPL 2023 Auction Allah Mohammad Ghazanfar: ଆଫଗାନିସ୍ତାନର ୧୫ ବର୍ଷୀୟ ଆଲ୍ଲା ମହମ୍ମଦ ଘାଜନଫର ଆଇପିଏଲ ନିଲାମରେ ନିଜ ନାମ ଦେଇଛନ୍ତି । ତାଙ୍କର ବେସ୍ ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଛି । ଯେହେତୁ ତାଙ୍କ ନାମ ସାମ୍ନାକୁ ଆସିଛି । ଏହା ପରେ ସୋସିଆଲ ମିଡିଆରେ ଆଲ୍ଲା ମହମ୍ମଦଙ୍କ ନାମର ଚର୍ଚ୍ଚା ହେଉଛି ।

IPL 2023 Auction Allah Mohammad: କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ

IPL 2023 Auction Allah Mohammad Ghazanfar:  ଫିଫା ବିଶ୍ୱକପ ୨୦୨୨ର ଉତ୍ସାହ ମଧ୍ୟରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଅପଡେଟ୍ ମଧ୍ୟ ଆସିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (Indian Premier League 2023) ପାଇଁ ମିନି ନିଲାମ ଏହି ମାସରେ ଅର୍ଥାତ୍ ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ । ବୁଧବାର ସମସ୍ତ ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିଛ । ଏହି ତାଲିକାରେ ନିଲାମ (IPL 2023 Auction) ରେ ସାମିଲ ନାମ ରହିଛି । ଏଥିରେ ଅନେକ ଆଶ୍ଚର୍ଯ୍ୟଜନକ ନାମ ସାମ୍ନାକୁ ଆସିଛି । ସେହିଭଳି ଗୋଟିଏ ନାମ ଅଛି ଯାହା ଉପରେ ସମସ୍ତଙ୍କ ନଜର ପଡ଼ିଛି । ଆଫଗାନିସ୍ତାନର ୧୫ ବର୍ଷୀୟ ଆଲ୍ଲା ମହମ୍ମଦ ଘାଜନଫର (Allah Mohammad Ghazanfar) ଆଇପିଏଲ ନିଲାମ (IPL 2023 Auction) ରେ ନିଜ ନାମ ଦେଇଛନ୍ତି । ତାଙ୍କର ବେସ୍ ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଛି । ଯେହେତୁ ତାଙ୍କ ନାମ ସାମ୍ନାକୁ ଆସିଛି । ଏହା ପରେ ସୋସିଆଲ ମିଡିଆରେ ଆଲ୍ଲା ମହମ୍ମଦଙ୍କ ନାମର ଚର୍ଚ୍ଚା ହେଉଛି । ସମସ୍ତେ ଆଗ୍ରହୀ ଯେ ଏହି ଯୁବ ଖେଳାଳି ଏତେ କମ୍ ବୟସରେ କିପରି ଆଇପିଏଲରେ ଦିଗ୍ଗଜଙ୍କ ସାମ୍ନାରେ କମାଲ ଦେଖାଦେଇବେ ।

୧୫ ବର୍ଷୀୟ ଆଲ୍ଲା ମହମ୍ମଦ (Allah Mohammad) ଙ୍କ ଜନ୍ମ ୧୫ ଜୁଲାଇ ୨୦୦୭ରେ ଆଫଗାନିସ୍ତାନରେ ହୋଇଥିଲା । ଚଳିତ ବର୍ଷ ଆଇପିଏଲ୍ ନିଲାମ (IPL 2023 Auction) ରେ ଅଂଶ ଗ୍ରହଣ କରିଥିବା ଆଲ୍ଲା ମହମ୍ମଦ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ସେ ବିଗ୍ ବ୍ୟାସ୍ ଲିଗରେ ମଧ୍ୟ ତାଙ୍କ ନାମ ଦେଇଥିଲେ କିନ୍ତୁ ତାଙ୍କୁ କେହି କିଣି ନଥିଲେ । ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଆଲ୍ଲା ମହମ୍ମଦ ଜଣେ ଅଫ୍ ସ୍ପିନର, ଯିଏ ତାଙ୍କ ସ୍ପିନ୍ ସହିତ ବିପକ୍ଷ ଦଳକୁ ସଂକଟରେ ପକାଇବା ଉଦ୍ଦେଶ୍ୟରେ ଆଇପିଏଲ (IPL 2023) କୁ ଆସୁଛନ୍ତି । ଆଫଗାନିସ୍ତାନର ଜୁରମାଟ ଅଞ୍ଚଳରୁ ଆସି ଆଲ୍ଲା ମହମ୍ମଦ ଦ୍ରୁତ ବୋଲର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଜଣେ ସ୍ପିନର ହୋଇଛନ୍ତି ।

ଆଲ୍ଲା ମହମ୍ମଦ (Allah Mohammad) କହିଛନ୍ତି ଯେ, ସେ ଟେନିସ୍ ବଲ୍ ସହିତ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ଏହା ପରେ ଯେତେବେଳେ ସେ ସ୍ପିନ୍ ବୋଲିଂ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ଆକ୍ସନରେ ମଧ୍ୟ ସୁଧାର ଆସିଥିଲା । ବର୍ତ୍ତମାନ ସେ ପେସାଦାର କ୍ରିକେଟ୍ ଖେଳୁଛନ୍ତି । ଆଫଗାନିସ୍ତାନର ଏହି ଯୁବ ସ୍ପିନର ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ତାଙ୍କର ହିରୋ ମାନନ୍ତି ।

ଏହା ବି ପଢ଼ନ୍ତୁ:-ବାଂଲାଦେଶୀ ସ୍ପିନରଙ୍କ 'ରହସ୍ୟମୟ ବଲ'ର ଶିକାର ହେଲେ ବିରାଟ କୋହଲି, ଆଉଟ ହେବା ପରେ ହୋଇଗଲେ କନ୍ଫୁଜ୍, ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ:-ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି, ଜାଣନ୍ତୁ କେବେ ଖେଳିବେ ସେ ଶେଷ ମ୍ୟାଚ୍

ଏହା ବି ପଢ଼ନ୍ତୁ:-BCCI ନିଜ ଗୋଡ଼ରେ ମାରିଲା କୁରାଢ଼ୀ! ଡ୍ରପ୍ ହେବାକୁ ଯାଉଥିବା ଏହି ଖେଳାଳିଙ୍କୁ ପୁଣି ଦେଲା ସୁଯୋଗ

 

ଆପଣଙ୍କୁ କହି ରଖୁଛୁ ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ମିନି ନିଲାମ ଏଥର ଡିସେମ୍ବର ୨୩ରେ କୋଚିରେ ଅନୁଷ୍ଠିତ ହେବ । ଏଥର ନିଲାମରେ ମୋଟ ୪୦୫ ଖେଳାଳିଙ୍କ ନାମ ଆକ୍ଶନରେ ଦିଆଯାଇଛି । ସେଥି ମଧ୍ୟରୁ ମୋଟ ୮୭ ଖେଳାଳିଙ୍କୁ ଟିମ୍ ଗୁଡ଼ିକ କିଣିବାକୁ ସକ୍ଷମ ହେବେ । ଆଇପିଏଲର ଦଶଟି ଦଳର ନଜର ବଡ଼ ବଡ଼ ଖେଳାଳିଙ୍କ ନିଜ ପଟେ ଆଣିବା ଉପରେ ରହିଛି ।