Lionel Messi Retirement: ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି, ଜାଣନ୍ତୁ କେବେ ଖେଳିବେ ସେ ଶେଷ ମ୍ୟାଚ୍
Advertisement
Article Detail0/zeeodisha/odisha1484974

Lionel Messi Retirement: ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି, ଜାଣନ୍ତୁ କେବେ ଖେଳିବେ ସେ ଶେଷ ମ୍ୟାଚ୍

Lionel Messi Retirement: ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ କହିଛନ୍ତି ଯେ, ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ମ୍ୟାଚ୍ ହେବ । ୩୫ ବର୍ଷୀୟ ଲିଓନେଲ ମେସିଙ୍କ ଏହା ହେଉଛି ପଞ୍ଚମ ଫିଫା ବିଶ୍ୱକପ୍ ଓ ଏହି କ୍ଷେତ୍ରରେ ସେ ନିଜ ଦେଶବାସୀ ଡିଏଗୋ ମାରାଡୋନା ଏବଂ ଜାଭିୟର୍ ମାସ୍କେରାନୋଙ୍କ ଚାରିଟି ବିଶ୍ୱକପ୍ ଖେଳିବାର ରେକର୍ଡ ଭାଙ୍ଗିଛନ୍ତି । କ୍ରୋଏସିଆ ବିପକ୍ଷ ପ୍ରଥମ ସେମିଫାଇନାଲ ମ୍ୟାଚରେ ଲିଓନେଲ ମେସି ପେନାଲ୍ଟିକୁ ଗୋଲରେ ପରିବର୍ତ୍ତିତ କରି ନିଜ ଦଳକୁ ୧-0ରେ ଆଗୁଆ କରିଥିଲେ ।

Lionel Messi Retirement: ଅବସର ନେବା କଥା ନିଶ୍ଚିତ କଲେ ଲିଓନେଲ ମେସି, ଜାଣନ୍ତୁ କେବେ ଖେଳିବେ ସେ ଶେଷ ମ୍ୟାଚ୍

Lionel Messi Retirement: ସେମିଫାଇନାଲରେ କ୍ରୋଏସିଆ ବିପକ୍ଷରେ ବିଜୟର ମୂଳଦୁଆ ପକାଇଥିବା ଆର୍ଜେଣ୍ଟିନାର ଷ୍ଟାର୍ ଖେଳାଳି ତଥା ଅଧିନାୟକ ଲିଓନେଲ ମେସି (Lionel Messi) ତାଙ୍କ ଅବସର ଘୋଷଣା କରିଛନ୍ତି । ଆର୍ଜେଣ୍ଟିନା ଅଧିନାୟକ (Argentina Captain) ମେସି (Messi) କହିଛନ୍ତି ଯେ, ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍ (FIFA World Cup Final 2022) ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ମ୍ୟାଚ୍ ହେବ । ଲିଓନେଲ ମେସି (Lionel Messi) ଆର୍ଜେଣ୍ଟିନା ମିଡିଆ ଆଉଟଲେଟ୍ ଡିଆରୋ ଡିପୋର୍ଟିଭୋ ଓଲେକୁ କହିଛନ୍ତି ଯେ, "ମୁଁ ଏପର୍ଯ୍ୟନ୍ତ ପହଞ୍ଚିଥିବାରୁ ବହୁତ ଖୁସି ଅଛି, ଫାଇନାଲରେ ମୋର ଶେଷ ଗେମ୍ ଖେଳି ମୋର ବିଶ୍ୱକପ୍ ଯାତ୍ରା ଶେଷ କରିବାକୁ ଯାଉଛି । ଆସନ୍ତା ବିଶ୍ୱକପ ପାଇଁ ଅନେକ ବର୍ଷ ଅଛି ଓ ମୋତେ ଲାଗୁଛି କି ମୁଁ ଏପରି କରିପାରିବି ନାହିଁ । ତେଣୁ ଏହିପରି ଶେଷ କରିବା ସବୁଠାରୁ ଭଲ ।"

୩୫ ବର୍ଷୀୟ ଲିଓନେଲ ମେସି (Lionel Messi) ଙ୍କ ଏହା ହେଉଛି ପଞ୍ଚମ ଫିଫା ବିଶ୍ୱକପ୍ ଓ ଏହି କ୍ଷେତ୍ରରେ ସେ ନିଜ ଦେଶବାସୀ ଡିଏଗୋ ମାରାଡୋନା ଏବଂ ଜାଭିୟର୍ ମାସ୍କେରାନୋଙ୍କ ଚାରିଟି ବିଶ୍ୱକପ୍ ଖେଳିବାର ରେକର୍ଡ ଭାଙ୍ଗିଛନ୍ତି । କ୍ରୋଏସିଆ ବିପକ୍ଷ ପ୍ରଥମ ସେମିଫାଇନାଲ ମ୍ୟାଚରେ ଲିଓନେଲ ମେସି (Lionel Messi) ପେନାଲ୍ଟିକୁ ଗୋଲରେ ପରିବର୍ତ୍ତିତ କରି ନିଜ ଦଳକୁ ୧-0ରେ ଆଗୁଆ କରିଥିଲେ । ବିଶ୍ୱକପ୍‌ରେ ଏହା ତାଙ୍କର ପଞ୍ଚମ ଗୋଲ୍ ଥିଲା ଓ ବର୍ତ୍ତମାନ ସେ ଏହି ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍ ସ୍କୋର କରିବାରେ ଫ୍ରାନ୍ସର କିଲିଆନ୍ ଏମ୍ବାପେଙ୍କ ବରାବର କରିନେଇଛନ୍ତି । ବର୍ତ୍ତମାନ ମେସି ଓ ଏମ୍ବାପେ ଗୋଲଡେନ୍ ବୁଟ୍ ରେସରେ ବରାବର ଅଛନ୍ତି ।

ଏହା ସହିତ ମେସି ବିଶ୍ୱକପ ଇତିହାସରେ ସବୁଠାରୁ ଅଧିକ ୧୧ ଗୋଲ ସ୍କୋର କରିଥିବା ଆର୍ଜେଣ୍ଟିନା ଖେଳାଳି ହୋଇପାରିଛନ୍ତି । ଏହି ପ୍ରସଙ୍ଗରେ ମେସି ପୂର୍ବତନ ଭେଟେରାନ ଗାବ୍ରିଏଲ ବାଟିଷ୍ଟୁଟାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତିନି ନମ୍ବରରେ ମାରାଡୋନା ବିଶ୍ୱକପରେ ୮ଟି ଗୋଲ୍ କରିଛନ୍ତି । ଏହି ଗୋଟିଏ ମ୍ୟାଚରେ ମେସି ଅନେକ ରେକର୍ଡ କରିଛନ୍ତି । ଏହାସହ ମେସି ଯେକୌଣସି ଏକ ବିଶ୍ୱକପ୍‌ରେ ସର୍ବାଧିକ ୫ଟି ଗୋଲ୍ ସ୍କୋର କରିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି ।

ଏହା ବି ପଢ଼ନ୍ତୁ:-BCCI ନିଜ ଗୋଡ଼ରେ ମାରିଲା କୁରାଢ଼ୀ! ଡ୍ରପ୍ ହେବାକୁ ଯାଉଥିବା ଏହି ଖେଳାଳିଙ୍କୁ ପୁଣି ଦେଲା ସୁଯୋଗ

ଏହା ବି ପଢ଼ନ୍ତୁ:-କ୍ରୋଏସିଆକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା, ମ୍ୟାଚରେ ଦେଖିବାକୁ ମିଳିଲା ଲିଓନେଲ ମେସିଙ୍କ ଯାଦୁ

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ପୂର୍ବରୁ ଅନୁମାନ କରାଯାଉଥିଲା କି ୩୫ ବର୍ଷୀୟ ମେସିଙ୍କ ପାଇଁ ଏହା ଶେଷ ଫୁଟବଲ୍ ବିଶ୍ୱକପ୍ (Football World Cup) ହୋଇପାରେ । ଏପରି ପରିସ୍ଥିତିରେ ତାଙ୍କ ଅଧିନାୟକତ୍ୱରେ ସେ ଏଥର ଆର୍ଜେଣ୍ଟିନା ଦଳକୁ ଚାମ୍ପିୟନ କରିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଉଛନ୍ତି । ଏଥର ଆର୍ଜେଣ୍ଟିନା ପାଖରେ ତୃତୀୟ ଟାଇଟଲ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଦଳ ଟାଇଟଲ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି । ୧୯୭୮ ଓ ୧୯୮୬ରେ ଆର୍ଜେଣ୍ଟିନା ଏପର୍ଯ୍ୟନ୍ତ ଦୁଇଥର ଟାଇଟଲ୍ ଜିତିଛି ।​